
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ପୁରୀ ଜିଲ୍ଲା ମଣ୍ଡଳ ଶ୍ରମ ଆୟୁକ୍ତ ଙ୍କ ଅଫିସ ରେ ଦୁର୍ନୀତି ଗ୍ରସ୍ତ, ଲାଞ୍ଚ ଖୋର welfare cordinator ଙ୍କ ମନ ମାନି ନୀତି ଯୋଗୁଁ ପ୍ରକୃତ ହିତାଧିକାରୀ ନିର୍ମାଣ ଶ୍ରମିକ ସେମାନଙ୍କ ପ୍ରାପ୍ୟ ପାଇବାରୁ ବଞ୍ଚିତ |ଲାଞ୍ଚ ନ ଦେଲେ ସେମାନଙ୍କ ଫାଇଲ ଗାଏବ କରି ଦେଉଛନ୍ତି |ଅଫିସ ରେ କୌଣସି ନୀତି କାମ କରେନା ଅଫିସର ନିରବ ଦ୍ରଷ୍ଟା | ୨୦୧୫ ମସିହାରୁ ଲୋକଙ୍କୁ ସହାୟତା ମିଳୁନି |୪୩୭୨ ପଞ୍ଜି କରଣ ଫାଇଲ ଉଈ ଲାଗିଲାଣି |ଲାଞ୍ଚ ନେଇ ରାତାରାତି welfare cordintor କାର୍ଡ କରୁଛନ୍ତି | କାର୍ଡ ରେ ପଇସା, ସହାୟତା ରେ ପଇସା, ନବୀକରଣ ରେ ପଇସା ନେଉଛନ୍ତି | ତାଙ୍କୁ ବଦଳି କରିବା ଓ ଦୁର୍ନୀତି ର ତଦନ୍ତ କରିବାକୁ ଦାବୀ କରିଛି ପୁରୀ ଜିଲ୍ଲା ନିର୍ମାଣ ଶ୍ରମିକ ସଂଘ ସମନ୍ୱୟ କମିଟି | ଏହି ଦାବୀ ନେଇପୂର୍ବ ରୁ କମିଶନରଙ୍କୁ ଦାବୀ ପତ୍ର ଦିଆଯାଇ ଥିଲେ ମଧ୍ୟ ସୁଫଳ ନ ମିଳିବାରୁ ପୁରୀ ଶ୍ରମ ଦପ୍ତର ରେ ଧାରଣା ଆଠ ଦିନ ହେଲା ଅବ୍ୟାହତ ରହିଛି | କୌଣସି ଅଫିସ ର ଆଲୋଚନା କୁ ନ ଆସିବା ରୁ ସ୍ପଷ୍ଟ ହୋଇଛି ଯେ ସମସ୍ତେ ଦୁର୍ନତିକୁ ଘଣ୍ଟ ଘୋଡାଉଛନ୍ତି ବୋଲି ଉପଦେଷ୍ଟା ତଥା CITU ନେତା ଶରତ କୁମାର ରାୟଗୁରୁ କହିଛନ୍ତି |ଜ୍ଞାନ ରଞ୍ଜନ ଦାସ, ସତ୍ୟ ମନ୍ୟୁ ପ୍ରଧାନ, ସ୍ମୃତି ରଞ୍ଜନ ଦାସ, ବିପିନ ରାଉତ, କମଳ ନାରାୟଣ ରଥ, ମିଟୁ ମହାପାତ୍ର, ମହେଶ୍ୱର ମହାରଣା, ତନୁ ଲତା ଛାଟୋଇ ପ୍ରମୁଖ ଦାବୀ ପୂରଣ ନହେଲେ ଧାରଣା ଅବ୍ୟାହତ ରହିବ ବୋଲି କହିଛନ୍ତି ଏହି ପ୍ରସଙ୍ଗ ରେ ଜିଲ୍ଲା ପାଳ ଙ୍କୁ ପୂର୍ବରୁ ଅବଗତ କରାଯାଇଛି ଓ ଦାବୀ ପତ୍ର ଦିଆ ଯାଇଥିଲେ ମଧ୍ୟ ସେ ନିରବ ରହିବା ଆଶ୍ଚର୍ଯ୍ୟ ଜନକ ବୋଲି ଶ୍ରମିକ ନେତା ମାନେ ଅଭିଯୋଗ କରିଛନ୍ତି |CITU ନେତା ଶରତ କୁମାର ରାୟଗୁରୁ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ଗଣମାଧ୍ୟମକୁ ପ୍ରକାଶନ ଓ ପ୍ରସାରଣ ନିମନ୍ତେ ଅନୁରୋଧ କରିଛନ୍ତି |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO