September 19, 2025

ଆନ୍ତର୍ଜାତିକ

ଓ୍ଵାଂଶିଟନ– ଆମେରିକାରେ କରୋନା ସଂକ୍ରମିତ ସଂଖ୍ୟା ୫ ଲକ୍ଷ ଅତିକ୍ରମ କରିଛି । ଏହା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଦେଶର...
ଇସଲାମାବାଦ– ପାକିସ୍ତାନରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୪୭୯୩କୁ ବୃଦ୍ଧି ଘଟିଛି । ଏହା ସହିତ ଏହି ମହାମାରୀରେ ୭୧  ଜଣଙ୍କ ମୃତ୍ୟୁ...
ଓ୍ଵାଂଶିଟନ– ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଡବ୍ଲ୍ୟୁଏଚଓ ଉପରେ ବିଷୋଦଗାର କରିଛନ୍ତି । ସେ କହିଛନ୍ତି ଡବ୍ଲ୍ୟୁଏଚଓକୁ  ଦିଆଯାଉଥିବା ଆର୍ଥିକ...
ନୂଆଦିଲ୍ଲୀ– କରୋନା ଭାଇରସ୍ ମହାମାରୀକୁ ନେଇ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ(ଆଇଏମଏଫ)ର ପ୍ରବନ୍ଧ ନିର୍ଦ୍ଦେଶକ କ୍ରିଷ୍ଟଲିନା ଜାର୍ଜିଭା ଚେତାବନୀ ଜାରି କରିଛନ୍ତି । ଜାର୍ଜିଭା...
ନୂଆଦିଲ୍ଲୀ– ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ମାଲେରିଆ ନିରୋଧ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ ଉପଲବ୍ଧ କରାଇବା ନେଇ...
ଇସଲାମାବାଦ– ପାକିସ୍ତାନରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୪୫୫୨କୁ ବୃଦ୍ଧି ଘଟିଛି । ଏହା ସହିତ ଏହି ମହାମାରୀରେ ୬୫ ଜଣଙ୍କ ମୃତ୍ୟୁ...
ଇସଲାମାବାଦ– ପାକିସ୍ତାନରେ କରୋନା ଭାଇରସ୍‌ ସଂକ୍ରମିତ ରୋଗୀଙ୍କ ସଂଖ୍ୟା  ୪୩୨୨କୁ ବୃଦ୍ଧି ଘଟିଛି । ଏହା ସହିତ ଏହି ମହାମାରୀରେ ୬୩ ଜଣଙ୍କ...
ଜିନେଭା–  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ଦ୍ୱାରା ଜାରି ଏକ ଦୈନିକ ବୁଲେଟିନ୍ ଅନୁସାରେ ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ...
ଓ୍ଵାଶିଂଟନ– ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଆମେରିକା ଦ୍ୱାରା ଦିଆଯାଉଥିବା ଆର୍ଥିକ ସହାୟତାକୁ ସମାପ୍ତ କରିବାର ଘୋଷଣା କରିଛନ୍ତି । ଡବ୍ଲ୍ୟୁଏଚଓର କଡା ସମାଲୋଚନା କରି ଟ୍ରମ୍ପ ଆରୋପ ଲଗାଇଛନ୍ତି ଯେ, ଏହି ସଂସ୍ଥା ଚୀନ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରୁଛି ଏବଂ କରୋନା ଭାଇରସ୍ ପ୍ରକୋପ ସମୟରେ ଭୁଲ ପରାମର୍ଶ ଦେଉଛି । ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯଦି ଏମିତି ଚାଲେ ତେବେ ଡବ୍ଲ୍ୟୁଏଚଓ ପାଇଁ ୟୁଏସର ଫଣ୍ଡିଂ ରୋକି ଦିଆଯିବ । ଟ୍ରମ୍ପ ଟୁଇଟ୍ ମାଧ୍ୟମରେ  ଜଣାଇଛନ୍ତି ଯେ, ଡବ୍ଲ୍ୟୁଏଚଓ ବାସ୍ତବରେ ଏହି ପ୍ରସଙ୍ଗକୁ ହିଁ ଶେଷ କରି ଦେଇଛି । ଡବ୍ଲ୍ୟୁଏଚଓକୁ ସବୁଠୁ ଅଧିକ ଆର୍ଥିକ ସହାୟତା ଆମେରିକା ହିଁ ଦେଇଥାଏ । ମାତ୍ର ଏବେ କୌଣସି କାରଣବଶତଃ ଆବଶ୍ୟକତାଠୁ ଅଧିକ ଚୀନ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି ଡବ୍ଲ୍ୟୁଏଚଓ । ତଥାପି ଆମେ ଏହାକୁ ଏକ ସକରାତ୍ମକ ଦିଗରେ ନେବୁ । ମାତ୍ର ଡବ୍ଲ୍ୟୁଏଚଓ ଆମେରିକାକୁ ଏହା କଣ ପାଇଁ କହିଲା ଯେ, ଚୀନ ପାଇଁ ତାଙ୍କର ଓ୍‌ାର୍ଡ ଖୋଲା ରହିଛି ବୋଲି ଟ୍ରମ୍ପ କହିଛନ୍ତି । ଟ୍ରମ୍ପ ହ୍ୱାଇଟ୍  ହାଉସର ଏକ ସାମ୍ବାଦିକ ସମ୍ମିଳନୀରେ ୟୁଏନ ସ୍ୱାସ୍ଥ୍ୟ ସଂଗଠନ ବିରୋଧରେ ଅନେକ ଆରୋପ ଲଗାଇଛନ୍ତି । ସେ କହିଛନ୍ତି ଏହା ବହୁତ ବଡ ଭୁଲ କଥା । ସାଂପ୍ରତିକ ସ୍ଥିତିରେ ଡବ୍ଲ୍ୟୁଏଚଓ ବହୁତ ବଡ ସୁଯୋଗ ହାତ ଛଡା କରିଛି । କାରଣ ଏବେ ଆମେ ଡବ୍ଲ୍ୟୁଏଚଓକୁ ଦେଉଥିବା ଆର୍ଥିକ ସହାୟତା ବନ୍ଦ କରିବାକୁ ଯାଉଛୁ । ଟ୍ରମ୍ପ ଦ୍ୱାରା ଡବ୍ଲ୍ୟୁଏଚଓର ସମାଲୋଚନାକୁ ୟୁଏନର ମୁଖପାତ୍ର ଷ୍ଟିଫନ ଦୁଜାରିକ ଖଣ୍ଡନ କରିଛନ୍ତି । ସେ ଗଣମାଧ୍ୟମକୁ କହିଛନ୍ତି ଯେ, ଏଥିରେ କୌଣସି ସନ୍ଦେହ ନାହିଁ ଯେ, ମହାନିର୍ଦ୍ଦେଶକ ଟ୍ରେଡୋସ୍ ଅଧନୋମ ଘେବ୍ରେୟସସଙ୍କ ନେତୃତ୍ୱରେ ଡବ୍ଲ୍ୟୁଏଚଓ କୋଭିଡ୍‌-୧୯ ମୁକାବିଲାରେ ବହୁତ ଭଲ କାମ କରିଛି । ଏଥିରେ ପୂରା ବିଶ୍ୱରେ ବହୁତ ଦେଶକୁ ସହଯୋଗ କରିବା, ଲକ୍ଷାଧିକ ମାତ୍ରାରେ ଉପକରଣ ଦେବା, ବିଭିନ୍ନ ଦେଶକୁ ପ୍ରଶିକ୍ଷଣ ଦେବା ଯେଉଁଥିରେ ବିଶ୍ୱ ସୁସ୍ଥ ରହୁ । ଦୁଜାରିକ କହିଛନ୍ତି ଯେ, ଡବ୍ଲ୍ୟୁଏଚଓ ନିକଟରେ କଙ୍ଗୋ ଲୋକତାନ୍ତ୍ରିକ ଗଣରାଜ୍ୟରେ ଇବୋଲାର ପ୍ରତିରୋଧ ପାଇଁ ବହୁତ ଭଲ କାମ କରିଛି । ଟ୍ରମ୍ପଙ୍କ ନିକଟତମ ସହଯୋଗୀ ରିପବ୍ଲିକାନ ସିନେଟର ଲିଣ୍ଡେସ୍ ଗ୍ରାହମ କହିଛନ୍ତି ଯେ, ଆଗାମୀ ସିନେଟ ବିନିଯୋଗ ବିଲରେ ଡଲ୍ଲ୍ୟୁଏଚଓ ପାଇଁ କୌଣସି ଫଣ୍ଡିଂ ହେବ ନାହିଁ । ଉୁଁ ଉପସମିତିର ବିନିଯୋଗର ପ୍ରଭାରୀ ଅଟେ । ମୁଁ ଡବ୍ଲ୍ୟୁଏଚଓକୁ ତାର ସଂପ୍ରତି ନେତୃତ୍ୱରେ ଆର୍ଥିକ ପୋଷଣର ସମର୍ଥନ କରୁନାହିଁ । ଏହି ସଂସ୍ଥା ଧୋକାବାଜ ଏବଂ ଚୀନ ସମର୍ଥକ ଅଟେ ବୋଲି ଗ୍ରାହମ କହିଛନ୍ତି ।
error

Enjoy this blog? Please spread the word :)

Follow by Email
Instagram
Telegram