Related Stories
November 23, 2024
ବ୍ରହ୍ମପୁର: ରାଜ୍ୟ ବିଜୁ ଜନତା ଦଳର ସୁପ୍ରିମ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଛାତ୍ର ଜନତା ଦଳର ନୂତନ ରାଜ୍ୟ କର୍ମକର୍ତ୍ତା ଓ ଜିଲ୍ଲା ସଭାପତିମାନଙ୍କୁ ମନୋନୀତକରି ସେମାନଙ୍କ ନାମ ଘୋଷଣା କରିଛନ୍ତି । ଏହି ମର୍ମରେ ରାଜ୍ୟ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ(ଛାତ୍ର ବ୍ୟାପାର)ରଙ୍କ ପକ୍ଷରୁ ଜାରି ହୋଇଥିବା ପ୍ରେସ୍ ଇସ୍ତାହାରରେ ଗଞ୍ଜାମ ଜିଲ୍ଲା ତଥା ଛତ୍ରପୁର ଅଞ୍ଚଳର ଛାତ୍ରନେତା ବିଭୂତି ଭୂଷଣ ସ୍ୱାଇଁଙ୍କୁ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସମ୍ପାଦକ ଭାବେ ମନୋନୀତ କରିଛନ୍ତି । ତାଙ୍କୁ ମନୋନୀତପରେ ତାଙ୍କର ଶୁଭେଚ୍ଛୁ ଓ ସହକର୍ମୀମାନେ ତାଙ୍କୁ ସ୍ୱାଗତ ଜଣାଇବା ସହ ବିଜେଡି ସୁପ୍ରିମଙ୍କୁ କୃତଜ୍ଞତା ଜଣାଇଛନ୍ତି । ସୂଚନାଥାଉକି, ୨୦୧୧ରୁ ୨୦୧୪ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରନେତା ଭାବେ ଛାତ୍ର ସଙ୍ଗଠନକୁ ମଜବୁତ କରିବାପରେ ୨୦୧୪ରୁ ୨୦୧୬ ପର୍ଯ୍ୟନ୍ତ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ଛାତ୍ର ସଙ୍ଗଠନକୁ ମଜବୁତ କରିବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ସେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ୍ ଅଞ୍ଚଳରେ ଛାତ୍ର ସଙ୍ଗଠନକୁ ମଜବୁତକରି ଦଳୀୟ କାର୍ଯ୍ୟକ୍ରମରେ ସାମିଲ୍ କରିବା ହେଉ ବା ଛାତ୍ର ସମାଜର ସମସ୍ୟାକୁ ସମାଧାନ କରିବା ଦିଗରେ ତାଙ୍କର କାର୍ଯ୍ୟ ପ୍ରଶଂସନୀୟ ରହିଥିଲା । ତେଣୁ ତାଙ୍କୁ ଛାତ୍ର ବିଜେଡିର ସମ୍ପାଦକ ଭାବେ ବିଜେଡି ସୁପ୍ରିମ ମନୋନୀତ କରିଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଜିଲ୍ଲାର ସମସ୍ତ ସାଂସଦ ଓ ବିଧାୟକଗଣଙ୍କୁ କୃତଜ୍ଞତା ଜଣାଇଛନ୍ତି । ନୂଆ ଦାୟୀତ୍ୱ ମିଳିବାପରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ ଭେଟି ଆଗାମୀଦିନରେ ଛାତ୍ର ସଙ୍ଗଠନର ରଣନୀତିକୁ ନେଇ ଆଲୋଚନା କରିଥିବା କହିଛନ୍ତି ।