ଜଟଣୀ – ବେନିୟମ ବାଲି, ମୋରମ୍ ଓ ମାଙ୍କଡ଼ା ପଥର ଚାଲାଣ ହେଉଥିବା ବେଳେ ଜଟଣୀ ତହସିଲ୍ଦାର୍ କାର୍ଯ୍ୟାଳୟ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି । ଗତକାଲି ଓ ଆଜି ସକାଳୁ ଏହି ଧରପଗଡ଼ରେ ମୋଟ ୧୦ ଟି ଗାଡ଼ି ଜବତ କରିବାରେ ସକ୍ଷମ ହୋଇଛନ୍ତି । ସେଗୁଡ଼ିକ ହେଲା ୫ଟି ହାଇୱା ଟ୍ରକ୍ , ୨ଟି ବଡ଼ ଟ୍ରକ୍, ୧ ଟି ୭୦୯ ଟ୍ରକ୍ , ଅନ୍ୟଟି ୪୦୭ ଟ୍ରକ ଏବଂ ଗୋଟିଏ ଟ୍ରାକ୍ଟର ରହିଛି । ସେଥି ମଧ୍ୟରୁ ୨ଟି ବାଲି ଟ୍ରକ୍, ୩ଟି ମୋରମ୍ ଟ୍ରକ୍, ୪ଟି ମାଙ୍କଡ଼ା ପଥର ଟ୍ରକ୍ ଓ ୧ ଟ୍ରାକ୍ଟର ସାହାଯ୍ୟରେ ବାଲି ବୋଝେଇ କରି ଚୋରା ଚାଲାଣ ହେଉଥିବା ସମୟରେ ତହସିଲ୍ଦାର ପ୍ରେମାଂଶୁ ଚାନ୍ଦ, ଅତିରିକ୍ତ ତହସିଲ୍ଦାର ଦିଲ୍ଲୀପ ଷଡ଼଼ଙ୍ଗୀ ଜଟଣୀର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଗାଡ଼ିଗୁଡ଼ିକୁ ଜବତ କରିଥିଲେ । ଉକ୍ତ ଗାଡ଼ିଗୁଡ଼ିକ ମଧ୍ୟରୁ ବାଲି ବୋଝେଇ ଟ୍ରାକ୍ଟରଟିକୁ ଜବତ କରିବା ସହ ଯାନ୍ତ୍ରିକ ତୃଟି ଯୋଗୁଁ କାର୍ଯ୍ୟାଳୟକୁ ଆଣିପାରି ନଥିବା ବେଳେ ଅନ୍ୟ ୯ ଗୋଟି ଗାଡ଼ିକୁ ତହସିଲ୍ କାର୍ଯ୍ୟାଳୟକୁ ଅଣାଯାଇଥିଲା । ଜବତ ହୋଇଥିବା ଗାଡ଼ିଗୁଡ଼ିକ ମଧ୍ୟରୁ ୫ଟି ଗାଡ଼ିରୁ ୧ଲକ୍ଷ ୮୫ହଜାର ଟଙ୍କା ଜରିମାନା ଆଦାୟ କରିଥିବାର ତହସିଲ୍ କାର୍ଯ୍ୟାଳୟ ପକ୍ଷରୁ ଜଣାପଡ଼ିଛି । ସୂଚନା ଯୋଗ୍ୟକି, ଜଟଣୀ ମୁଖ୍ୟ ରାସ୍ତା ଦେଇ ବେନିୟମ ଭାବେ ଶହଶହ ସଂଖ୍ୟାରେ ଦୈନିକ ଏଭଳି ଚାଲାଣ ହେଉଥିବା ବେଳେ ରାତ୍ର ସମୟରେ ଅଧିକାଂଶ ଗାଡ଼ି ଥାନା ସମୁଖ ଦେଇ ଯାତାୟତ କରୁଥିବାର ଦେଖିବାକୁ ମିଳୁଥିଲେ ମଧ୍ୟ କୌଣସି ଆଖିଦୃଶିଆ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉ ନଥିବା ସ୍ଥାନୀୟ ବାସୀ ଅଭିଯୋଗ କରିଛନ୍ତି ।
Related Stories
May 12, 2025
May 12, 2025