

Related Stories
May 11, 2025
ମାଲକାନଗିରି, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଅନ ଲାଇନ ମାଧ୍ୟମରେ ବିଶ୍ୱ ଶ୍ରମିକ ଦିବସ ସମ୍ପର୍କିତ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି!ଏହି କାର୍ଯ୍ୟକ୍ରମ ରେ ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଭାରପ୍ରାପ୍ତ ସଚିବ ତଥା ରେଜିଷ୍ଟାର କୃଷ୍ଣ ଚନ୍ଦ୍ର ନାୟକ, ଏବଂ ମାଲକାନଗିରି ମହାବିଦ୍ୟାଳୟ ର ଅଧ୍ୟାପକ ତଥା ସ୍ୱେଚ୍ଛାସେବୀ ଡ଼ଃ ରଞ୍ଜନ କୁମାର ସ୍ୱାଇଁ ଉପସ୍ଥିତ ରହି ଶ୍ରମିକ ମାନଙ୍କ ପାରି ଶ୍ରମିକ ନିୟମ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ!ଏହା ବ୍ୟତୀତ ଏହି କାର୍ଯ୍ୟକ୍ରମ ରେ ଯେପରି ମାଗଣା ଆଇନ ସେବା, ଆପୋଷ ମିଳାମିଶା ମାଧ୍ୟମରେ ମାମଲାର ସମାଧାନ ଏବଂ ଜାତୀୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ପ୍ରଦତ୍ତ ୧ 0ଟି ନୂଆ ଯୋଜନା ଏବଂ ଗରୀବ ଶ୍ରେଣୀର ଲୋକ କିପରି ଆଇନ ସହାୟତା ପାଇବେ ଓ ଆଇନ ପ୍ରତି ସଚେତନ ହେବେ ସେ ବିଷୟରେ କହିଥିଲେ!