ବ୍ରହ୍ମପୁର: ବରିଷ୍ଠ ଭିଡ଼ିଓ ସାମ୍ବାଦିକ ଶ୍ରୀଯୁକ୍ତ ସୁକାନ୍ତ ପାଣିଗ୍ରାହୀଙ୍କ ବିୟୋଗରେ ସ୍ଥାନୀୟ ଗାନ୍ଧିନଗର ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ବ୍ରହ୍ମପୁରର କାର୍ଯ୍ୟରତ ସମସ୍ତ ବୈଦ୍ୟୁତିକ ଗଣମାଧ୍ୟମ ଓ ଛାପା ଗଣମଧ୍ୟମର ବହୁ ସାମ୍ୱାଦିକ ଉପସ୍ଥିତ ରହି ସୁକାନ୍ତ ପାଣିଗ୍ରାହୀଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ କରିବା ସହ ମହମବତୀ ଜାଳି ଶ୍ରଦ୍ଧାଞ୍ଜଳୀ ଜଣା ଯାଇଥିଲା । ଏହା ସହ ସୁକାନ୍ତଙ୍କ ପରିବାରକୁ ଆର୍ଥିକ ସହାୟତା ଯଥାପୂର୍ବକ ସାହାଯ୍ୟ କରିବାଲାଗି ନିବେଦନ କରାଯାଇଥିଲା । ତେବେ ଆଜି ବ୍ରହ୍ମପୁର ପୂର୍ବତନ କର୍ପୋରେଟର ଆର.ମୁରଲୀ ମୋହନ, 20000/- ଟଙ୍କା, ୱେବ ଚ୍ୟାନେଲ ଓମକୋମ ର ଚିଫ୍ ଏଡିଟର ଯଯାତି କର 10000/- ଏବଂ ଭୁବନେଶ୍ୱର ର ଅମୀୟ ଦାସ ଲକ୍ଷେ ଟଙ୍କାର ଆର୍ଥିକ ରାଶି ଦେଇଥିଲେ । ତେବେ ବ୍ରହ୍ମପୁର ଅଞ୍ଚଳରୁ ଆଗାମୀ ଦିନରେ କିଭଳି ସୁକାନ୍ତଙ୍କ ପରିବାରକୁ କିଛି ଆର୍ଥିକ ସହାୟତା କରାଯାଇପାରିବ ସେ ନେଇ ଆଲୋଚନା କରାଯାଇଥିଲା ।ଏଥିରେ ବ୍ରହ୍ମପୁର ସାମ୍ବାଦିକଙ୍କ ମଧ୍ୟରୁ ବରିଷ୍ଠ ସାମ୍ବାଦିକ ଶିଶିର ପାଣିଗ୍ରାହୀ, ପ୍ରକାଶ ପଟ୍ଟନାୟକ, ଗୋପାଳ ପଟ୍ଟନାୟକ, ଚିରଞ୍ଜିତ ରାଜଗୁରୁ,ଜଗନ ମୋହନ ମହାପାତ୍ର, ନାରାୟଣ ମହାଙ୍କୁଡ, ସୁରଜିତ ପଣ୍ଡା, ସୁଦୀପ ସାହୁ, ରବି ମହାରଣା, ଏସ୍. ନଗେଶ୍ୱର ପୃଷ୍ଟି, ରାଧାଶ୍ୟାମ ଆଚାର୍ଯ୍ୟ, କୈଳାସ ବେହେରା, ସନ୍ୟାସୀ ଗୌଡ଼, ମାନସ ବିଶୋଇ, ଶ୍ରୀକାନ୍ତ ପଟ୍ଟନାୟକ, ଶାନ୍ତନୁ ରଣା, ସ୍ମୃତି ରଞ୍ଜନ ମହାଲିକ, ଗୋପାଳ ରେଡ୍ଡୀ, ଶୁଭ୍ରମନ୍ୟମ ସ୍ୱାମୀ, ବିନୋଦ ପ୍ରଧାନ, ପ୍ରହଲ୍ଲାଦ ସାହୁ, ସମୀର ଆଚାର୍ଯ୍ୟ, ପିତାମ୍ବର ନାହାକ, ଫିନୋଜ ପ୍ରଧାନ, ସତ୍ୟ ଚେତନ୍ ପରିଡା, ରବୀନ୍ଦ୍ର ବେହେରା, ସୁବୋଧ ପରିଛା, ଆଲୋକ ବେହେରା, ଅମର ଦାସ, ସଚିନ ବେହେରା, ପ୍ରଦୀପ୍ତ ପରିଛା, ରାଜେଶ କୁମାର ସାହୁ, ଦିନେସ ପଟ୍ଟନାୟକ, ସୀମାଞ୍ଚଳ ପାଣିଗ୍ରାହୀ, ସୀମାଞ୍ଚଳ ସାହୁ, ମନୋଜ ପଣ୍ଡା, ଲିକୁ ଡାକୁଆ, ଅଭିଜିତ କର, ଚନ୍ଦନ ସାମାଲ, କାହ୍ନ ରାଉତ, ପ୍ରଶାନ୍ତ ପ୍ରତିନିଧି, ଚନ୍ଦନ ସାମଲ , ନିର୍ମଲ ସାହୁ, ଶୁଭେନ୍ଦୁ ସାହୁ , ବିଶ୍ଵନାଥ ମାରଣା, ଧୀରେନ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ସୁକାନ୍ତ ପାଣିଗ୍ରାହୀଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ ।
Related Stories
November 25, 2024