
ପୁରୀ, କରୋନା ସଂକ୍ରମଣକୁ ଏଡାଇବା ପାଇଁ ୫ ରାଜ୍ୟର ପର୍ଯ୍ୟଟକଙ୍କ ପାଇଁ ପୁରୀରେ କଟକଣା କଡ଼ାକଡ଼ି କରାଯାଇଛି । ସେହି ରାଜ୍ୟ ଗୁଡିକ ହେଲା ମଧ୍ୟପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର, କେରଳ ଏବଂ ପଞ୍ଜାମ । ଏସବୁ ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ କଡ଼ା ନଜର ରଖାଯାଇଛି । ରେଳ ଷ୍ଟେସନରେ ସ୍କ୍ରିନିଂ ବ୍ୟବସ୍ଥା କରାଯାଇଛି । ଏପରିକି କୌଣସି ବ୍ୟକ୍ତିଙ୍କ ଠାରେ ଲକ୍ଷଣ ଦେଖାଦେଲେ, ତାଙ୍କର ଟେଷ୍ଟ କରାଯିବ । ସେହିପରି ଦୁଇଟି ଯୋଗ୍ୟତା ଥିଲେ ପର୍ଯ୍ୟଟକଙ୍କୁ ପୁରୀ ଆସିବାକୁ ଅନୁମତି ମିଳିବ । ତାହା ହେଲା ୭୨ ଘଂଟା ମଧ୍ୟରେ ଆରଟିପିସିଆର୍ ନେଗେଟିଭ୍ ରିପୋର୍ଟ ଓ କରୋନା ଦୁଇଟି ଯାକ ଡୋଜ୍ ଟୀକା ନେଇଥିଲେ ପୁରୀ ଆସିବାକୁ ଅନୁମତି ମିଳିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।
ପ୍ରକାଶ ଥାଉ କି, ଗତକାଲି ଅନୁଷ୍ଠିତ ବୈଠକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତି ନିଆଯାଇଥିବା ଜଣାପଡିଛି ।