
ଭଦ୍ରକ – ଆଜି ପୁରୁଣାବଜାର ଥାନା ପୁଲିସ ଏହି ଥାନା ଅନ୍ତର୍ଗତ ମୀର୍ଜାପୁର ହଳଦୀଡିହ ଗ୍ରାମରେ ବେଆଇନ ଭାବେ ବାଣ ତିଆରି କାରଖାନା ଉପରେ ଚଢାଉ କରି ବିପୁଳ ପରିମାଣର ବାଣ ଏବଂ ବାଣ ତିଆରି ସରଞ୍ଜାମ ଜବତ କରିଛି। ଏହି ଅଭିେଯାଗରେ ପୁଲିସ ଜଣଙ୍କୁ ଗିରଫ କରିଛି। ହଳଦିଡିହ ଗ୍ରାମରେ ବେଆଇନ ଭାବେ ବାଣ ତିଆରି ହେଉଥିବା ଖବର ପାଇ ପୁରୁଣାବଜାର ଥାନା ପୁଲିସ ଅତର୍କିତ ଭାବରେ ଚଢାଉ କରିଥିଲା ା ଅନ୍ୟମାନେ ଫେରାର ହୋଇ ଯାଇଥବା ବେଳେ ପୁଲିସ ଗୋରା ଖାଁ ନାମକ ଜଣେ ଯୁବକକୁ ଧରିବାକୁ ସକ୍ଷମ ହୋିଛି। ଏଥି ସହିତ ବାରୁଦ, ସୁତୁଲି, ବିଭିନ୍ନ ରାସାୟନିକ ପଦାର୍ଥ ସହିତ ତିଆରି ହୋଇଥିବା ବାଣ ଜବତ କରିଛି।