
କେନ୍ଦ୍ରାପଡା– କେନ୍ଦ୍ରାପଡା ଜିଲ୍ଲାରେ ଚଳିତ ବର୍ଷ ମୁଗଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଯାଇ ଥିବା ଅଭିଯୋଗ କରି କ୍ଷତି ପୁରଣ ଦାବି କରିଛି କୃଷକ ମହାସଂଘ । ଜିଲ୍ଲାରେ କୃଷି ଓ କୃଷକର ଉନ୍ନତି ପାଇଁ କେନ୍ଦ୍ରାପଡା ଜିଲ୍ଲା କୃଷକ ମହାସଂଘ ତରଫରୁ ଲଢାଇ ଜାରି ରଖିଛି । ମାତ୍ର ଆଜିବି କୃଷି ଓ କୃଷକର ଉନ୍ନତି ସରକାରଙ୍କ ପକ୍ଷରୁ ସର୍ବନିମ୍ନ ଉଦ୍ୟମ ଥିଲାଭଳି ମନେହେଉ ନାହିଁ । କେନ୍ଦ୍ରାପଡା ଜିଲ୍ଲାରେ ଗୋଟିଏ ବି ଶୀତଳ ଭଣ୍ଡାର ନଥିବାରୁ କୃଷକ ମାନେ ବହୁ କ୍ଷତିର ସମ୍ମୁଖୀନ ହେଉଛନ୍ତି । ଚଳିତ ବର୍ଷ ଜିଲ୍ଲାରେ ମୁଗ ଚାଷ ନଷ୍ଟ ହୋଇଯାଇଛି । ତୁରନ୍ତ ଏହାର ସର୍ଭେକରି ଚାଷୀମାନଙ୍କୁ କ୍ଷତିପୁରଣ ଦେବାଲାଗି ଜିଲ୍ଲା ମହାସଂଘ ପକ୍ଷରୁ ସଭାପତି ରମଣୀ ରଞ୍ଜନ ରାଉତରାୟ, ହୃଷିକେଶ ମହାପାତ୍ର, ଦିପକ କୁମାର ପଟ୍ଟନାୟକ, କୁବେର ସାହୁ, ସତ୍ୟ ନାରାୟଣ ଜେନା ପ୍ରମୁଖ ଦାବି କରିଛନ୍ତି ।