
ଭଞ୍ଜନଗର, ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଏଵଂ ଗଞ୍ଜାମ ଅବକାରୀ ଅଧିକ୍ଷକ ଶ୍ରୀ ରାଜେନ୍ଦ୍ର ଭତ୍ରା ଙ୍କ ନିର୍ଦ୍ଧେଶ କ୍ରମେ ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ଼, ତୁରୁମ, ଗୁଡ଼ୁପଲ୍ଲୀ, ଗୁଜୁରାଳି ଅଞ୍ଚଳରେ ଭଞ୍ଜନଗର ଏଵଂ ବୁଗୁଡ଼ା ଅବକାରୀ ବିଭାଗ ଦ୍ୱାରା ମିଳିତ ଚଢ଼ାଉ କରାଯାଇ 430 ଲିଟର ହାତ ରନ୍ଧା ଦେଶୀ ମଦ ଏଵଂ 2386 କେଜି ଗୁଡ ମିଶ୍ରିତ ପଚକୁ ଜବତ କରି ନଷ୍ଟ କରି ଦିଆଯାଇଛି | ମଦ ପ୍ରସ୍ତୁତି ଓ ବିକ୍ରି ଅଭିଯୋଗରେ ତିନି ଟି ମାମଲା ରୁଜୁ କରାଯାଇ ଦୁଇ ଜଣ ଆସାମୀ ଗୁରୁମୂର୍ତି ଡାକୁଆ ଏଵଂ ଗୋବିନ୍ଦ ସାହୁ କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି | ଭଞ୍ଜନଗର ଅବକାରୀ ଓ. ଆଇ. ସି ପାର୍ଥ ସାରଥୀ ରାଉତ ଙ୍କ ନେତୃତ୍ୱରେ ହେଇଥିବା ଚଢ଼ାଉରେ ଏ. ଏସ. ଆଇ ମମତା କୁମାରୀ ଦାସ, ଏ. ଏସ. ଆଇ ବିଶ୍ୱନାଥ ବେହେରା, ସମେତ ସନାତନ ନାହାକ, ଏନ. ତିରୁପତି ରାଓ, ଜଗନ୍ନାଥ ମହାପାତ୍ର, ସୁବଳ ପ୍ରଧାନ, କୃଷ୍ଣ ଚନ୍ଦ୍ର ସେଠୀ, ଟୁଟୁ ସାମଲ, ନୀରେନ୍ଦ୍ର ଶବର ପ୍ରମୁଖ କର୍ମଚାରୀ ଉପସ୍ଥିତ ଥିଲେ |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO