
ମାଲକାନଗିରି– ସମସ୍ୟାର ଗନ୍ତାଘର ଏବେ ପାଲଟିଛି ଚିତ୍ରକୋଣ୍ଡା।ବିଭିନ୍ନ ପ୍ରକାରର ସମସ୍ୟା ଲାଗିରହିଛି ଏଠାରେ ।ଜାନବାଇ ଠାରେ ଗୁରୁପ୍ରିୟା ସେତୁ ହେଲାପରେ ସ୍ୱାଭିମାନ ଅଞ୍ଚଳ ରେ ସମସ୍ତ ଉନ୍ନତି କର କାମ ହେଲା କିନ୍ତୁ ଚିତ୍ରକୋଣ୍ଡା ବ୍ଲକ ସଦର ବର୍ତ୍ତମାନ ପ୍ରଶାସନର ଅଭିଶାପ ଭାବରେ ପଡିରହିଛି କହିଲେ ଅତ୍ୟୁକ୍ତି ହେବନାହିଁ।ଜିଲ୍ଲାପ୍ରଶାସନ କିମ୍ଭା ବ୍ଲକ ପ୍ରଶାସନ ବା ବାଲିମେଳା ଜଳଭଣ୍ଡାର ଚିତ୍ରକୋଣ୍ଡା ଅଧିକାରୀ ମାନେ ସମସ୍ୟା ଉପରେ ଦୃଷ୍ଟିପାତ ବି କରୁନାହାନ୍ତି।ଅଧିକାରୀମାନେ କଣ ପାଇଁ ସମସ୍ୟା ସମାଧାନ ନେଇ କାଁହିଁକି ଅସହାୟ ମନୋଭାବ ଦେଖାଉ ଛନ୍ତି ତାହା ଆଜି ଅସ୍ପଷ୍ଟ ? ୧୮ଟି ପଞ୍ଚାୟତ କୁ ନେଇ ଦୁଇ ବର୍ଷତଳେ ପଞ୍ଚାୟତ ସମିତି ଗଠନ କରାଯାଇଥିଲା।ଆଶା କରାଗଲା ଧୀରେ ଧୀରେ ସମସ୍ୟା ଏଠାରେ ଲାଗିରହିଥିବା ଶିକ୍ଷା,ସ୍ୱାସ୍ଥ୍ୟ,ପାନୀୟଜଳ,ବିଦ୍ୟୁତ ସହ ଲୋକଙ୍କ ଅସୁବିଧା ଅଭିଯୋଗ ଗୁଡିକର ସ୍ଥାୟୀ ସମାଧାନ ହେବ।କିନ୍ତୁ ଏହାର ଓଲାଟ ପ୍ରଭାବ ଦେଖିବାକୁ ମିଳିଛି।ଦିନକୁ ଦିନ ଅସୁବିଧା ଗୁଡିକ ବଢ଼ି ଚାଲିଛି ସିନା ସ୍ଥିତି ଗୁଡିକରେ ସୁଧାର ଆସି ପାରୁନି। ସବୁଠାରୁ ବଡ଼ ସମସ୍ୟା ହେଉଛି ଜଳ।ଦୀପ ତଳ ଅନ୍ଧାର ସଦୃଶ୍ୟ ପରି ଚିତ୍ରକୋଣ୍ଡାରେ ଏସିଆ ମହାଦେଶର ଦୂତୀୟ ମାଟିବନ୍ଧ ଜଳଭଣ୍ଡାର ଅଛି କିନ୍ତୁ ଚିତ୍ରକୋଣ୍ଡାବାସୀ ଦୁଇବିନ୍ଧୁ ପାଣି ପାଇଁ ଡହଳବିକଳ ହେଉଛନ୍ତି ! ଜଳ ଯୋଗାଣ ପାଇଁ ମାଟିବନ୍ଧ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଙ୍କର ,ଦାୟିତ୍ବହୀନତା ଓ ଢିଲା ମନୋଭାବ ଯୋଗୁଁ ପାଣି ପାଇଁ ହଟହଟା ହେବାକୁପଡୁଛି