ଭୁବନେଶ୍ୱର– ବୁଧବାର ଦିନ ବିଧାନସଭାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ ଦଳର ନେତା । କରୋନା କାରଣରୁ ଓଡିଶାକୁ ଫେରିଥିବା ପ୍ରବାସୀ ମାନଙ୍କୁ ରାଜ୍ୟ ସରକାର କର୍ମ ସଂସ୍ଥାନ ଯୋଗାଇ ଦେବାରେ ବିଫଳ ହୋଇଛନ୍ତି ବୋଲି କହିଛନ୍ତି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ।
ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ କରୋନା କାରଣରୁ ବିଭିନ୍ନ ରାଜ୍ୟରେ କାମ କରୁଥିବା ପ୍ରବାସୀ ଓଡିଆ ମାନେ ରାଜ୍ୟକୁ ଫେରିଥିଲେ । ହେଲେ ରାଜ୍ୟ ସରକାର ତାଙ୍କୁ ସଠିକ ଭାବେ ରଖି ପାରିଲେ ନାହିଁ । ସେମାନଙ୍କ ପାଇଁ ସରକାର କର୍ମ ସଂସ୍ଥାନର ବ୍ୟବସ୍ଥ କରିବାରେ ବିଫଳ ହେଲେ । ତେଣୁ ସେମାନେ ବାହାର ରାଜ୍ୟକୁ କାମ ପାଇଁ ପୁଣି ଥରେ ଯାଉଛନ୍ତି । ରାଜ୍ୟ ସରକାର ସେମାନଙ୍କ ପାଇଁ ରୋଜଗାର ସୃଜନ କରି ପାରି ନାହାନ୍ତି ବୋଲି କହି ସରକାରଙ୍କୁ ଶ୍ରୀ ନାୟକ କାଠଗଡାରେ ଠିଆ କରିଥିଲୋ