-
ଲୋକ ଙ୍କୁ ଠକି ସୁନା ଚୋରି କରୁଥିବା ଗ୍ୟାଙ୍ଗ କୁ ଧରି ପୋଲିସ ନିକଟରେ ଜିମା ଦେଲେ ଏମଭି ୭୯ଅଞ୍ଚଳ ବାସୀ

ମାଲକାନଗିରି , ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମଭି ୭୯ ଓ ଆଖ ପାଖ ଅଞ୍ଚଳ ରେ ବିହାର ର ଏକ ସୁନା ସଫା କରିବା ଓ ଭଳିକି ଭଳି ଡିଜାଇନ କରିଦେବା କଥା କହି ଲୋକ ଙ୍କ ଦୁଆର କୁ ଯାଇ ଲୋକ ଙ୍କର ଦୁର୍ବଳତା ର ଫାଇଦା ନେଇ ସୁନା ବଦଳ ରେ ପିତ୍ତଳ ମିଶାଇ ଦେଉଥିବା ଅଭିଯୋଗ ଆସିଛି। ଆଜି ଏ ନେଇ ଏମଭି ୭୯ ଲୋକେ ବିହାର ର ଏକଠକ ଗ୍ୟାଙ୍ଗ କୁ ଧରି ପୋଲିସ ନିକଟରେ ଜିମା ଦେଇଛନ୍ତି। ଏହି ଗ୍ୟାଙ୍ଗ ରେ ମୋଟ ୧୭ ଜଣ ଲୋକ ସାମିଲ୍ ଥିବା ଜଣାପଡ଼ିଛି। ଗତ ଏକ ସପ୍ତାହ ହେବ ଏମାନେ ଏମଭି ୭୯ ଅଞ୍ଚଳ ର ଆଖପାଖ ଗାଁ ରେ ଲୋକ ଙ୍କ ସୁନା ଡିଜାଇନ କରିବା ଉଦ୍ଦେଶ୍ୟ ନେଇ ଲୋକ ଙ୍କ ର ଅସଲି ସୁନା ବଦଳରେ ପିତ୍ତଳ ମିଶାଇ ଦେଇ ଟଙ୍କା ନେଇ ଚମ୍ପଟ ମାରୁଥିଲେ।ଆଜି ଏମପିଭି ୪୭ ଗ୍ରାମର ବିପ୍ଳବ ସିକଦାର୍ ଓ ଏମପିଭି ୪୬ ଗ୍ରାମର ରାଖୀ ବାରୋଇ ଏହି ଠକ୍ ଗ୍ୟାଙ୍ଗ ଦ୍ଵାରା ନିର୍ମାଣ କରିଥିବା ନୂତନ ସୁନା କୁ ଏମଭି ୭୯ ବଣିଆ ଦୋକାନ ରେ ପରୀକ୍ଷା କରିବା
ରୁ ଏହା ସମ୍ପୂର୍ଣ୍ଣ ପିତ୍ତଳ ନିର୍ମିତ କହିଥିଲେ।ଏହି ସୁନା ଚୋରି କରୁଥିବା ଗ୍ୟାଙ୍ଗ କୁ ଖୋଜୁ ଥିଲେ ଆଜି ଏହି ଗ୍ୟାଙ୍ଗର କିଛି ସଦସ୍ୟ ଏମଭି ୭୯ ଅଞ୍ଚଳ ରେ ଉପରୋକ୍ତ କାରନାମା ଘଟାଉ ଥିବା ବେଳେ ଏମପିଭି ୪୬ ଗ୍ରାମର ଲୋକେ ଆସି ଏମାନ ଙ୍କୁ କାବୁ କରିଥିଲେ। ପରେ ଏହି ଗ୍ୟାଙ୍ଗ ର ଅନ୍ୟ କିଛି ସଦସ୍ୟ ଆସୁଥିଲେ। ପରେ ମୋଟ ୧୭ ଜଣ ଙ୍କୁ ନେଇ ଏମଭି ୭୯ ପୋଲିସ ନିକଟରେ ଏମାନ ଙ୍କୁ ଜିମା ଦିଆ ଯାଇଛି। ଏହି ଗ୍ୟାଙ୍ଗ ର ସଦସ୍ୟ ସବୁ ହେଲେ ଅମିତ୍ ଶାହ, ଭିକି ଶାହ,ଗର୍ଭା ଶାହ,ହରେନ୍ଦ୍ର ଶା, ସର୍ବନ ଶା, ମୁକେଶ ଶା, ଓଁପ୍ରକାଶ କୁମାର ସୋନି, ଜଗରନାଥ ଶା, ରମେଶ ଶା, ଶମ୍ଭୁ ଶା, ରଞ୍ଜିତ କୁମାର, ପ୍ରମାଦ ଶା, ନନ୍ଦ କିଶୋର ଶା, ରଞ୍ଜନ ଶା, ଜୟପ୍ରକାଶ କୁମାର, ରମ୍ଭୁ କୁମାର, ଲାଲବାବୁ କୁମାର ଏମାନେ କିଭଳି ଜିଲ୍ଲା ଭିତରକୁ ପ୍ରବେଶ କରି ଏହି ଭଳି କାଣ୍ଡ ଭିଆଉ ଥିଲେ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO