
ବେଲଗୁଣ୍ଠା-ଗଞ୍ଜାମ ଜିଲ୍ଲା ସ୍ତରୀୟ କୋଭିଡ ସପ୍ତାହ ଚଳିତ ମାସ ୨୪ ତାରିଖ ଠାରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ ।ଏହାର ମୁଖ୍ୟ ଆଭିମୁଖ୍ଯ ହେଲା ଏହି ସପ୍ତାହ ରେ କୋଭିଡ ସଚେତନତା କାର୍ଯ୍ୟକ୍ରମ ବ୍ୟାପକ କରାଯିବା ସହ ଗଞ୍ଜାମ ଜିଲ୍ଲା ବାସୀ ଯେପରି ସଂପୂର୍ଣ୍ଣ ସଚେତନ ହେବେ ଏବଂ ସତର୍କତା ଅବଲମ୍ବନ କରିବେ ସେଥିପାଇଁ ତୀକ୍ଷଣ ଦ୍ରୁଷ୍ଟି ରଖାଯିବ ।ବର୍ତମାନ ଲକ୍ଷ୍ୟ କରାଯାଇଛି ଗଞ୍ଜାମ ଜିଲାବାସୀ ସମ୍ପୂର୍ଣ ଭୟମୁକ୍ତ ହୋଇ ସଚେତନତା ପଦକ୍ଷେପ ମାନୁନାହାନ୍ତି ।ଫଳରେ ସମ୍ଭାବ୍ୟ ସଂକ୍ରମଣ କୁ ଏଡାଇ ଦିଆଯାଇନପରେ ।ତେଣେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଙ୍କ ନିର୍ଦେଶ କ୍ରମେ କୋଭିଡ ସପ୍ତାହ ଆଜିଠାରୁ ଆରମ୍ଭ ହୋଇଯାଇଛି ।ଏହି ଅବସର ରେ ଆଜି ବେଲଗୁଣ୍ଠା ଏନ.ଏ.ସି ରେ ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର ଙ୍କ ନେତୃତ୍ଵ ରେ କୋଭିଡ ସପ୍ତାହ ଆରମ୍ଭ ହୋଇଯାଇଛି । ଆଜି ପ୍ରଥମ ଦିନ ରେ ବେଲଗୁଣ୍ଠା ଏନ.ଏ.ସି କାର୍ୟାଳୟ ଠାରେ ସମସ୍ତ ଅଧିକାରୀ ଓ କର୍ମଚାରୀ କୋଭିଡ ସଚେତନା ତଥା ସଂକ୍ରମଣ ନ ବ୍ୟାପିବା ପାଇଁ ଶପଥ ପଥ କରଯାଇଥିଲା ।ଏହା ସହ ଅଟୋ ସଂଘ,ହାଟପଦା,ବାଙ୍କ ବଜାର ଠାରେ ସାଧାରଣ ଜନତା ,ବ୍ୟବସାୟୀ ମାନଙ୍କୁ ନେଇ ଶପଥ ପାଠ କରଯାଇଥିଲା ।ଜଣେ ଓଡିଶା ବାସୀ ହିସାବ ରେ କୋଭିଡ ଯୋଦ୍ଧା ମାନଙ୍କୁ ସମ୍ମାନ ଓ ସହଯୋଗ କରିବା,କୋଭିଡ ଲଢେଇ ରେ ନିଜ କୁ ସାମିଲ କରିବା,କୋଭିଡ ନିୟମ ନିଜେ ପାଳନ କରିବା ଏବଂ ଅନ୍ୟମାନଙ୍କୁ ସଚେତନ କରାଇବା,ନିଜେ ମାସ୍କ ପିନ୍ଧିବା ସହ ନିଜ ପରିବାର ଓ ଅନ୍ୟମାନକୁ ମାସ୍କ ପରିଧାନ କରିବା ପାଇଁ କହିବା,ସାମାଜିକ ଦୁରତ୍ଵ ପାଳନ କରିବା,କରୋନା ବିପକ୍ଷ ରେ ନିଜ କୁ ମଜବୁତ କରିବା ଏପରି କାଲେ ନିଜେ ଜିତିବା ସହ ଆମ ଗଞ୍ଜାମ ଜିଲ୍ଲା ତଥା ସମଗ୍ର ଓଡିଶା କୁ କରୋନା ଲଢେଇ ରେ ଜିତାଇବା ପାଇଁ ଶପଥ ପାଠ କରଯାଇଥିଲା ।ଦୋକାନୀ ମାନେ ପଞ୍ଚ ସୂତ୍ରୀ ନିୟମ ପାଳନ କରିବା ପାଇଁ ଶପଥ ନେଇଥିଲେ ।ବେଲଗୁଣ୍ଠା ଏନ.ଏ.ସି ତରଫ ରୁ ଏକ ସଚେତନତା ରାଲି କରଯାଇଥିଲା ।ନିର୍ବାହୀ ଅଧିକାରୀ ରାକେଶ ପାତ୍ର ଙ୍କ ନେତୃତ୍ଵ ରେ ହୋଇଥିବା ଏହି ରାଲି ରେ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା,ଅତିରିକ୍ତ ତସସିଲଦାର ଧରଣିଧର ବେହେରା,ଓ.ଏସ. .ଡି ନରେନ୍ଦ୍ର ପଧାନ,ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ,ବାବୁଲା ଗୌଡ,ସୁଶାନ୍ତ ମିଶ୍ରଙ୍କ ସହ ପରିଷଦ କର୍ମଚାରୀ,ଆଶା ଅଙ୍ଗନବାଡି,ସ୍ବଚ୍ଛ ସାଥି ପ୍ରମୁଖ ବେଲଗୁଣ୍ଠା ସହ ପରିକ୍ରମା କରି ପ୍ଲାକାର୍ଡ ଓ ସ୍ଲୋଗାନ ମାଧ୍ୟମ ରେ ସହରବାସୀ ଙ୍କୁ ସଚେତନ କରାଇଥିଲେ ।ଜିଲ୍ଲାପାଳ ଙ୍କ ନିର୍ଦେଶକ୍ରମେ ଆଜି ଠାରୁ ସହରବାସୀ ଙ୍କ ଅମ୍ଳଜାନ ସ୍ତର ଯାଞ୍ଚ,ଥର୍ମାଲ ସ୍କ୍ରୀନିଂ ଆରମ୍ଭ ହୋଇଛି ।କୋଭିଡ ସପ୍ତାହ ପାଳନ ଅବସର ରେ ଆଗକୁ ପ୍ରତ୍ୟେକ ୱାର୍ଡ ରେ ସଚେତନତା ରଥ ଗଡିବା ସହ ରଙ୍ଗୋଲି ମାଧ୍ୟମ ରେ କରୋନା ସଚେତନତା କରାଯିବା ର କାର୍ଯକ୍ରମ ରହିଥିବା ସୂଚନା ମିଳିଛି । ବର୍ତମାନ ଗଞ୍ଜାମ ଜିଲ୍ଲା ସଂପୂର୍ଣ୍ଣ କରୋନା ମୁକ୍ତ ହୋଇନାହିଁ ଏବଂ ଆମର ଆଖପାଖ ଜିଲ୍ଲା ରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆମକୁ ଆହୁରି ସଚେତନ ରହିବା କୁ ପଡିବ ବୋଲି ତହସିଲଦାର ସରୋଜ ବେହେରା ପ୍ରକାଶ କରିଛନ୍ତି ।ଏହି ସପ୍ତାହ ମଧ୍ୟ ରେ ଦୋକାନୀ ମାନେ ପଞ୍ଚସୂତ୍ରୀ ନିୟମ ପାଳନ କରିବା ସହ ମାସ୍କ ,ସାମାଜିକ ଦୁରତ୍ଵ ଓ ଅନ୍ୟାନ ସଚେତନତା ନେଇ କଡା ଯାଞ୍ଚ କରଯିବ ବୋଲି ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର କହିଛନ୍ତି ।
ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO