
ଗଞ୍ଜାମ– ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରେ କାଳିଆ ସାହୁ ନାମକ ଯୁବକଙ୍କୁ ଗତ ୨୩ ତାରିଖ ରାତିରେ ପଥର ଓ ଇଟା ସାହାଯ୍ୟରେ ଛେଚି ହତ୍ୟା ଘଟଣାରେ ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ ଗୋଷାଣୀ ନୂଆଗାଁ ଥାନା ଅନ୍ତର୍ଗତ ଗୋବିନ୍ଦନଗରର ଅଭିଯୁକ୍ତ ମାଗତା ମହାପାତ୍ର (୨୯) କୁ ଗିରଫ କରି କୋର୍ଟଚାଲାଣ କରିଛି ।
ଗତ ଗୁରୁବାର ସକାଳେ କାଳିଆର ମୃତଦେହ ରାଧାକୃଷ୍ଣ ସାହି ସ୍ଥିତ ରାଧାକୃଷ୍ଣ ମନ୍ଦିରରୁ ଉଦ୍ଧାର କରାଯାଇଥିଲା । ଗଞ୍ଜେଇ ଟାଣିବା ଘଟଣାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ବଡ଼ ବଜାର ଥାନା ପକ୍ଷରୁ ପୂର୍ବରୁ ଏ ସଂକ୍ରାନ୍ତରେ ଏକ ହତ୍ୟା ମାମଲା ରୁଜ୍ଜୁ ହୋଇଥିଲା ।