ଭଦ୍ରକ – ଗତ ଶନିବାର ଭଦ୍ରକ ବ୍ଳକ୍ କେଦାରପୁର ପ୍ରାଥମିକ ବିଦ୍ୟାଳୟରେ ମଧ୍ଯାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ହେବା ପ୍ରସଙ୍ଗରେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି। ଏପରି ଏକ ସମ୍ବେନଶୀଳ ପ୍ରସଙ୍ଗରେ ଜିଲ୍ଲା ଶିକ୍ଷା ବିଭାଗ ପ୍ରଧାନ ଶିକ୍ଷକଙ୍କୁ ଘ ଘୋଡ଼ାଉଛି ବୋଲି ଆଜି ଭଦ୍ରକ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ଡ଼ା. ପ୍ରଦୀପ କୁମାର ନାୟକ, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ପାଢ଼ୀ, ପ୍ରଭାକର ସାମଲ ପ୍ରମୁଖ ଦାବି କରିଛନ୍ତି। ଏହା ବ୍ୟତୀତ ଘଟଣାକୁ ଅତି ହାଲୁକା ଭାବେ ନେଇଥିବା ଜିଲ୍ଲା ଶିକ୍ଷାଧିକାରୀ ଓ ବ୍ଳକ୍ଶିକ୍ଷାଧିକାରୀଙ୍କ ବିରୋଧରେ ମଧ୍ଯ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ବିଜେପି। ଭିିଭୂମୀ ଅଭାବରୁ ପିଲାମାନେ ଏବେ ଅଧିକାଂଶ ବିଦ୍ୟାଳୟରେ ଅସୁରକ୍ଷିତ। ସରକାର ଶିକ୍ଷାକୁ ଗୁରୁୂତ୍ବ ଦେଉଥିବା କହୁଥିବାବେଳେ, ସରକାରଙ୍କ ପିଲା ପଢ଼ିବେ, ଗଢ଼ିବେ ଓ ବଢ଼ିବେ ନୀତି ଆଜି ପ୍ରସନରେ ପରିଣତ ହୋଇଛି। ତେଣୁ ସରକାର ତୁରନ୍ତ ପ୍ରଧାନ ଶିକ୍ଷକଙ୍କ ସମେତ ଜିଲ୍ଲା ଶିକ୍ଷାଧିକାରୀ ଓ ବ୍ଳକ ଶିକ୍ଷାଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳ ଦାବି କରିଛି। ଭଦ୍ରକାଳୀ ମଣ୍ଡଳ ବିଜେପି ସଭାପତି ନାରାୟଣ ସେନାପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମ୍ମିଳନୀରେ ପ୍ରଦୀପ ଘଡ଼େଇ, ମନୋଜ ନାୟକଙ୍କ ସମେତ ବହୁ ଅଭିଭାବକ ଉପସ୍ଥିତ ଥିଲେ। ଏଠାରେ ସୂଚନାେଯାଗ୍ୟ କେଦାରପୁର ପ୍ରାଥମିକ ବିଦ୍ୟାଳୟରେ ଗତ ଶନିବାର ଛାତ୍ରଛାତ୍ରୀମାନେ ମଧ୍ଯାହ୍ନଭୋଜନ ଖାଇ ଅସୁସ୍ଥ ହୋଇପଡ଼ିଥିଲେ। ମଧ୍ଯାହ୍ନଭୋଜନରେ ଝିଟିପିଟି ପଡ଼ିଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା। ୫୭ଜଣ ଛାତ୍ରଛାତ୍ରୀଙ୍କ ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଚିକିସôିତ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଛାତ୍ୟଛାତ୍ରୀଙ୍କ ଚିକିସôା ସେବା ଉପରେ ଗୁରୁତ୍ବ ଦେବା ପରିବରେ୍ ବିଦ୍ୟାଳୟକୁ ଛୁଟି ଘୋଷଣା କରି ଦେବାରୁ ସେଠାରେ ଉେଜନା ପ୍ରକାଶ ପାଇଥିଲା। ଅଭିଭାବକମାନେ ନିଜ ନିଜ ପିଲାଙ୍କୁ ୧୦୮ ଆମ୍ବୁଲାନ୍ସ େଯାଗେ ଜିଲ୍ଲା ଚିକିସôାଳୟକୁ ଆଣି ଚିକିସôା କରାଇଥିଲେ।
Related Stories
May 11, 2025