
ମାଲକାନଗିରି, ମାଲକାନଗିରି ଜିଲ୍ଲାରେ ଆଜି ଆଉ ୪୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୨୯୯ କୁ ବୃଦ୍ଧି ପାଇଛି । ରିପୋର୍ଟ ପଜିଟିଭ୍ ଆସିବା ପରେ ଗୁରୁତର ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲରେ ଭର୍ତି କରାଯାଇଛି ।
ସେହିପରି ସାମାନ୍ୟ ଆକ୍ରାନ୍ତ ମାନଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି । ନୂଆ ଚିହ୍ନଟ ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରେ ମାଲକାନଗିରି ପୌରାଚଂଳରୁ ୧୩ ଜଣ, ବାଲିମେଳା ବିଜ୍ଞାପିତ ଅଂଚଳରୁ ୭ ଜଣ, ମାଲକାନଗିରି ବ୍ଲକରୁ ୪ ଜଣ, ମାଥିଲି ବ୍ଲକରୁ ୩ ଜଣ, କାଲିମେଳା ବ୍ଲକରୁ ୮ ଜଣ, ଖଇରପୁଟ ବ୍ଲକରୁ ୪ ଜଣ, ଚିତ୍ରକୋଣ୍ଡା ବ୍ଲକରୁ ଜଣେ, କୋରକୁଣ୍ଡା ବ୍ଲକରୁ ଜଣେ ଏବଂ ପଡ଼ିଆ ବ୍ଲକରୁ ୩ ଜଣ ଆକ୍ରାନ୍ତ ରହିଛନ୍ତି । ଏମାନଙ୍କ ମଧ୍ୟରେ ଦୁଇ ଜଣ କରୋନା ଯୋଦ୍ଧା ରହିଛନ୍ତି । ଆଜି ଚିହ୍ନଟ ୪୪ ଆକ୍ରାନ୍ତଙ୍କ ମଧ୍ୟରୁ ୨୨ ଜଣ ବିଭିନ୍ନ କ୍ଲିନିକରୁ ରେଫର୍ ହୋଇ ଚିକିତ୍ସା ନିମନ୍ତେ ମେଡିକାଲକୁ ଆସି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଘରକୁ ଘର ବୁଲି ମେଡ଼ିକାଲ ଟିମ୍ ର ସର୍ଭେଲାନ୍ସ ବେଳେ ୧୬ ଜଣ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୬ ଜଣ ସଂକ୍ରମିତ ହୋଇଛନ୍ତି ।
ଅଦ୍ୟାବଧି ଜିଲ୍ଲାରେ ୨୭୯୮ ଆକ୍ରାନ୍ତ ସୁସ୍ଥ ହେଲେଣି । କରୋନାଜନିତ ସକ୍ରିୟ ମାମଲା ୪୯୦ ରହିଛି । ସେହିପରି ଜିଲ୍ଲାରେ ଆଜି ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ମୃତକ ଜଣକ ୪୧ ବର୍ଷିୟ ପୁରୁଷ । ସେ କରୋନା ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ କିମ୍ସ ମେଡ଼ିକାଲରେ ଚିକିତ୍ସାଧିନ ଥିଲେ । ଏହାକୁ ମିଶାଇ ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୧ କୁ ବୃଦ୍ଧି ପାଇଛି ।