କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ଆଗାମୀ ଦିନରେ ଓଡିଶାର ଛାତ୍ର ସମାଜକୁ ଆହୁରି ସୁଦୃଢ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିପିୟୁଟିର ପୂର୍ବତନ ଛାତ୍ର ସାଂସଦ ସଭାପତି ଶ୍ରୀଶକ୍ତି ପ୍ରସାଦ ରଥଙ୍କୁ ବିଜୁ ଛାତ୍ର ଜନତା ଦଳର ନୂତନ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି |ଶ୍ରୀକ୍ଷେତ୍ର ପୁରୀର ଏକ ଛାତ୍ର ହିସାବରେ ରାଜ୍ୟ ଦାୟିତ୍ୱ ମିଳିଥିବାରୁ ନୂତନ ସାଧାରଣ ସମ୍ପାଦକ ଶ୍ରୀଶକ୍ତି ପ୍ରସାଦ ରଥ ରବିବାର ଶତାଧିକ ସମର୍ଥକଙ୍କ ସହିତ ଏକ ପଟୁଆରରେ ଯାଇ ଶ୍ରୀମନ୍ଦିର ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରି କରୋନା ମହାମାରୀକୁ ଦୂର କରିବା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ଆଗାମୀ ଦିନରେ ରାଜ୍ୟର ଛାତ୍ର ଛାତ୍ରୀ ଙ୍କ ସ୍ୱାର୍ଥ ନିମନ୍ତେ ବିଜୁ ଜନତା ଦଳର ଏକ ସିପାହୀ ହିସାବରେ କାମ କରିବାପାଇଁ ଶପଥ କରିଥିଲେ |ଏହା ସହିତ ପୁରୀ ବିଜୁ ଛାତ୍ର ଜନତା ଦଳ ତରଫରୁ ଶ୍ରୀମନ୍ଦିର ସମ୍ମୁଖରେ ସମ୍ବର୍ଦ୍ଧନା କରାଯାଇଥିଲା |
ତାଙ୍କୁ ଏହି ନୂତନ ପଦବୀରେ ମନୋନୀତ କରିଥିବାରୁ ସେ ବିଜେଡି ରାଜ୍ୟ ସଭାପତି ମାନ୍ୟବର ଶ୍ରୀ ନବୀନ ପଟ୍ଟନାୟକ ଓ ପୁରୀଜିଲ୍ଲା ବିଜେଡି ସଭାପତି ପୂର୍ବତନ ମନ୍ତ୍ରୀ ଶ୍ରୀ ମହେଶ୍ୱର ମହାନ୍ତିଙ୍କୁ କୃତଜ୍ଞତା ଜଣାଇଛନ୍ତି |