ଭୁବନେଶ୍ୱର– ଦେଶରେ କରୋନା ସଂକ୍ରମଣକୁ ପ୍ରୋତ୍ସାହିତ କରିଥିବା ତବଲିଗି ଜମାତର ମୁଖ୍ୟ ମୌଲାନା ସାଦକୁ ଏବେ ପର୍ଯ୍ୟନ୍ତ ଗିରଫ କରାଯାଇ ନଥିବାରୁ କେନ୍ଦ୍ର...
Month: April 2020
ଭୋପାଳ ।ମଧ୍ୟ ପ୍ରଦେଶର ଇନ୍ଦୋର ଠାରେ ଶ୍ରୀ ଅରବିନ୍ଦ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସରେ ଜଣେ ୪୯ ବର୍ଷୀୟ କରୋନା ରୋଗୀଙ୍କର ମୃତ୍ୟୁ...
ନୂଆଦିଲ୍ଲୀ। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୧୯୪ ରେ ପହଂଚିଛି । ଏଥି ମଧ୍ୟରୁ ୪୬୪୩ ମାମଲା ସକ୍ରିୟ ରହଛି । ଦେଶରେ...
ନୂଆଦିଲ୍ଲୀ । ଆବଶ୍ୟକ ସାମଗ୍ରୀର ଉପଲବ୍ଧତାକୁ ସୁନିଶ୍ଚିତ କରିବାକୁ ସମସ୍ତ ରାଜ୍ୟକୁ ପତ୍ର ଲେଖିଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ।...
ନୂଆଦିଲ୍ଲୀ । ହନୁମାନ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭକାମନା ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ ହନୁମାନ ଜୟନ୍ତୀର...
ଓ୍ଵାଶିଂଟନ– ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଆମେରିକା ଦ୍ୱାରା ଦିଆଯାଉଥିବା ଆର୍ଥିକ ସହାୟତାକୁ ସମାପ୍ତ କରିବାର ଘୋଷଣା କରିଛନ୍ତି । ଡବ୍ଲ୍ୟୁଏଚଓର କଡା ସମାଲୋଚନା କରି ଟ୍ରମ୍ପ ଆରୋପ ଲଗାଇଛନ୍ତି ଯେ, ଏହି ସଂସ୍ଥା ଚୀନ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରୁଛି ଏବଂ କରୋନା ଭାଇରସ୍ ପ୍ରକୋପ ସମୟରେ ଭୁଲ ପରାମର୍ଶ ଦେଉଛି । ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯଦି ଏମିତି ଚାଲେ ତେବେ ଡବ୍ଲ୍ୟୁଏଚଓ ପାଇଁ ୟୁଏସର ଫଣ୍ଡିଂ ରୋକି ଦିଆଯିବ । ଟ୍ରମ୍ପ ଟୁଇଟ୍ ମାଧ୍ୟମରେ ଜଣାଇଛନ୍ତି ଯେ, ଡବ୍ଲ୍ୟୁଏଚଓ ବାସ୍ତବରେ ଏହି ପ୍ରସଙ୍ଗକୁ ହିଁ ଶେଷ କରି ଦେଇଛି । ଡବ୍ଲ୍ୟୁଏଚଓକୁ ସବୁଠୁ ଅଧିକ ଆର୍ଥିକ ସହାୟତା ଆମେରିକା ହିଁ ଦେଇଥାଏ । ମାତ୍ର ଏବେ କୌଣସି କାରଣବଶତଃ ଆବଶ୍ୟକତାଠୁ ଅଧିକ ଚୀନ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି ଡବ୍ଲ୍ୟୁଏଚଓ । ତଥାପି ଆମେ ଏହାକୁ ଏକ ସକରାତ୍ମକ ଦିଗରେ ନେବୁ । ମାତ୍ର ଡବ୍ଲ୍ୟୁଏଚଓ ଆମେରିକାକୁ ଏହା କଣ ପାଇଁ କହିଲା ଯେ, ଚୀନ ପାଇଁ ତାଙ୍କର ଓ୍ାର୍ଡ ଖୋଲା ରହିଛି ବୋଲି ଟ୍ରମ୍ପ କହିଛନ୍ତି । ଟ୍ରମ୍ପ ହ୍ୱାଇଟ୍ ହାଉସର ଏକ ସାମ୍ବାଦିକ ସମ୍ମିଳନୀରେ ୟୁଏନ ସ୍ୱାସ୍ଥ୍ୟ ସଂଗଠନ ବିରୋଧରେ ଅନେକ ଆରୋପ ଲଗାଇଛନ୍ତି । ସେ କହିଛନ୍ତି ଏହା ବହୁତ ବଡ ଭୁଲ କଥା । ସାଂପ୍ରତିକ ସ୍ଥିତିରେ ଡବ୍ଲ୍ୟୁଏଚଓ ବହୁତ ବଡ ସୁଯୋଗ ହାତ ଛଡା କରିଛି । କାରଣ ଏବେ ଆମେ ଡବ୍ଲ୍ୟୁଏଚଓକୁ ଦେଉଥିବା ଆର୍ଥିକ ସହାୟତା ବନ୍ଦ କରିବାକୁ ଯାଉଛୁ । ଟ୍ରମ୍ପ ଦ୍ୱାରା ଡବ୍ଲ୍ୟୁଏଚଓର ସମାଲୋଚନାକୁ ୟୁଏନର ମୁଖପାତ୍ର ଷ୍ଟିଫନ ଦୁଜାରିକ ଖଣ୍ଡନ କରିଛନ୍ତି । ସେ ଗଣମାଧ୍ୟମକୁ କହିଛନ୍ତି ଯେ, ଏଥିରେ କୌଣସି ସନ୍ଦେହ ନାହିଁ ଯେ, ମହାନିର୍ଦ୍ଦେଶକ ଟ୍ରେଡୋସ୍ ଅଧନୋମ ଘେବ୍ରେୟସସଙ୍କ ନେତୃତ୍ୱରେ ଡବ୍ଲ୍ୟୁଏଚଓ କୋଭିଡ୍-୧୯ ମୁକାବିଲାରେ ବହୁତ ଭଲ କାମ କରିଛି । ଏଥିରେ ପୂରା ବିଶ୍ୱରେ ବହୁତ ଦେଶକୁ ସହଯୋଗ କରିବା, ଲକ୍ଷାଧିକ ମାତ୍ରାରେ ଉପକରଣ ଦେବା, ବିଭିନ୍ନ ଦେଶକୁ ପ୍ରଶିକ୍ଷଣ ଦେବା ଯେଉଁଥିରେ ବିଶ୍ୱ ସୁସ୍ଥ ରହୁ । ଦୁଜାରିକ କହିଛନ୍ତି ଯେ, ଡବ୍ଲ୍ୟୁଏଚଓ ନିକଟରେ କଙ୍ଗୋ ଲୋକତାନ୍ତ୍ରିକ ଗଣରାଜ୍ୟରେ ଇବୋଲାର ପ୍ରତିରୋଧ ପାଇଁ ବହୁତ ଭଲ କାମ କରିଛି । ଟ୍ରମ୍ପଙ୍କ ନିକଟତମ ସହଯୋଗୀ ରିପବ୍ଲିକାନ ସିନେଟର ଲିଣ୍ଡେସ୍ ଗ୍ରାହମ କହିଛନ୍ତି ଯେ, ଆଗାମୀ ସିନେଟ ବିନିଯୋଗ ବିଲରେ ଡଲ୍ଲ୍ୟୁଏଚଓ ପାଇଁ କୌଣସି ଫଣ୍ଡିଂ ହେବ ନାହିଁ । ଉୁଁ ଉପସମିତିର ବିନିଯୋଗର ପ୍ରଭାରୀ ଅଟେ । ମୁଁ ଡବ୍ଲ୍ୟୁଏଚଓକୁ ତାର ସଂପ୍ରତି ନେତୃତ୍ୱରେ ଆର୍ଥିକ ପୋଷଣର ସମର୍ଥନ କରୁନାହିଁ । ଏହି ସଂସ୍ଥା ଧୋକାବାଜ ଏବଂ ଚୀନ ସମର୍ଥକ ଅଟେ ବୋଲି ଗ୍ରାହମ କହିଛନ୍ତି ।
ନୂଆଦିଲ୍ଲୀ– କୋଭିଡ୍-୧୯ର ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ ସରକାର ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ୍ ଘୋଷଣା କରିଥିଲେ । ଏବେ ଏହାର ଅବଧି ଏପ୍ରିଲ ୧୪ରେ ଶେଷ ହେବାକୁ ଯାଉଛି । ଲକଡାଉନ୍ ଅବଧି ବଢିବ କି ନାହିଁ ତାକୁ ନେଇ ସମଗ୍ର ଦେଶରେ କଳ୍ପନା ଜଳ୍ପନା ଜାରି ରହିଛି । ଏହି ତାଲାବନ୍ଦୀକୁ ଆଗକୁ ବଢାଇବେ କି ନାହିଁ ତାକୁ ନେଇ ସରକାର ବିଚାର ବିମର୍ଶ ଚଳାଇଛନ୍ତି । ଏହି କ୍ରମରେ କେନ୍ଦ୍ରର ମୋଦୀ ସରକାର ରାଜ୍ୟ ଓ ବିଶେଷଜ୍ଞଙ୍କ ରାୟ ଉପରେ ମଧ୍ୟ ବିଚାର କରୁଛନ୍ତି । ଏହା ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ ଲକଡାଉନକୁ ନେଇ କହିଛନ୍ତି ଯେ ଏହାର ନିର୍ଣ୍ଣୟ ଭାଇରସର ପଜିଟିଭ୍ ମାମଲା ବୃଦ୍ଧି ହାରକୁ ଦେଖି ନେବା ଭଲ ହେବ । ଏହା ସହିତ ସେ ଲକଡାଉନ ଉପରେ ନିର୍ଣ୍ଣୟ ନେବା ସହ ପ୍ରଭାବିତ ଲୋକଙ୍କୁ ପର୍ଯ୍ୟାପ୍ତ ସହାୟତା ପହଁଚାଇବାକୁ ଦାବି କରିଛନ୍ତି । କଂଗ୍ରେସ ନେତା ବୁଧବାର ଟୁଇଟ୍ କରି କହିଛନ୍ତି ଯେ, ମୁଁ ଲକଡାଉନକୁ ସମର୍ଥନ କରେ । ଏହି ଲକଡାଉନ୍ ଜାରି ରହିବ କି ନାହିଁ ରାଜ୍ୟ ସରକାରଙ୍କ ସହିତ କେନ୍ଦ୍ର ବିଚାର ବିମର୍ଶ କରିବାକୁ ମଧ୍ୟ ମୁଁ ସ୍ୱାଗତ କରୁଛି । ଲକଡାଉନ୍ ହଟିବ କି ନାହିଁ ଏହି ପ୍ରଶ୍ନର ଉତର ବ୍ୟକ୍ତିଗତ କିମ୍ବା କ୍ଷେତ୍ରୀୟ ହିତ ଉପର ଆଧାରିତ ନୁହଁ । ଏହର ନିର୍ଦ୍ଧାରଣ କେବଳ ଦୁଇଟି ସଂଖ୍ୟା ଉପରେ ହେବା ଉଚିତ୍, ପ୍ରତ୍ୟେକ ଦିନ ପଜିଟିଭ୍ ମାମଲା କେତେ ବଢୁଛି ଏବଂ ଦେଶରେ ମୋଟ୍ ବୃଦ୍ଧି ହାର କେତେ ରହିଛି । ପୂର୍ବତନ ଅର୍ଥ ମନ୍ତ୍ରୀ ଲକଡାଉନ୍ରେ ପ୍ରଭାବିତ ଲୋକ ପର୍ଯ୍ୟନ୍ତ ସହାୟତା ପହଁଚାଇବା ଉପରେ ଜୋର ଦେଇ କହିଛନ୍ତି ଯେ, ଲକଡାଉନର ରଣନୀତି ମଧ୍ୟରେ ଯେଉଁ ଜିନିଷ ଗାଏବ ରହିଛି ତାହା ଗରିବଙ୍କ ହାତରେ ନଗଦି । ଗରିବଙ୍କ ଅନେକ ବର୍ଗ ମଧ୍ୟରେ ଏମିତି ଲୋକ ଅଛନ୍ତି ଯାହାଙ୍କୁ ସରକାରଙ୍କ ଏକ ଟଙ୍କା ମଧ୍ୟ ମିଳିନାହିଁ । ଲକଡାଉନର ଏହି ଜାରି ପ୍ରକ୍ରିୟାରେ ଦେଶରେ ବେରୋଜଗାରୀ ବୃଦ୍ଧି ଘଟିଛି ଏବଂ ଦିନ ମଜୁରିଆଙ୍କ ଆୟ ଉପରେ ବହୁତ ପ୍ରଭାବ ପଡିଛି । ତେଣୁ ସରକାର ଗରିବଙ୍କୁ ସମ୍ବଳ ଓ ନଗଦ ଉପଲବ୍ଧ କରାନ୍ତୁ ।
ବାରିପଦା– ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅବକାରୀ ବିଭାଗ ପକ୍ଷରୁ ରସମତଳା ଗ୍ରାମରେ ଚଢ଼ଉ କରାଯାଇ ମଦ ପ୍ରସ୍ତୁତି ନିମନ୍ତେ ରଖାଯାଇଥିବା ୨୨ କ୍ୱିଂଟାଲ...
ବାରାମୁଲା– ବାରାମୁଲା ଜିଲ୍ଲାର ସୋପୋର କ୍ଷେତ୍ରର ଗୁଲାବାଦ ଇଲାକାରେ ଆତଙ୍କବାଦୀ ଓ ସୁରକ୍ଷାବଳ ମଧ୍ୟରେ ବୁଧବାର ସକାଳେ ହୋଇଥିବା ଗୁଳିବିନିମୟରେ ଏକ ଆତଙ୍କବାଦୀ ନିହତ ହୋଇଛି । ଏବେ ମଧ୍ୟ ସୁରକ୍ଷାବଳ ଘେରରେ ଦୁଇରୁ ତିିନି ଆତଙ୍କବାଦୀ ରହିଥିବା କୁହାଯାଉଛି । ସେନା ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଉଲ୍ଲେଖନୀୟ ମଙ୍ଗଳବାର ବିଳମ୍ବିତ ରାତ୍ରିରେ କ୍ଷେତ୍ରରେ ଆତଙ୍କବାଦୀଙ୍କ ଉପସ୍ଥିତିର ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷାବଳ ତଲାସି ଅଭିଯାନ ଚଳାଇଥିଲେ । ଏହା ପରେ ବୁଧବାର ସକାଳେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ସ୍ଥିତିକୁ ଦୃଷ୍ଟିରେ ରଖି ବାରାମୁଲା ଜିଲ୍ଲାରେ ମୋବାଇଲ ଓ ଇଂଟରନେଟ୍ ସେବା ବନ୍ଦ କରାଯାଇଛି ।