

କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ସମ୍ବିଧାନ ଉପରେ ନଗ୍ନ ଆକ୍ରମଣ କରି ମୋଦୀ ସରକାର କର୍ପୋରେଟ ମାନଙ୍କ ସ୍ୱାର୍ଥ ନିମନ୍ତେ ପାର୍ଲିଆମେଣ୍ଟ ରେ ଧୋନି ମତ ରେ କୃଷି ଓ କୃଷକବିରୋଧୀ ଆଇନି ପାରିତ କରିଛନ୍ତି|କୃଷି ବ୍ୟବସ୍ଥା କୁ ଧ୍ୱଂସ କରି APMC କୁ କଟକଣା ମୁକ୍ତ କରି କୃଷି ବଜାର କୁ ବ୍ୟବସାୟି ମାନଙ୍କୁ ଟେକି ଦେଲେ |MSP କୁ ଖତମ କରି ଇ ମାର୍କେଟିଙ୍ଗ ନାମ ରେ ଘରୋଇ ମଣ୍ଡି ଖୋଲିଲେ|ଫଳରେ ଦଲାଲ ଓ କର୍ପୋରେଟ ମାନେ ଦର ନିର୍ଧାରଣ କରିବେ | ଠିକା ଚାଷ ଆଇନି ଆଣି ପାରମ୍ପରିକ ଭାଗ ଚାଷୀ ମାନଙ୍କୁ, ନାମ ମାତ୍ର ଚାଷୀ ଙ୍କ ଜୀଵିକା ଲୋପ କରି ବ୍ୟବସାୟୀ ମାନଙ୍କ ଦାସତ୍ୱ ସ୍ୱୀକାର କରିବେ | ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନି ସଂଶୋଧନ କରି ଆଳୁ, ଡାଲି, ପିଆଜ, ତେଲ, ଗହମ ପ୍ରଭୁତି ଦ୍ରବ୍ୟ ର ଏକଚାଟିଆ ଦର ନିର୍ଧାରଣ ଓ ହୋଡିଂ କରିବେ ବ୍ୟବସାୟୀ |ସରକାରଙ୍କ ନିୟନ୍ତ୍ରଣ ରହିବ ନାହିଁ |ଫଳରେ କୃଷି ଓ କୃଷକ ସହ ସାଧାରଣ ଲୋକେ ହନ୍ତ ସନ୍ତ ହେବେ | ପରିବେଶ ଗତ ପ୍ରଭାବ ଓ ଆକଳନ ବିଜ୍ଞ ମ୍ପତ୍ତି ଲାଗୁ କରି ଭୂମି ଅଧିଗ୍ରହଣ ରେ ଥିବା ପ୍ରତିବନ୍ଧକ ଉଠାଇଦେଲେ |କର୍ପୋରେଟ ଓ ମାଲିକ ମାନେ, ଜମି, ଜଳ, ଜଙ୍ଗଲ, ନଦୀ, ନାଳ, ଖଣି ରହିବା ସ୍ଥାନ ରେ ଅବାଧ ପ୍ରବେଶ କରିବେ |ବିଦ୍ୟୁତ ଆଇନ ପାରିତ କରି ବିଦ୍ୟୁତ ଉତ୍ପାଦନ, ସରବରାହ, ବଣ୍ଟନ କୁ କର୍ପୋରେଟ ହାତରେ ଦେଲେ | ଉପଭୋକ୍ତା କ୍ଷତି ସହିବେ | କରୋନା ସମୟରେ ତରବରିଆ ଭାବେ ସମସ୍ତ ବିଲକୁ ପାରିତ କରି ଥିବାରୁ ବାମପନ୍ଥୀ ଦଳ ମାନେ ଆଜି ପୁରୀ ଜିଲ୍ଲା ପାଳ ଅଫିସ ସାମ୍ନାରେ ଧର୍ମଘଟ କରି ଥିଲେ |ଏଥିରେ CPIM ସମ୍ପାଦକ ଶରତ କୁମାର ରାୟଗୁରୁ, ଜଗନ୍ନାଥ ଦେଓ, CPI ସମ୍ପାଦକ ପ୍ରଦୀପ୍ତ ମହାନ୍ତି, CPIML ର ସମ୍ପାଦକ ମୋହନ ନାଇଡୁ, FB ର ଜିତେନ୍ଦ୍ରିୟ ବେହେରା, ମୋଦୀ ସରକାର ଙ୍କ କୃଷକ ଓ କୃଷି ବିରୋଧୀ ଆଇନି ପ୍ରତ୍ୟାହାର ପାଇଁ ଦାବୀ କରିଛନ୍ତି |ଅନ୍ୟ ମାନଙ୍କ ମଧ୍ୟରେ ମନୋରଞ୍ଜନ ମହାରଣା, ପ୍ରଫୁଲ୍ଲ ମହାପାତ୍ର, ଉମାରାଣୀ ବେହେରା, ସଶାଙ୍କ ମହାରଣା, ରଂଜିତ ନାୟକ, ପୂର୍ଣ୍ଣ ଚନ୍ଦ୍ର ସାହୁ, ଟୁନା ନାୟକ, ଗୋବିନ୍ଦ ମାଝୀ, ବିଭୁତି ରାଉତରାୟ ପ୍ରମୁଖ ବନ୍ଦ ରେ ସାମିଲ ଥିଲେ |