କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ପରିବାର ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ନେଇ ଏକ ତାଲିମ୍ ଶିବିର ଅନୁÂିତ ହୋଇଯାଇଛି । ପରିବାରର ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରି ଜନସଂଖ୍ୟା ନିୟନ୍ତ୍ରଣ କରିବାରେ ଏ.ଏନ୍.ଏମ୍ ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ନୂତନ ପଦ୍ଧତି ଅବଲମ୍ବନ କରାଯାଇ ପରିବାର ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଏହି ତାଲିମ୍ ଶିବିରର ଆୟୋଜନ କରାଯାଇଥିଲା । ଏ ସଂପର୍କୀୟ ବିଭିନ୍ନ ପଦ୍ଧତି ଅବଲମ୍ବନ କରି ପରିବାର ନିୟନ୍ତ୍ରଣ କରିବା ପାଇଁ ଇଚ୍ଛୁକ ବ୍ୟକ୍ତି ମାନଙ୍କୁ ଏଏନ୍ଏମ୍ ମାନେ ଘର ଘର ବୁଲି ବୁଝେଇବା ପାଇଁ ପ୍ରଶିକ୍ଷଣ ଦିଆଯାଇଥିଲା । କେନ୍ଦ୍ରାପଡା ଜିଲ୍ଲାର ଗରଦପୁର, ରାଜକନିକା, ଡେରାବିଶ, ମହାକାଳପଡା ପ୍ରଭୃତି ୪ଟି ବ୍ଲକର ଏଏନ୍ଏମ୍ ମାନଙ୍କୁ ଏହି ପ୍ରଶିକ୍ଷଣ ଦିଆଯାଇଥିଲା । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଡା. କର୍ଣ୍ଣ ନାୟକ, ଆନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ଅନୁÂାନ ଜାପି ଇଗୋର ପ୍ରୋଗାମିଂ ଅଫିସର ଅନୁଶ୍ରୀ ସୁରିନ୍, ରାଜ୍ୟ ପୋଗ୍ରାମ୍ ମ୍ୟାନେଜର ଡଃ. ନଚ୍ଛିକେତ ମହାନ୍ତିଙ୍କ ସହ ଚିକିତ୍ସାଳୟର ପ୍ରସୂତି ବିଭାଗର ଡାକ୍ତର ଓ ସେବିକା ଉପସ୍ଥିତ ଥିଲେ ।
Related Stories
January 8, 2025