
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ସନ୍ଧ୍ୟା ୬ ଘଣ୍ଟିକା ସମୟରେ ସ୍ଥାନୀୟ ପୁରୀ ସେବା ସମିତିର ପରିସରରେ ଶ୍ରୀପତି ସ୍ମୃତି ସାଂସଦ ପୁରୀ ପକ୍ଷରୁ ଜ୍ଞାନ ଚରିତ୍ର, ଏକତାର ପ୍ରତୀକ ଓ ପ୍ରାକାନ୍ତ ଛାତ୍ରନେତା ପୁଣ୍ୟାତ୍ମା ସ୍ବର୍ଗତ ଶ୍ରୀପତି ଜେନାଙ୍କର ୨୭ ତମ ପୂଣ୍ୟତିଥୀରେ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା |ଯିଏ ନେତା ଅପେକ୍ଷା କାର୍ଯ୍ୟକର୍ତ୍ତା ହେବାକୁ ପସନ୍ଦ କରୁଥିଲେ, ସନ୍ଦେହ ଅପେକ୍ଷା ସମ୍ପର୍କ ଗଢିବାରେ ବିଶ୍ୱାସ କରୁଥିଲେ, ବିଦ୍ବେଷ ଅପେକ୍ଷା ବିତର୍କ, ଆତ୍ମପ୍ରଚାର ଅପେକ୍ଷା ଆଚାର ଓ ବିଚାରକୁ ପ୍ରାଧାନ୍ୟ ଦେଉଥିବା ଦ୍ରୁଦ୍ଧଷ ଛାତ୍ରନେତା ତଥା ଖ୍ରୀଷ୍ଟ କଲେଜ କଟକର, ପ୍ରାକ୍ତନ ଛାତ୍ର ସଭାପତି, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପୁରୀଜିଲ୍ଲାର ସଂଗଠନ ସମ୍ପାଦକ ଭାବେ ନିଷ୍ଠାର ସହ କାର୍ଯ୍ୟକରି ସୁଦୂର ରାଜକନିକାର ଆଗରପଡା ଗ୍ରାମରୁ ଆସିଥିବା ଯୁବକ ନିଜର ସ୍ଵର୍ଣ୍ଣମ ଭବିଷ୍ୟତକୁ ପଛରେ ପକାଇ ରାଷ୍ଟ୍ର ପୁନର୍ଗଠନର ସଂକଳ୍ପ ନେଇ ପୁରୀ ଶ୍ରୀକ୍ଷେତ୍ରର ସାହି, ଗଳି, କନ୍ଧିରେ ଘରେ ଘରେ ପରିଚୟ ସୃଷ୍ଟି କରିଥିବା ତରୁଣ ଯେ ଅକାଳରେ ଦିନେ ଝଡ଼ିଯିବ ଏକଥା ଭାବିବା ଆମ ପାଇଁ ଏକ ସ୍ବପ୍ନ ହୋଇପାରେ |କିନ୍ତୁ ସତକୁ ମାନିନେଉଥିବା ସେଦିନର ସହପାଠୀ, ସାଥି, ସାନଭାଇ ଆଜି ସମସ୍ତେ ଉପସ୍ଥିତ ହୋଇ ସେହି ପୁଣ୍ୟାତ୍ମାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଅମର ଆତ୍ମାର ସଦଗତି ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା |ସଭାର ଅଧ୍ୟକ୍ଷ ମହେଶ ରଥ ସ୍ବର୍ଗତ ଶ୍ରୀପତି ଜେନାଙ୍କର ବଡଭାଇ ଗଣପତି ଜେନା ଉପସ୍ଥିତ ରହି ନିଜ ସାନଭାଇ ସମ୍ବଦ୍ଧରେ ଆଲୋକପାତ କରିଥିଲେ |ହିମାଂଶୁ ସାହୁ, ବିଶ୍ୱଜିତ ମହାନ୍ତି, ସଂଗ୍ରାମ ଦାଶ, ସଚ୍ଚିଦାନନ୍ଦ ଦାଶ, ସୌମେନ୍ଦ୍ର ଦାସ, ବିଶ୍ୱନାଥ ପଣ୍ଡା, ସନାତନ ପଣ୍ଡା, ଅଶୋକ ନାୟକ, ରିଙ୍କୁ ଦାସ, ଅଜିତ ଦଳାଇ, ରୋଜାଲିନ ମିଶ୍ର, ମମତା ପତି, ଦେବେନ୍ଦ୍ର ରଥ, ବିକ୍ରମ ମିଶ୍ର, ଦୀପକ ପଣ୍ଡା, ରଂଜିତା ଦାଶ, ରଞ୍ଜନ ପାଢି, ସୌଭାଗ୍ୟ ଦାଶ, ଦୀପକ ନାୟକ, ଅଜୟ ପ୍ରହରାଜ, ମାନସ ପତି ପ୍ରମୁଖ ଦିବଂଗତ ଶ୍ରୀପତି ଭାଇଙ୍କ ସ୍ମୃତି ଚାରଣ କରିଥିଲେ |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO