
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ– ଗତକାଲି ରାତି ପ୍ରାୟ ୧୦ ସମୟରେ ବ୍ରହ୍ମପୁର ଠାରୁ ଭବାନୀ ପାଟଣା ଯାଉଥିବା ମା ଖମ୍ବେଶ୍ୱରୀ ନାମକ ଘରୋଇ ବସ ନଂ ଓଡ଼ି. ୦୭.ପି-୮୧୯୧ ଭଞ୍ଜନଗର ହାର୍ଟ ନଗର ସାମ୍ନାରେ ଥିବା ସରକାରୀ ଗାଈ ଫାର୍ମର କାନ୍ଥକୁ ଧକ୍କା ଦେଇଥିଲା।ଫଳରେ ଗାଡ଼ିର ସାମ୍ନା ଭାଗ ଭାଙ୍ଗି ରୁଜି ଯାଇଥିବା ବେଳେ ସୌଭାଗ୍ୟ ବଶତଃ ଏହି ବସରେ ଥିବା ପ୍ରାୟ ୫୦ଯାତ୍ରୀ ବର୍ତ୍ତି ଯାଇଛନ୍ତି।କେବଳ ଡ୍ରାଇଭର ଢେଙ୍କାନାଳ ଜିଲ୍ଲାର ଭଞ୍ଜ ନନ୍ଦଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଥିଲା।ସଙ୍ଗେ ସଙ୍ଗେ ତାଙ୍କୁ ଭଞ୍ଜନଗର ମେଡିକାଲକୁ ନେଇ ଚିକିତ୍ସା କରାଯାଇଥିଲା।ଡ୍ରାଇଭର ଙ୍କ କହିବାନୁସାରେ ହାଠାତ୍ ଏକ ବାଇକ ଗାଡ଼ି ସାମ୍ନାକୁ ଆସି ଯିବାରୁ ତାକୁ ବଞ୍ଚେଇବାକୁ ଯାଇ ଗଡ଼ିଟି ନିୟନ୍ତ୍ରଣ ହରାଇ ରାସ୍ତାର ଡାହାଣ କଡ଼କୁ ଚାଲିଯାଇଥିଲା।ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଭିଡ ନିୟନ୍ତ୍ରଣ କରିଥିଲା।ପୁଣି ଅନ୍ୟ ଏକ ବସ ଯୋଗେ ସମସ୍ତ ଯାତ୍ରୀଙ୍କୁ ଭବାନୀ ପାଟଣା ପଠାଯାଇଥିବା ଜଣାପଡ଼ିଛି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO