ବେଳଗୁଣ୍ଠା, ବେଳଗୁଣ୍ଠା ବ୍ଳକ ଅଧିନସ୍ତ ବଙ୍କା ପଂଚାୟତ ର ସୁରମଣି ଗ୍ରାମ ସତ୍ୟନାରାୟଣ ମନ୍ଦିର ନିକଟରେ ଏକ ନୂତନ ପୋଖରୀ ଖୋଲିବାପାଇ 2019 ,20 ଆରିଥିକ ବର୍ଷ ରେ 5 ଲକ୍ଷ ଟଙ୍କା ମଞ୍ଜୁରୀ ହେଇଥିଲା । ହେଲେ ତାହା କରନା ମହାମାରୀ ହେତୁ କାମ ଟି ବନ୍ଦ ଥିଲା । ଏହାର ସୁଯୋଗ ନେଇ କିଛି ଅସାଧୁ ସରକାରୀ କର୍ମଚାରୀ ଗତ ଦୁଇମାସ ମଧ୍ୟରେ କିଛି କାମ ନକରି 2, 81, 000 ହଜାର ଟଙ୍କା ଲେବର ବାବଦରେ ବିଲ କରି ନେଈଯାଇଛନ୍ତି । ମନ୍ଦିର କମିଟି ଓ ଗ୍ରାମବାସୀ ଏହାଜାଣି ବା ପରେ ବେଳଗୁଣ୍ଠା ବିଡିଓଙ୍କୁ ଏ ନେଇ ଗତକାଲି 23,9,2020 ରେ ଜଣାଇଥିଲେ ସେ ଲୋକଙ୍କୁ କହିଲେ କି ମୁଁ ଏହାର ତଦନ୍ତ କରି ଅସାଧୁ କର୍ମଚାରୀ ଙ୍କ ବିରୋଧରେ ଉଚିତ ପଦକ୍ଷେପ ନେବି କିନ୍ତୁ ବିଡମ୍ବନା ର ବିଷୟ ଏହିକି ସେହି ନୂତନ ପୋଖରୀ 24,9,2020 ଦିନ ସକାଳୁ କିଛି ଲୋକ ସେଠାକୁ କାମକରିବା ପାଇଁ ଆସିଥିଲେ ଏହା ଜାଣିପାରି ସୁରମଣି ଗ୍ରାମବାସୀ କିଏ କାମ କରୁଛି ବୋଲି ପଚାରିଥିଲେ ସେମାନେ କହିଲେ ଜେଇ ଓ ଜିଆରଏସ ପଠାଇଛନ୍ତି ପୋଖରୀ ଖୋଳି ଵା ପାଇଁ ଏହାକୁ ଗ୍ରାମବାସୀ ବିରୋଧ କରିବାରୁ ଉତେଜନା ହୋଇଥିଲା ପରେ ବାଲିପଦର ପୋଲିସ ର ହସ୍ତକ୍ଷେପ ପରେ ଉତେଜନା ଶାନ୍ତ ପଡିଥିଲା ଓ କାମ ବନ୍ଦକରି ଦିଆଯାଇଥିଲା । ବିଡ଼ିଓଙ୍କ ସହ ଯୋଗାଯୋଗ କରିବାକୁ ପୋଲିସ କହିଥିଲା ।ଏହି ପରି ସେହି ପଚାୟତରେ ଆହୁରି କିଛି କାମ ମଧ୍ୟ ଏହିପରି କାମ ନହୋଇ ବିଲ ହୋଇଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାର ଉଚସ୍ତରୀୟ ତଦନ୍ତ କରିବାକୁ ଗ୍ରାମ ବାସୀ ଦାବି କରିଛନ୍ତି । ନ ହେଲେ ଆଗାମୀ ଦିନରେ ରାଜ ରାସ୍ତାକୁ ଓଲହାଇ ଆନ୍ଦୋଳନ ର ପନ୍ଥା ଗ୍ରହଣ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।
ଶିବରାମ ଚୌଧୁରୀ