
ଭଦ୍ରକ – ଭଦ୍ରକ ଜିଲ୍ଳା ହିନ୍ଦୀ ଶିକ୍ଷକସଂଘ ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ ହୋଇଯାଇଛି । ଭଦ୍ରକ ଜିଲ୍ଲା ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ହିନ୍ଦୀଶିକ୍ଷକ ସଂଘ ପକ୍ଷରୁ ପ୍ରକାଶିକ ହୀନ୍ଦି ପତ୍ରିକା ‘ଭାବୋଦୋୟ’ ଓ ଭଦ୍ରକ ଜିଲ୍ଲା ସରକାରୀ ହାଇସ୍କୁଲ ହିନ୍ଦୀ ଶିକ୍ଷୟିତ୍ରୀ ଜୟନ୍ତୀ କରଶର୍ମାଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଜୀବନ ଯଜ୍ଞ’ ଅତିଥିମାନଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି । ହିନ୍ଦୀ ଦିବସରେ ମୁଖ୍ୟଅତିଥିଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାରା ପାଢୀ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସମ୍ବଲପୁର ମୁକ୍ତ ବିଶ୍ୱବିଦ୍ୟାଳୟର କୁଳସଚିବ ଡ଼କ୍ଟର ଜୟନ୍ତ କରଶର୍ମା ଯୋଗଦେଇ ରାଷ୍ଟ୍ରୀୟ ଭାଷା ହିନ୍ଦୀକୁ ପ୍ରାଧାନ୍ୟ ଦେବା ସମସ୍ତ ଜନମାନସର କର୍ତବ୍ୟ ହେବା ଉଚିତ୍ ବୋଲି ଆଲୋକପାତ କରିଥିଲେ । ଜିଲ୍ଲା ହିନ୍ଦୀ ଶିକ୍ଷକ ସଂଘର ସଭାପତି ଗଦାଧର ସେନାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନ୍ନୀତ ଅତିଥିଭାବେ କଟକ ଇମର୍ତିଦେବୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଉଷ୍ମାନ ଖାଁ ଯୋଗଦେଇଥିବା ବେଳେ ସମ୍ମାନ୍ନୀତି ଅତିଥି ଭାବେ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ତଥା ଜିଲ୍ଲାସ୍କୁଲର ପ୍ରଧାନଶିକ୍ଷକ ଜଗବନ୍ଧୁ ସାହୁ ଯୋଗଦେଇଥିଲେ । ଓଷ୍ଟାର ସମ୍ପାଦକ ପ୍ରଦିପ୍ତ କିଶୋର ଦାସ ଓ ସଂପାଦିକା ସୁରଜିତା ନାୟକ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ହିନ୍ଦୀ ଶିକ୍ଷକ ସଂଘର ସଂପାଦକ ଶ୍ରୀଧର ସାହୁ ମଂଚରେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ସ୍କୁଲର ଛାତ୍ରଛାତ୍ରୀମାନେ ଶିକ୍ଷୟତ୍ରୀ ଜୟନ୍ତୀ କରଶର୍ମାଙ୍କ ତତ୍ୱାବଧାନରେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଏହି ଅବସରରେ ଗତ ମେଟ୍ରିକ ହିନ୍ଦୀ ପରୀକ୍ଷାରେ ୯୫ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଦେବ କିଶୋର ଦାସ ଅତିପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ ।