
ବ୍ରହ୍ମପୁର:ଦିଗପହଣ୍ଡି ସ୍ଥିତ ଘୋଡ଼ାହାଡ଼ ପାଣି ପଞ୍ଚାୟତ ଶୀର୍ଷ କମିଟି କାର୍ଯ୍ୟାଳୟ ପରିସରରେ ରବିବାର ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ପକ୍ଷରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଦିଗପହଣ୍ଡି ଅଞ୍ଚଳର ଯୁବ ସଙ୍ଗଠକ ରାମକୃଷ୍ଣ ପାଢ଼ୀ ଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜୀବନ ବିନ୍ଦୁ ଗଞ୍ଜାମ ଜିଲା ସଂଯୋଜକ ସୁବାଷ ଚନ୍ଦ୍ର ମହାରଣା,ବିଜେଡ଼ି ଗଞ୍ଜାମ ଜିଲା କାର୍ଯ୍ୟକର୍ତ୍ତା ସଞ୍ଜିତ କୁମାର ପାଣିଗ୍ରାହୀ,ଯୋଗେନ୍ଦ୍ର ସ୍ବାଇଁ, କାହ୍ନୁ ଚରଣ ପାତ୍ର, ପୂର୍ବତନ ଏନ୍ ଏ ସି ଅଧ୍ୟକ୍ଷ ଭି. ରବିନାରାୟଣ ରାଜୁ, ଦିଗପହଣ୍ଡି ବ୍ଳକ ଉପାଧ୍ୟକ୍ଷ ପ୍ରତିନିଧି ଏମ୍. ନିରଞ୍ଜନ ରେଡ୍ଡୀ,ସରପଞ୍ଚ ବି. କ୍ରିଷ୍ଣା ରାଓ ସୁବୁଦ୍ଧି ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ।ଶିବିରରେ ୫୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।ବ୍ରହ୍ମପୁର ରକ୍ତ ଭଣ୍ଡାର କର୍ମଚାରୀ ସୁଶାନ୍ତ କୁମାର ପାଣିଗ୍ରାହୀ ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ରକ୍ତ ସଂଗ୍ରହ ରେ ସହାୟତା କରିଥିଲେ।ସେହିପରି ସମସ୍ତ କାର୍ଯ୍ୟକ୍ରମକୁ ନେତାଜୀ ଜନ ସେବା କେନ୍ଦ୍ର ର କାର୍ଯ୍ୟକର୍ତ୍ତା ଙ୍କ ସମେତ ପି. ହରିକୃଷ୍ଣ ରେଡ୍ଡୀ, ସମୀର ସ୍ବାଇଁ, ପଞ୍ଚାନନ ଗୌଡ, ମୁନା ନାୟକ ପ୍ରମୁଖ ପରିଚାଳନା କରିଥିଲେ। ଦିଗପହଣ୍ଡି ପ୍ରେସ କ୍ଳବ୍ ସଭାପତି ଅଶେଷ ନାଥ ମିଶ୍ର ଙ୍କ ସମେତ ବ୍ଳକ ସ୍ତରୀୟ ସମସ୍ତ ଖବର ଦାତା, ବହୁ ସଂଖ୍ୟକ ସାମାଜିକ କର୍ମୀ,ସ୍ବେଛାସେବୀ ମାନଙ୍କୁ ମୁଖ୍ୟ ଅତିଥି ଉପଡୌକାନ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO