ମାଲକାନଗିରି-ବର୍ଷେ କି ଦୁଇ ବର୍ଷ ନୁହେଁ ପାଞ୍ଚ ବର୍ଷ ବିତିଗଲାଣି ମାଲକାନଗିରି ଜିଲ୍ଲାର ପିଟାଗେଟା ବ୍ରିଜ୍ ନିର୍ମାଣ ହୋଇପାରିଲା ନାହିଁ। ୩ 0ଖଣ୍ଡ ଗାଁ ଲୋକ ଏହି ସେତୁ ଉପରେ ନିର୍ଭର କରନ୍ତି। ପାର ହେଉଥିବା ଲୋକମାନେ ବର୍ତ୍ତମାନଠାରୁ ନିଜ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ୨ ବର୍ଷ ମଧ୍ୟରେ ପିଟାଗେଟା ବ୍ରିଜର ଅପେକ୍ଷା ଗୋରାଖୁଣ୍ଟା ବ୍ରିଜ୍ ଉନ୍ନତ ହୋଇଥିଲା | ମାଲକାନଗିରି ଜିଲ୍ଲା କରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତୁମସାପାଲି ଗ୍ରାମ ପଞ୍ଚାୟତର ପିଟାଗେଟା ବ୍ରିଜ ୫ ବର୍ଷ ମଧ୍ୟରେ ମଧ୍ୟ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରି ନାହିଁ। ୩ କୋଟି 47 ଲକ୍ଷ ଟଙ୍କା ବ୍ୟୟରେ ୨ 0୧ ୬ -୨ 0୧ ୭ ମସିହାରେ ଏହି ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି କାମର ଟେଣ୍ଡର ପ୍ରଶାନ୍ତ କୁମାର ସାହୁ କେନ୍ଦୁଝର ପାଇଛନ୍ତି !ସେ ଏହି ବ୍ରିଜ ର ସବ ଟେଣ୍ଡର ମାଲକାନଗିରି ଜିଲ୍ଲା ନୀଳାଦ୍ରୀନଗର ଗ୍ରାମର ଠିକାଦାର ଚନ୍ଦ୍ର ବେନିଆଙ୍କୁ ଦେଇ ଥିଲେ। ପ୍ରାୟ ୩ 0 ଗାଁର ଲୋକ ନଦୀରେ ଥିବା ଏହି ସେତୁ ଉପରେ ଲୋକ ନିର୍ଭରଶୀଳ ଅଟନ୍ତି | ପ୍ରତିଦିନ ଶହ ଶହ ମୋଟର ସାଇକେଲ ଏବଂଯାତ୍ରୀ ଦେଶୀ ଡଙ୍ଗାରେ ବିପଦ ସଂକୁଳ ଅବସ୍ଥାରେ ତମସା ନଦୀ ପାର ହୁଅନ୍ତି | ଏ ପଯ୍ୟନ୍ତ ପ୍ରଶାସନ ତରଫରୁ ମଧ୍ୟ୍ୟ ସରକାରୀ ଡ଼ଙ୍ଗା ଯୋଗାଇ ଦିଆଯାଇନାହିଁ l ଦଶ ବର୍ଷ ମଧ୍ୟରେ ବ୍ରିଜ ତିଆରି ହେବ କି ନାହିଁ ସେ ନେଇ ସନ୍ଦେହରେ ରହିଛନ୍ତି ! ।ଗ୍ରାମବାସୀ ସରକାରଙ୍କୁ ନିବେଦନ କରିଛନ୍ତି ଯେ ଯଦି ସେତୁ ଶୀଘ୍ର ପ୍ରସ୍ତୁତ ହୁଏ, ତେବେ ଆମ ଲୋକଙ୍କ ସମସ୍ୟା ଦୂର ହେବ | ଏବେ ଦେଖିବାକୁ ବାକି ରହିଲା ଜିଲ୍ଲା ପ୍ରଶାସନ ଏ ଦିଗରେ କେବେ ଦୃଷ୍ଟି ଦେଉଛି l
Related Stories
November 23, 2024