ସାନଖେମୁଣ୍ଡି: ଲଘୁଚାପ ଜନିତ ଲଗାଣ ବର୍ଷାର ପ୍ରର୍ଦୁଭାବରେ ସାନଖେମୁଣ୍ଡି କୃଷି ଅଧିକାରୀ ଅଞ୍ଚଳ ବିଶେଷରେ ମାଟିଆଗୁଣ୍ଡି ପୋକରେ ଆର୍ବିଭାବ ହେବା ସୂଚନା ମିଳିଥିବାରୁ ସ୍ଥାନୀୟ କୃଷି ପରାମର୍ଶ ଓ ସୂଚନା କେନ୍ଦ୍ର ଆନୁକୁଲ୍ୟରେ ଏହାର ନିରାକରଣ ଜନିତ ସଚେତନତା କାର୍ଯ୍ୟକ୍ରମ ଇତି ମଧ୍ୟରେ ଚାଲୁ ରହିଥିବା ଜଣାଯାଇଛି l ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓଡ଼ିଶା ସରକାରଙ୍କ ସୌଜନ୍ୟରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଭ୍ରାମ୍ୟମାଣ ଗାଡ଼ି ଦ୍ଵାରା କୃଷି ବିଶେଷଜ୍ଞ, ଟେକ୍ସିସିଆନ୍ ଓ ସ୍ଥାନୀୟ କୃଷି କର୍ମଚାରୀମାନେ ପଞ୍ଚାୟତ ଦ୍ଵାରା ଗ୍ରାମ ଗସ୍ତ କରି ସମ୍ଭାବ୍ୟ ମାଟିଆଗୁଣ୍ଡି ପୋକର ଆର୍ବିଭାବ ସ୍ଥଳ ପରିଦର୍ଶନ କରିବା ସହିତ କୃଷକଙ୍କ ସମାବେଶ କରି ଡାକବାଜି ଯନ୍ତ୍ର ମାଧ୍ୟମରେ ଏହାର ନିରାକରଣ ଜନିତ ସମ୍ଭାବ୍ୟ ସଚେତନତା କରୁଥିବା ଜଣାଯାଇଛି l ମାଟିଆଗୁଣ୍ଡି ବା ଚକଡ଼ା ପୋକର ଆର୍ବିଭାବର କାରଣ ଓ ଏହାକୁ ନିୟନ୍ତ୍ରଣ କରିବା ନେଇ ସଚେତନତା ବାର୍ତ୍ତା ପ୍ରଚାର କରିବା ସହ ପଥପ୍ରାନ୍ତ କୃଷକ ସମାବେଶରେ କୃଷକଙ୍କ ଏଥିପ୍ରତି ସଜାଗ ରହିବାର ବାର୍ତ୍ତା ପ୍ରଚାର କରାଯାଇଅଛି l ଏତଦ୍ ବ୍ୟତୀତ ଔଷଧ କିଣିବାକୁ କୃଷକଙ୍କୁ ପରାମର୍ଶ ଦିଆଯାଇଛି l ସାନଖେମୁଣ୍ଡି ସହକାରୀ କୃଷି ଅଧିକାରୀ ଶ୍ରୀ ରଞ୍ଜନ ରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଚକଡ଼ା ପୋକ ନିରାକରଣ ଜନିତ ସଚେତନତା ପ୍ରଚାର କାର୍ଯ୍ୟକ୍ରମ ଦ୍ଵାରା ସାହାସପୁର, ଗୌତମୀ, ଚୁଡ଼ଙ୍ଗପୁର୍, ଖଲିଙ୍ଗି, ଆମ୍ବ ଗାଁ, ଗଙ୍ଗାପୁର , ପାଟପୁର, ରାଧାଦେଇପୁର ଆଦି ପଞ୍ଚାୟତ ପରିକ୍ରମା କରି ସଚେତନତା ବାର୍ତ୍ତା ପ୍ରଚାର କରାଯାଇଥିଲା l