
ପ୍ରିୟ ପ୍ରଧାନମନ୍ତ୍ରୀ ଏହି ପୋଷଣ ଅଭିଯାନର ଘୋଷଣା କରିଥିଲେ । ଉଦ୍ଦେଶ୍ୟ ଥିଲା ଏକ ସୁସ୍ଥ ଭାରତ ବର୍ଷ ଗଠନ ।
ପ୍ରାରମ୍ଭରୁ ଆଶ୍ରମର ଛାତ୍ରମାନେ ବେଦ ମନ୍ତ୍ର ପାଠ କରିଥିଲେ ଏବଂ ଆଶ୍ରମର ସମ୍ପାଦକ ପୁଜ୍ୟପାଦ ସାମୀ ଆଶ୍ଵରାନନ୍ଦଜୀ ମହାରାଜ ସାଗତ ଭାଷଣ ଦେବା ସଂଗେ ସଂଗେ ଅତିଥି ମାନଙ୍କର ପରିଚୟ କରାଇଥିଲେ।
ଏହି ସଭାରେ ଉପସ୍ଥିତ ୫୦ଜଣ ମହିଳାଙ୍କୁ ଆଶ୍ରମ ତରଫରୁ ଏକ ଖାଦ୍ୟ ପୁଡ଼ିଆ ଏବଂ ଖଣ୍ଡିଏ ବହି ପ୍ରଦାନ କରାଯାଇଥିଲା |
ଏହି ସମସ୍ତ କାର୍ଯ୍ୟକ୍ରମ ସ୍ୱାମୀ ଆପ୍ତେଶ୍ଵରାନନ୍ଦଜୀ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ବାବଧାନ, ସ୍ୱାମୀ
ଯୋଗପୂର୍ଣ୍ଣାନନ୍ଦଙ୍କ ସୁପରିଚାଳନା ଏବଂ ଆଶ୍ରମର ସମସ୍ତ ସନ୍ୟାସୀ, ବ୍ରହ୍ମଚାରୀ, ଶ୍ରୀଯୁକ୍ତ ମଣିରାମବାବୁ, ଶ୍ରୀଯୁକ୍ତ
ରମେଶ ଚନ୍ଦ୍ର ନାୟକ, ଆଶ୍ରମର ସେବକ-ବୃନ୍ଦ ଏବଂ ସେଛାସେବୀ ମାନଙ୍କ ସହଯୋଗରେ ସମାପନ ହୋଇଥିଲା ।
ଶ୍ରୀଯୁକ ଧନଞ୍ଜୟ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ|
କରୋନାର ସମସ୍ତ ନିୟମ ସମ୍ପର୍କିତ ସମସ୍ତ ନିୟମ ଯଥା- ସାମାଜିକ ଦୂରତା, ମାସ୍କ ପିନ୍ଧିବା ଇତ୍ୟାଦି ପାଳନ କରାଯାଇଥିଲା ।