April 21, 2026

ଆନ୍ତର୍ଜାତିକ

ଓ୍ଵାଶିଂଟନ– ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଆମେରିକା ଦ୍ୱାରା ଦିଆଯାଉଥିବା ଆର୍ଥିକ ସହାୟତାକୁ ସମାପ୍ତ କରିବାର ଘୋଷଣା କରିଛନ୍ତି । ଡବ୍ଲ୍ୟୁଏଚଓର କଡା ସମାଲୋଚନା କରି ଟ୍ରମ୍ପ ଆରୋପ ଲଗାଇଛନ୍ତି ଯେ, ଏହି ସଂସ୍ଥା ଚୀନ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରୁଛି ଏବଂ କରୋନା ଭାଇରସ୍ ପ୍ରକୋପ ସମୟରେ ଭୁଲ ପରାମର୍ଶ ଦେଉଛି । ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯଦି ଏମିତି ଚାଲେ ତେବେ ଡବ୍ଲ୍ୟୁଏଚଓ ପାଇଁ ୟୁଏସର ଫଣ୍ଡିଂ ରୋକି ଦିଆଯିବ । ଟ୍ରମ୍ପ ଟୁଇଟ୍ ମାଧ୍ୟମରେ  ଜଣାଇଛନ୍ତି ଯେ, ଡବ୍ଲ୍ୟୁଏଚଓ ବାସ୍ତବରେ ଏହି ପ୍ରସଙ୍ଗକୁ ହିଁ ଶେଷ କରି ଦେଇଛି । ଡବ୍ଲ୍ୟୁଏଚଓକୁ ସବୁଠୁ ଅଧିକ ଆର୍ଥିକ ସହାୟତା ଆମେରିକା ହିଁ ଦେଇଥାଏ । ମାତ୍ର ଏବେ କୌଣସି କାରଣବଶତଃ ଆବଶ୍ୟକତାଠୁ ଅଧିକ ଚୀନ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି ଡବ୍ଲ୍ୟୁଏଚଓ । ତଥାପି ଆମେ ଏହାକୁ ଏକ ସକରାତ୍ମକ ଦିଗରେ ନେବୁ । ମାତ୍ର ଡବ୍ଲ୍ୟୁଏଚଓ ଆମେରିକାକୁ ଏହା କଣ ପାଇଁ କହିଲା ଯେ, ଚୀନ ପାଇଁ ତାଙ୍କର ଓ୍‌ାର୍ଡ ଖୋଲା ରହିଛି ବୋଲି ଟ୍ରମ୍ପ କହିଛନ୍ତି । ଟ୍ରମ୍ପ ହ୍ୱାଇଟ୍  ହାଉସର ଏକ ସାମ୍ବାଦିକ ସମ୍ମିଳନୀରେ ୟୁଏନ ସ୍ୱାସ୍ଥ୍ୟ ସଂଗଠନ ବିରୋଧରେ ଅନେକ ଆରୋପ ଲଗାଇଛନ୍ତି । ସେ କହିଛନ୍ତି ଏହା ବହୁତ ବଡ ଭୁଲ କଥା । ସାଂପ୍ରତିକ ସ୍ଥିତିରେ ଡବ୍ଲ୍ୟୁଏଚଓ ବହୁତ ବଡ ସୁଯୋଗ ହାତ ଛଡା କରିଛି । କାରଣ ଏବେ ଆମେ ଡବ୍ଲ୍ୟୁଏଚଓକୁ ଦେଉଥିବା ଆର୍ଥିକ ସହାୟତା ବନ୍ଦ କରିବାକୁ ଯାଉଛୁ । ଟ୍ରମ୍ପ ଦ୍ୱାରା ଡବ୍ଲ୍ୟୁଏଚଓର ସମାଲୋଚନାକୁ ୟୁଏନର ମୁଖପାତ୍ର ଷ୍ଟିଫନ ଦୁଜାରିକ ଖଣ୍ଡନ କରିଛନ୍ତି । ସେ ଗଣମାଧ୍ୟମକୁ କହିଛନ୍ତି ଯେ, ଏଥିରେ କୌଣସି ସନ୍ଦେହ ନାହିଁ ଯେ, ମହାନିର୍ଦ୍ଦେଶକ ଟ୍ରେଡୋସ୍ ଅଧନୋମ ଘେବ୍ରେୟସସଙ୍କ ନେତୃତ୍ୱରେ ଡବ୍ଲ୍ୟୁଏଚଓ କୋଭିଡ୍‌-୧୯ ମୁକାବିଲାରେ ବହୁତ ଭଲ କାମ କରିଛି । ଏଥିରେ ପୂରା ବିଶ୍ୱରେ ବହୁତ ଦେଶକୁ ସହଯୋଗ କରିବା, ଲକ୍ଷାଧିକ ମାତ୍ରାରେ ଉପକରଣ ଦେବା, ବିଭିନ୍ନ ଦେଶକୁ ପ୍ରଶିକ୍ଷଣ ଦେବା ଯେଉଁଥିରେ ବିଶ୍ୱ ସୁସ୍ଥ ରହୁ । ଦୁଜାରିକ କହିଛନ୍ତି ଯେ, ଡବ୍ଲ୍ୟୁଏଚଓ ନିକଟରେ କଙ୍ଗୋ ଲୋକତାନ୍ତ୍ରିକ ଗଣରାଜ୍ୟରେ ଇବୋଲାର ପ୍ରତିରୋଧ ପାଇଁ ବହୁତ ଭଲ କାମ କରିଛି । ଟ୍ରମ୍ପଙ୍କ ନିକଟତମ ସହଯୋଗୀ ରିପବ୍ଲିକାନ ସିନେଟର ଲିଣ୍ଡେସ୍ ଗ୍ରାହମ କହିଛନ୍ତି ଯେ, ଆଗାମୀ ସିନେଟ ବିନିଯୋଗ ବିଲରେ ଡଲ୍ଲ୍ୟୁଏଚଓ ପାଇଁ କୌଣସି ଫଣ୍ଡିଂ ହେବ ନାହିଁ । ଉୁଁ ଉପସମିତିର ବିନିଯୋଗର ପ୍ରଭାରୀ ଅଟେ । ମୁଁ ଡବ୍ଲ୍ୟୁଏଚଓକୁ ତାର ସଂପ୍ରତି ନେତୃତ୍ୱରେ ଆର୍ଥିକ ପୋଷଣର ସମର୍ଥନ କରୁନାହିଁ । ଏହି ସଂସ୍ଥା ଧୋକାବାଜ ଏବଂ ଚୀନ ସମର୍ଥକ ଅଟେ ବୋଲି ଗ୍ରାହମ କହିଛନ୍ତି ।
ଉହାନ– ଚୀନର ଉହାନ ସହରରେ ଦୀର୍ଘ ଦୁଇ ମାସ ଧରି ଲାଗୁ ଲକଡାନ ବୁଧବାର ସମାପ୍ତ ହୋଇଛି । ଏହି ସହରରେ କରୋନା ଭାଇରସ ମହାମାରୀ ଉତ୍ପନ ହୋଇଥିଲା । ଜାନୁଆରୀ ଶେଷ ଆଡକୁ କରୋନା ଭାଇରସର ପ୍ରକୋପକୁ ରୋକିବା ପାଇଁ ୧୧ ମିଲିୟନ ଜନସଂଖ୍ୟା ବିଶିଷ୍ଟ ଉହାନ ସହରରେ ଲକଡାଉନ୍ ଲାଗୁ କରାଯାଇଥିଲା । ସରକାରୀ ସୂଚନା ଅନୁସାରେ ଉହାନରେ ୫୦ ହଜାରରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ୨୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଚୀନରେ କରୋନା ଭାଇରସରେ ହୋଇଥିବା ମୃତ୍ୟୁର ପ୍ରାୟ ୮୦ ପ୍ରତିଶତ ଉହାନରେ ଘଟିଛି । ନିକଟରେ ଉହାନରେ ଲକଡାଉନରେ କିଛିଟା କୋହଳ କରାଯାଇଥିଲା । ହୁବେଇ ପ୍ରାନ୍ତର ରାଜଧାନୀରେ ଗତ ୨୧ ଦିନରେ ମାତ୍ର ତିିନି କରୋନା ରୋଗୀ ଚିହ୍ନଟ ହୋଇଥିଲେ । ଏବେ ସ୍ଥିତି ସମୀକ୍ଷା ପରେ ଉହାନ ସହରରୁ ଦୀର୍ଘ ଦୁଇ ମାସ ଧରି ଲାଗୁ ଲକଡାଉନ୍ ହଟାଇ ଦିଆଯାଇଛି । ବୁଧବାର ପ୍ରାୟ ୫୫ ହଜାର ଲୋକଙ୍କୁ ଟ୍ରେନରେ ଉହାନ ଛାଡିବାର ଆଶା ରହିଛି । ଉହାନର ତିୟାନହେ ବିମାନ ବନ୍ଦରରୁ ୧୦ ହଜାରରୁ ଅଧିକ ଯାତ୍ରୀଙ୍କୁ ବିମାନରେ ସହର ଛାଡିବାର ସମ୍ଭାବନା ରହିଛି । ରାଜଧାନୀ ବେଜିଂ ଓ ଅନ୍ୟ ସ୍ଥାନ ପାଇଁ ଉଡାଣ ଏବେ ଆରମ୍ଭ କରାଯାଇ ନାହିଁ । ଉହାନର ବାସିନ୍ଦାଙ୍କୁ ଅନୁରୋଧ କରାଯାଇଛି ଯେ, ସେମାନେ ନିଜର ପଡୋଶୀ, ନିଜର ସହର ଏବଂ ଏପରିକି ପ୍ରାନ୍ତକୁ ସେ ପର୍ଯ୍ୟନ୍ତ ଛାଡିବେ ନାହିଁ ଯେ ପର୍ଯ୍ୟନ୍ତ ଅତି ଜରୁରୀ ନ ହୋଇଛି । ଚୀନର ରାଜଧାନୀ ବେଜିଂକୁ ଆସିବାକୁ ଥିବା ଉହାନର ଲୋକଙ୍କୁ ପୁଣି ଥରେ ଭାଇରସର ପରୀକ୍ଷଣ ଦେବାକୁ ପଡିବ ।
ନ୍ୟୁୟର୍କ– ଜନ ହପକିନ୍ସ ୟୁନିଭର୍ସିଟି ଅନୁ୍‌ଯାୟୀ ସମଗ୍ର ଦୁନିଆରେ ଅଦ୍ୟାବଧି କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷରୁ ଅଧିକ ରହିଛି ।...
ଲସ ଏଞ୍ଜଲେସ୍‌– ଆମେରିକାର ସେବା ଇଂଟରନ୍ୟାସନାଲର ଶତାଧିକ କାର୍ଯ୍ୟକର୍ତ୍ତା କୋଭିଡ୍‌-୧୯ର ମୁକାବିଲା ପାଇଁ ମଇଦାନକୁ ଓହ୍ଲାଇଛନ୍ତି । ଏଥିପାଇଁ ଅଲଗା ଅଲଗା ସ୍ତରରେ ଆମେରିକାର ବିଭିନ୍ନ...
 ୠସ ଏଞ୍ଜଲେସ– ଦକ୍ଷିଣ ଦକାର୍ଲିଫର୍ଣ୍ଣିଆର କୋଂଟ୍ରା କାଉଁଟିରେ ଜଣେ ୭୦ ବର୍ଷୀୟ ପ୍ରବାସୀ ଭାରତୀୟଙ୍କ କରୋନାରେ ମୃତ୍ୟୁ ଘଟିଛି । ଏହି ଭାରତୀୟ...
error

Enjoy this blog? Please spread the word :)

Follow by Email
Instagram
Telegram