
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ଶ୍ରୀଜଗନ୍ନାଥ ଧାମ ପୁରୀରେ ଆଜି କରୋନା ସଂକ୍ରମଣ ରୋଗୀଙ୍କ ସଂଖ୍ୟା ୯୦୦୦ ପାର ହୋଇ ୯୦୭୪ ରେ ପହଁଚିଛି |ଆଜି ସୁଦ୍ଧା ୮୪ ହଜାର ୯୨୫ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଛି |ସେଥିମଧ୍ୟରୁ ଆଜିର ୨୦୩ ରୋଗୀଙ୍କୁ ମିଶାଇ ଆଜିର ଦିନରେ ଚିକିତ୍ସାଧୀନ ରୋଗୀ ସଂଖ୍ୟା ୧୭୮୫ |ଆଜିସୁଦ୍ଧା ଜିଲ୍ଲାରେ ୪୦ ଜଣଙ୍କ ରୋଗୀଙ୍କ ମୃତ୍ୟୁ ଘଟିଛି |ପୁରୀ ସହରରେ ଆଜି ପର୍ଯ୍ୟନ୍ତ ୩୦୪୮ କରୋନା ସଂକ୍ରମିତ ରୋଗୀ ଚି଼ହ୍ନଟ ସହିତ ୪୯୪ ଚିକିତ୍ସାଧୀନ ଅଛନ୍ତି | ୨୫୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି |ସେହିପରି ପୁରୀଜିଲ୍ଲାରେ ୭୨୯୬ ଜଣ ସୁସ୍ଥ ହୋଇଛନ୍ତି |ଜିଲ୍ଲା ପ୍ରଶାସନ ତରଫରୁ ମିଳିଥିବା ସୂଚନା ଅନୁସାରେ ଜିଲ୍ଲାରେ ସୁସ୍ଥ ହୋଇଥିବା ରୋଗୀଙ୍କ ହାର ୮୦.୪୦% ପ୍ରତିଶତ |ଯାହାକି ପରୀକ୍ଷଣର ସଂଖ୍ୟା ଆଧାରରେ ୧୦.୬୮% ପ୍ରତିଶତ ପଜେଟିଭି ଦେଖିବାକୁ ମିଳିଛି |ସମସ୍ତ କଣ୍ଟେନମେଣ୍ଟ ଜୋନ ୧୯୪ ଟି ଥିବାବେଳେ ଗ୍ରାମାଞ୍ଚଳକୁ ମିଶାଇ ବର୍ତ୍ତମାନ ୨୬ ଟି କଣ୍ଟେନମେଣ୍ଟ ଜୋନ ସକ୍ରିୟ ଅଛି |ଏବେ ଅନଲକ ୪.୦ ସମୟରେ ସମ୍ପୂର୍ଣ୍ଣ କଟକଣା ହଟାଇ ଦିଆଯାଇଥିବାବେଳେ ସମୁଦ୍ରକୂଳ ଓ ହାଟ ବଜାର ମାନଙ୍କରେ ଦିନକୁ ଦିନ ଭିଡ ଦେଖିବାକୁ ମିଳିଛି |ସାମାଜିକ ଦୂରତା ଠାରୁ ବହୁତ ଦୂରରେ ପୁରୀ ସହର ଲୋକମାନେ |ଏହାକୁ ନେଇ ପ୍ରଶାସନର ଚିନ୍ତା ବଢ଼ିବାରେ ଲାଗିଛି |ଖାସ କରି ଯେଉଁଠି ଲୋକମାନେ ବୁଲୁଛନ୍ତି ଖୁଲମ ଖୁଲା ବିନା ମାସ୍କରେ ବୁଲୁଥିବାର ଦେଖିବାକୁ ମିଳିଛି |ହେଲେ ଜିଲ୍ଲା ପ୍ରଶାସନ ତରଫରୁ କେବେ କେବେ ଫାଇନ ଆଦାୟ ପ୍ରକ୍ରିୟା ଚାଲୁରହିଛି |ପୁରୀ ଶ୍ରୀମନ୍ଦିରର ସେବକ ୬୦୦ ରୁ ଉର୍ଦ୍ଧ ସଂକ୍ରମଣ ର ଖବର ମିଳିବା ପରେହିଁ ଏହା ଚର୍ଚ୍ଚାର ବିଷୟ ପାଲଟିଛି ଯେ ଶ୍ରୀମନ୍ଦିରରେ ସେବା କାର୍ଯ୍ୟ ପ୍ରଭାବିତ ନ ହେବାପାଇଁ ଭଗବାନ ସେବାୟତ ମାନଙ୍କୁ ବଞ୍ଚାଇ ରଖିଛନ୍ତି |ହେଲେ ଶ୍ରୀମନ୍ଦିରର ପ୍ରମୁଖ ସେବାୟତ ମାନଙ୍କ କରୋନାରେ ମୃତ୍ୟୁ ବଢ଼ି ଚାଲିଛି |ଏହି ସମସ୍ୟା କୁ ନେଇ ସମସ୍ତେ ଚିନ୍ତିତ ଅଛନ୍ତି |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO