ମାଲକାନଗିରି– ମାଲକାନଗିରି ଜିଲ୍ଲାରେ ଆଜି ଆଉ ୨୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୪୨୨ କୁ ବୃଦ୍ଧି ପାଇଛି । ରିପୋର୍ଟ ପଜିଟିଭ୍ ଆସିବା ପରେ ଗୁରୁତର ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲରେ ଭର୍ତି କରାଯାଇଛି । ସେହିପରି ସାମାନ୍ୟ ଆକ୍ରାନ୍ତ ମାନଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି । ନୂଆ ଚିହ୍ନଟ ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରେ ମାଲକାନଗିରି ପୌରାଚଂଳରୁ ୩ ଜଣ, ମାଲକାନଗିରି ବ୍ଲକରୁ ୨ ଜଣ, ମାଥିଲି ବ୍ଲକରୁ ୭ ଜଣ, କୋରକୁଣ୍ଡା ବ୍ଲକରୁ ୨ ଜଣ, ଖଇରପୁଟ ବ୍ଲକରୁ ଜଣେ, କାଲିମେଳା ବ୍ଲକରୁ ୮ ଜଣ, ଚିତ୍ରକୋଣ୍ଡା ବ୍ଲକରୁ ୩ ଜଣ ଏବଂ ପଡ଼ିଆ ବ୍ଲକରୁ ୨ ଜଣ ଆକ୍ରାନ୍ତ ରହିଛନ୍ତି । ଏମାନଙ୍କ ମଧ୍ୟରେ ୫ ଜଣ କରୋନା ଯୋଦ୍ଧା ରହିଛନ୍ତି ।
ଆଜି ଚିହ୍ନଟ ୨୮ ଆକ୍ରାନ୍ତଙ୍କ ମଧ୍ୟରୁ ୧୭ ଜଣ ବିଭିନ୍ନ କ୍ଲିନିକରୁ ରେଫର୍ ହୋଇ ଚିକିତ୍ସା ନିମନ୍ତେ ମେଡିକାଲକୁ ଆସି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଘରକୁ ଘର ବୁଲି ମେଡ଼ିକାଲ ଟିମ୍ ର ସର୍ଭେଲାନ୍ସ ବେଳେ ୮ ଜଣ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୩ ଜଣ ସଂକ୍ରମିତ ହୋଇଛନ୍ତି । ଅଦ୍ୟାବଧି ଜିଲ୍ଲାରେ ୨୯୧୯ ଆକ୍ରାନ୍ତ ସୁସ୍ଥ ହେଲେଣି । କରୋନାଜନିତ ସକ୍ରିୟ ମାମଲା ୪୯୨ ରହିଛି । ସେହିପରି ଅଦ୍ୟାବଧି ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୧ ରହିଛି ।