ଗଞ୍ଜାମ– ଗଞ୍ଜାମ ଜିଲ୍ଲାରେ ଗତକାଲି ସୁଦ୍ଧା ନମୂନା ସଂଗ୍ରହ ଓ କରୋନା ପରୀକ୍ଷା ରେକର୍ଡ଼ ସଂଖ୍ୟକ ହୋଇଛି । ଏହା ୪ ଲକ୍ଷ ଟପିଛି । ୫୨୯୫ ଜଣଙ୍କର ସ୍ୱାବ୍ ସଂଗ୍ରହ ପରେ ଏହି ସଂଖ୍ୟା ମୋଟ୍ ୪ ଲକ୍ଷ ୩୯୧ ରେ ପହଂଚିଛି । ଏହା ରାଜ୍ୟର ସର୍ବାଧିକ । ଇତିମଧ୍ୟରେ ଜିଲ୍ଲାରେ ସୁସ୍ଥତା ହାର ୯୭.୨ ପ୍ରତିଶତ ରହିଛି । ଦୈନିକ ପ୍ରାୟ ୪୦୦୦ରୁ ୪୫୦୦ ର୍ୟାପିଡ଼୍ ଆଂଟିଜେନ୍ ଓ ୬୦୦ ରୁ ୧୦୦୦ ପର୍ଯ୍ୟନ୍ତ ଆରଟିପିସିଆର୍ ପରୀକ୍ଷା କରାଯାଉଛି ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Related Stories
November 21, 2024
November 21, 2024