ବ୍ରହ୍ମପୁର: କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହେବାପରେ ଡାକ୍ତରଙ୍କ ପରାମର୍ଶ ଓ ଉଚ୍ଚ ପଦସ୍ତ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ପୁଲିସ୍ ଜିଲ୍ଲାର ୨ଜଣ ପୁଲିସ୍ କର୍ମଚାରୀ ସୋମବାର ଦିନ ବ୍ରହ୍ମପୁର ବଡ ଡାକ୍ତରଖାନା ପରିସରରେ ଥିବା ରକ୍ତ ଭଣ୍ଡାରରେ ନିଜର ପ୍ଲାଜମା ଦାନକରି ଅନ୍ୟ କରୋନା ରୋଗୀଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇଛନ୍ତି । ୨ ପୁଲିସ୍ କର୍ମଚାରୀଙ୍କ ଏଭଳି ମହତ୍ୱ କାର୍ଯ୍ୟକୁ ଜିଲ୍ଲା ପୁଲିସ୍ ଅଧିକାରୀମାନେ ପ୍ରଶଂସା କରିଛନ୍ତି । ଖୋଦ୍ ଏସ୍ପି ପିନାକ ମିଶ୍ର ୨ ପୁଲିସ୍ କର୍ମଚାରୀ ଯଥା କନେଷ୍ଟବଳ ପ୍ରଶାନ୍ତ ମହାନ୍ତି, ହୋମ୍ଗାର୍ଡ ମନୋଜ କୁମାର ରଣାଙ୍କ ଦୀର୍ଘାୟୁ କାମନା କରିଛନ୍ତି ।
Related Stories
November 23, 2024