,ସ୍ଥାନୀୟ ସର୍ବୋଦୟ ନଗର ସ୍ଥିତ ମୈତ୍ରୀ ପରିସରରେ ରାମଧାରୀ ସିଂହ ଦିନକର”ଙ୍କର ୧୧୨ ତମ ଜୟନ୍ତୀ ସୃଜନୀ ସାହିତ୍ୟ ସଂସଦ ଆନୁକୂଲ୍ୟରେ ସଂସଦର ଅଧ୍ୟକ୍ଷ ପ୍ରଫେସର ଡଃ କାର୍ତ୍ତିକ କୁମାର ଦାସଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥିଭାବେ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡଃ ବଲ୍ଲଭ କୁମାର ଜୟସିଂ ଯୋଗଦେଇ କହିଲେ ଯେ ୧୯୦୮ ମସିହା ସେପ୍ଟେମ୍ବର ମାସ ତା ୨୩ରିଖରେ ବିହାରର ମୁଙ୍ଗିର ଜିଲ୍ଲା ସିମରିଆ ଗ୍ରାମରେ ଅତି ଦରିଦ୍ର କୁଳରେ ଜନ୍ମଗ୍ରହଣ କରି ଛାତ୍ର ଅବସ୍ଥାରୁ ଜଣେ ମେଧାବୀ ଛାତ୍ର ଭାବେ ବେଶ୍ ପରିଚିତ ଥିଲେ । ସେ ତାଙ୍କର ଜୀବନକାଳ ମଧ୍ୟରେ ରାଷ୍ଟ୍ରଭାଷା ହୀନ୍ଦିରେ ବହୁ ପୁସ୍ତକ ରଚନା କରି କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ ଓ ଜ୍ଞାନପୀଠ ପୁରସ୍କାର ପାଇ କିଛିଦିନ ପାଇଁ ଭାଗଲପୁର ବିଶ୍ୱ ବିଦ୍ୟାଳୟର କୁଳପତି ଭାବରେ କାର୍ଯ୍ୟ ତୁଲାଇଥିଲେ । ଯୋଗାଚାର୍ଯ୍ୟ ଡଃ ରମାକାନ୍ତ କର ଯୋଗ ଦେଇ କହିଲେ କବି ରାମଧାରୀ ସିଂହ ଦିନକର” ଏକାଧାରରେ ଭାରତବର୍ଷର ଜଣେ ହିନ୍ଦୀ କବି ଭାବେ ସୁପରିଚିତ ଥିଲେ । ସେ ମାତୃଭାଷା ବ୍ୟତୀତ ହିନ୍ଦୀ, ଇଂରାଜୀ, ସଂସ୍କୃତ, ମୈଥିଳୀ, ଉର୍ଣ୍ଣ ଓ ବାଙ୍ଗଲା ଭାଷାରେ ପ୍ରବୀଣ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜେନ୍ଦ୍ର କୁମାର ତ୍ରିପାଠୀ, ବରିଷ୍ଠ ନାଗରିକ ପ୍ରଭାକର ମିଶ୍ର, ପ୍ରମୋଦା ଦେବୀ, ଅଶୋକ କୁମାର ମହାପାତ୍ର, ଗଙ୍ଗାଧର ଆଚାର୍ଯ୍ୟ, ସାମ୍ବାଦିକ ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ଭବାନୀ ପ୍ରସାଦ ବଳିୟାରସିଂ ପ୍ରମୁଖ ସ୍ୱର୍ଗତ “ଦିନକର”ଙ୍କ ପ୍ରତିଭା ଉପରେ ଆଲୋଚନା କରିଥିଲେ । ପରିଶେଷରେ ଜୁପିଟର ଦାସ ଧନ୍ୟବାଦାର୍ପଣ କରିଥିଲେ ।
Related Stories
November 23, 2024