କେନ୍ଦୁଝର – ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ରିହାତି ସମୟ ଆଉ ମାତ୍ର କେତୋଟି ଦିନ ପରେ ସରିଯିବାକୁ ଯାଉଛି । ଡିସେମ୍ବର ମାସ ପହିଲାରୁ ସାରା ରାଜ୍ୟରେ ନୂତନ ତଥା ସଂଶୋଧିତ ପରିବହନ ଆଇନ କଡା କଡି କଡି ଲାଗୁ ହେବାକୁ ଯାଉଛି, କିନ୍ତୁ ଆଜି ବି ଆଞ୍ଝଳିକ ପରିବହନ କାର୍ଯ୍ୟାଳୟ ମାନଙ୍କରେ ଭିଡ କମିବାରେ ନାମ ଧରୁନାହିଁ । ଏପଟେ କେନ୍ଦୁଝର ଜିଲ୍ଲା ଆଞ୍ଝଲିକ ପରିବହନ କାର୍ଯ୍ୟାଳୟ କୁ ଠିକ ସମୟରେ ଅଧିକାରୀ ଆସୁ ନଥିବା ବେଳେ, କିଛି ହାତ ଗଣତି କ୍ଲର୍କ ଓ ଆଉଟ ସୋରସିଂ ପିଲାଙ୍କ ହାତରେ ଚାଲିଛି ଏବେ ପରିବହନ କାର୍ଯ୍ୟାଳୟ । ଆଉ ସେପଟେ କାର୍ଯ୍ୟାଳୟରେ ପ୍ରବଳ ଭିଡ କାରଣରୁ ନାହି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧରଣ ଲୋକେ । ଏଠାରେ ଗୋଟିଏ ଦିନର କାମକୁ ଲାଗୁଛି ଏକାଧିକ ଦିନ । ଗୁହାରୀ ଶୁଣିବାକୁ କେହି ନାହାନ୍ତି ।
ଡିସେମ୍ବର ୧ ତାରିଖରୁ ସାରା ରାଜ୍ୟରେ ପରିବହନ ର ସଂଶୋଧିତ ନିୟମ କଡା କଡି ଭାବରେ ଲାଗୁ ହେବ ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ଘୋଷଣା କରିବା ସହ ଲୋକଙ୍କୁ ସୁଧାରିଯିବା ଲାଗି ପରାମର୍ଶ ଦେଇଛନ୍ତି । ଏବଂ ନିୟମ ନ ମାନିଲେ କଡା ଦଣ୍ଡ କୁ ସାମନା କରିବାକୁ ପଡିବ ବୋଲି ମଧ୍ୟ ଶୁଣାଇ ଦେଇଛନ୍ତି । କିନ୍ତୁ ସେହି ଅନୁଶାରେ ପରିବହନ କାର୍ଯ୍ୟାଳୟ ମାନଙ୍କରେ ଆବଶ୍ୟକ ଭିତିଭୁମିର ବ୍ୟବସ୍ଥାକୁ ଆଦୋ÷÷ ଗୁରୁତ୍ୱ ଦିଆଯାଇନାହିଁ । ଫଳରେ ସମୟ ସୀମା ସରିବା ଯେତେ ପାଖେି ଆସୁଛି ପରିବହନ କାର୍ଯ୍ୟାଳୟରେ ଭିଡ ମଧ୍ୟ ସେଭଳି ବଢିବାରେ ଲାଗିଥିବା ଦେଖିବାକୁ ମିଳୁଛି । ସେହିପରି କେନ୍ଦୁଝର ଆଞ୍ଝଳିକ ପରିବହନ କାର୍ଯ୍ୟାଳୟରେ ଏବେ ପ୍ରତି ଦିନ ଲୋକେ ପ୍ରବଳ ଭିଡ ଜମାଇଛନ୍ତି । ସାଧାରଣ ଲୋକଙ୍କର ଅଭିଯୋଗ ଅନୁସାରେ ସେମାନେ ବିଭନ୍ନ ସ୍ଥାନରୁ ନିଜ ନିଜ କର୍ମକ୍ଷେତ୍ରରୁ ଛୁଟି ନେଇ ଏଠାକୁ ଆସି ଆସି ଗାଡିର କାଗଜ ପତ୍ର ଠିକ୍ କରିବାରେ ଲାଗି ପଡିଛନ୍ତି । ହେଲେ ଭିତିଭୁମି ଅଭାବରୁ ସମସ୍ତେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ସମୟରେ ଅଧିକାରୀଙ୍କ ଅନୁପସ୍ଥିତ ରହୁଥିବା ଅଭିଯୋଗ ହେଉଥିବା ବେଳେ କାର୍ଯ୍ୟାଳୟ ଟିକୁ କିଛି ହାତଗଣତି କ୍ଲର୍କ ଓ ଆଉଟ ସୋରସିଂ ପିଲା ଙ୍କ ହାତକୁ ଟେକି ଦିଆଯାଇଛି । ଅଫିସ ରେ କେବଳ କାଗଜ ପତ୍ର ଓ ଟଙ୍କା ପଇସା ଗ୍ରହଣ କରାଯାଉଛି ହେଲେ କିଛି ସମାସ୍ୟା ଥିଲେ ଆରଟିଓ କି ଏମ୍ଭିଆଇ ଙ୍କ ଦସ୍ତଖତ ଦରକାର ଥାଏ ତାହା ହେଲେ ତାହା ହୋଇ ପାରୁ ନାହିଁ । ଏବଂ ସେଥିପାଇିଁ ପାଇଁ ଆର ଟି ଓ କାର୍ଯ୍ୟାଳ୍ୟକୁ ଆସୁଥିବା ଗାଡି ମାଲିକ ମାନଙ୍କୁ ଦିନ ଦିନ ଅପେକ୍ଷା କରିବା କୁ ପଡୁଛି । ଅନେକ ସମୟରେ ଦିନ ୧୨ଟା ପର୍ଯ୍ୟନ୍ତ ଆରଟିଓ ଙ୍କର ଅଫିସ ତାଲା ଖୋଲୁ ନାହିଁ । ଏମ୍ଭିଆଇ ଙ୍କର ରୁମର ଅବସ୍ଥା ମଧ୍ୟ ଅନୁରୁପ । କାର୍ଯ୍ୟାଳୟରେ କେବଳ କିଛି କର୍ମଚାରୀ ରୁମ ରେ ବସି କାମ କରୁଥିବା ବେଳେ ସେମାନେ ଲୋକ ଙ୍କୁ ମଧ୍ୟ କହୁଛନ୍ତି ବାବୁ ଆସି ନାହାନ୍ତି ଆସିଯିବେ । ଆରଟିଓଙ୍କ କାର୍ଯ୍ୟାଳୟରେ ଗାଡି ମାଲିକଙ୍କ ସୁବିଧା ଦୃଷ୍ଟିରୁ ଅଧିକ କାଉନ୍ଟର ଖୋଲା ଯାଇଥିଲେ ମଧ୍ୟ କାର୍ମଚାରୀ ଅଭାବ ଯୋଗୁଁ ସେ ସବୁ ଅଧିକାଂଶ କାଉଟଂର ଖାଲି ପଡିଛି । ଏ ଭଳି ଅବ୍ୟବସ୍ଥା କାରଣରୁ ଗାଡି ମାଲିକ ମାନଙ୍କୁ ବାରମ୍ବାର ଦୋ÷÷ଡିବାକୁ ପଡୁଥିଲେ ମଧ୍ୟ କାମ ସଂପୁର୍ଣ୍ଣ ହୋଇ ପାରୁନାହିଁ । ସରକାରଙ୍କ ଘୋଷିତ ସମୟର ଅବଧି ଶେଷ ପରେ ମଧ୍ୟ ଲୋଙ୍କର କାର୍ଯ୍ୟାଳୟରେ ଭିଡ କମିବାର ନାମ ଧରୁନାହିଁ । ବର୍ତମାନର ସ୍ଥିତିରେ ସରକାରଙ୍କୁ ଏ ଦିଗରେ ଗଭୀର ଭାବେ ଚିନ୍ତନ କରିବା ସହ ଖାଲିଥିବା କର୍ମଚାରୀଙ୍କ ସ୍ଥାନ ତୁରନ୍ତ ପୁରଣ ଦିଗରେ ତ୍ୱରିତ ପଦକ୍ଷେପ ନେବାର ମଧ୍ୟ ଆବଶ୍ୟକ ରହିଛି । ଏବଂ ଏପଟେ ସମୟସୀମା ଆହୁରି ବୃଦ୍ଧି କରା ନଗଲେ ସହସ୍ରାଧିକ ଗାଡି ମାଲିକ ସେମାନଙ୍କର କାଗଜପତ୍ର ଠିକ କରିବା ସମ୍ଭବ ପର ହୋଇପାରିବ ନାହିଁ ବୋଲି ମତ ପ୍ରକାଶ ପାଇଛି । ଅନ୍ୟପଟେ ଗାଡିମାନଙ୍କୁ ପ୍ରଦୂଷଣମୁକ୍ତ ସାର୍ଟିଫିକେଟ ଯୋଗାଇ ଦେବାକୁ ସହରରେ ବୁଲୁଥିବା ମୋବାଇଲ ଭ୍ୟାନ ଗାଡି ମାଲିକ ମାନଙ୍କ ମାନଙ୍କଠାରୁ ଟେଷ୍ଟିଙ୍ଗ ଫି ବାବଦକୁ ଏକଶତ ଟଙ୍କା ନେଉଥିବା ବେଳେ ରସିଦ କୁଆଡେ ୬୦ ଟଙ୍କାର ଦେଉଥିବା ଅଭିଯୋଗ ଆସିଛି । ଏହାର ସତ୍ୟତା ଜିଲ୍ଲା ପ୍ରଶାସନ ଅନୁସନ୍ଧାନ କରିବା ସପକ୍ଷରେ ମତ ପ୍ରକାଶ ପାଇଛି ।