ଚିତ୍ରକୋଣ୍ଡାବାସୀଙ୍କୁ ! ଗ୍ରାମ୍ୟ ଜଳଯୋଗାଣ ବିଭାଗ ତରଫରୁ ଚାଲିଥିବା ଜଳଯୋଗାଣ ପ୍ରକଳ୍ପ ଦୀର୍ଘ ଚାରି ବର୍ଷ ହେଲାଣି ଶେଷ ହେବାର ନାମ ଧରୁନି। ଚିତ୍ରକୋଣ୍ଡାର ଦୂତୀୟ ମୁଖ୍ୟ ଓ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ହେଉଛି ବିଜୁଳି। ଏଠାରେ ବିଜୁଳି ଆତଙ୍କ ଖେଳାଇ ଦେଉଛି।ଏଠି ବିଦ୍ୟୁତ କ୍ଷଣିକ୍ଷଣିକୁ ଲୁଚକାଳି ଖେଳେ।ଥରେ ବିଦ୍ୟୁତ ଚାଲିଗଲା ପରେ କେତେସମୟରେ ଆସିବ ତାହା ବିଦ୍ୟୁତ ବିଭାଗ ବି କହିପାରନ୍ତି ନାଁହି।ୟାଠୁ ଅଧିକା ଦାଉ ସାଧନ୍ତି ଚିତ୍ରକୋଣ୍ଡା ବିଦ୍ୟୁତ ବିଭାଗର କର୍ମଚାରୀ।ବିଭାଗୀୟ ଅଧିକାରୀ କେହି ରହୁ ନଥିବାରୁ ଏମାନଙ୍କର ଚାଲେ ମନମୁଖୀ ଶାସନ। ବିଦ୍ୟୁତ ଚାଲିଗଲା ମାନେ ଆଉ ଦୁଇଟି ବିଭାଗ ଅଚଳ ହୋଇପଡେ।ଗୋଟିଏ ହେଉଛି ବ୍ୟାଙ୍କ ଓ ଅନ୍ୟଟି ଟେଲିଫୋନ ସେବା।ଏହି ଦୁଇଟି ବିଭାଗ ସମ୍ପୃଣ ନିର୍ଭରଶୀଳ ବିଜୁଳି ଉପରେ।ଚିତ୍ରକୋଣ୍ଡା ବାସୀ ସମ୍ପୂର୍ଣ ଭାବେ ବିଏସନଲ ନେ ଟୱାର୍କ ଉପରେ ନିର୍ଭର ।ବିଦ୍ୟୁତ ଯିବାପରେ ନେଟୱାର୍କକୁ ବେଟେରୀ ସଂଯୋଗ ମିଳେନାହିଁ ।କେଉଁ ଆଦିମ କାଳରୁ ବେଟେରୀ ଖରାପ ହୋଇପଡି ରହିଛି।ତାହାରି ପାଇଁ ବିଜୁଳି ଯିବାପରେ ନେଟୱାର୍କ କଟିଯାଏ।ଏହା ସଂଗେ ବିନା ନେଟୱାର୍କରେ ବ୍ୟାଙ୍କ କାର୍ଯ୍ୟକାରୀ ହୁଏନାହିଁ।ଏହି ସବୁ ଅସୁବିଧା ଗୁଡିକ ନେତା ଠୁ ଆରମ୍ଭ କରି ପ୍ରଶାସନ ଅଧିକାରୀଙ୍କୁ ଚିତ୍ରକୋଣ୍ଡାବାସୀ ଜଣେଇ ଜଣେଇ ଥକି ଗଲେଣି ସମସ୍ତଙ୍କ ପ୍ରତିଶୁତି ପାଣିର ଘାର ସଦୃଶ୍ୟ।ଚିତ୍ରକୋଣ୍ଡାବାସୀ ନିଜ କପାଳ ଓ କର୍ମକୁ ଆଦରି ରହୁଛନ୍ତି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO