
ଭଦ୍ରକ – ଗତ ମାସକ ମଧ୍ଯରେ ଭଦ୍ରକ ସହରାଳ ଓ ଗ୍ରାମାଳ ମନ୍ଦିର ଗୁଡିକର ସଂପି ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି ଲୁଟେରାମାନେ। ଆଜି ପୁଣି ଥରେ ଏହି ଲୁଟେରାଙ୍କ କୋପଦୃଷ୍ଟିରେ ପଡିଛନ୍ତି ଖୋଦ୍ ମା’ ତାରିଣୀ। ଗତକାଲି ବିଳମ୍ବିତ ରାତିରେ ସହରାଳ ଥାନା ଅଧୀନସ୍ଥ ଗବସାହିସ୍ଥିତ ମା’ ତାରିଣୀଙ୍କ ମନ୍ଦିର ଗ୍ରୀଲ୍ ଭାଂଗି ଚୋରମାନେ ମା’ ଙ୍କ ଦାନବାକ୍ସ ସହ ବହୁ ମୂଲ୍ୟବାନ ଅଳଙ୍କାର ଓ ସାମଗ୍ରୀ ଲୁଟିନେଇଛନ୍ତି। ସହରାଲ ଥାନାଧିକାରିଣୀ ସରୋଜିନ ସିଂ ସେଠାରେ ପହô ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଏଠାରେ ସୂଚନାେଯାଗ୍ୟ ଗତ କିଛିଦିନ ପୂର୍ବେ ବାଗୁରାଇ ଓ ଜାନୁଗଞ୍ଜ ସ୍ଥିତ ମା’ ମଙ୍ଗଳା ଓ ଶନିଦେବ ମନ୍ଦିର ପରେ ପରେ ଏରେଇଁସ୍ଥିତ ହନୁମାନ ମନ୍ଦିରରୁ ଚୋରମାନେ ଦାନବାକ୍ସ ସହ ସମସ୍ତ ଅଳଙ୍କାର ମାନ ଚୋରି କରିନେଇଥିଲେ। ଯାହା ଶ୍ରଦ୍ଧାଳୁଙ୍କ ମଧ୍ଯରେ ଘୋର ପ୍ରତିକ୍ରିୟା ସୃଷ୍ଟି କରିଥିଲା। ଏହି ମନ୍ଦିର ଗୁଡିକର ଚୋରି ନେଇ ପୁଲିସ୍କୁ କୌଣସି ସଫଳତା ମିଳିନଥିବାବେଳେ ପୁଣି ଥରେ ମା’ ତାରିଣୀଙ୍କ ମନ୍ଦିରରୁ ଚୋରି ହେବା ଘଟଣା ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।