ଭଞ୍ଜନଗର – ଗତ ମାସ 26ତାରିଖ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆର.ଟି.ଓ ଅଫିସ ଓ ମେଡିକାଲ କୁ ଦଲାଲ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେବାପରେ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଅଭିଯାନ ଜାରି ରଖିଛି l 27ତାରିଖରେ ସ୍ଥାନୀୟ ଆର.ଟି.ଓ ଅଫିସ ରୁ 4ଜଣ ଦଲାଲ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ପୁଣି ଜଣେ ଦଲାଲ କୁ ଗିରଫ କରିଛି l ସେ ହେଲେ ଭଞ୍ଜନଗର ଲଣ୍ଡେଇ ସାହି ର ବିଷ୍ଣୁ ପ୍ରସାଦ ପଣ୍ଡା ବୋଲି ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି l
Related Stories
November 22, 2024