କନ୍ଧମାଳ – ସରାଙ୍ଗଡ ଥାନା ଅନ୍ତର୍ଗତ ଜଲଙ୍ଗିଆ ଗ୍ରାମ ନିକଟ କାଟିଙ୍ଗାବାଡି ଜଙ୍ଗଲରୁ ଏକ ଗଳିତ ଝୁଲନ୍ତା ଶବ ଉଦ୍ଧାର ହୋଇଛି । ଗତକାଲି କିଛି ଗ୍ରାମବାସୀ ଜଙ୍ଗଲକୁ ଯାଇଥିବା ବେଳେ ଜଙ୍ଗଲର ଏକ ଗଛରେ ଶବଟିର ବେକରେ ରଶୀ ଲାଗିôତବା ଅବସ୍ଥାରେ ଝୁଲୁଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ । ଶବଟିର ଦେହରେ କୌଣସି ବସ୍ତ୍ର ନଥିବା ଶରୀର ଗଳିତ ଅବସ୍ଥାକୁ ଆସି ଯାଇଥିଲା । ପ୍ରାୟ ୭ରୁ ୮ ଦିନ ତଳୁ ତାର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ପୁଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ କରିବା ପରେ ପୋତି ଦେଇଥିଲା । ଏନେଇ ଏକ ଅପମୃତ୍ୟୁ ମାମଲା ୩/୨୦୧୯ ରୁଜୁ କରି ତଦନ୍ତ ଜାରି ରଖିଥିବା ନେଇ ଥାନା ଅଧିକାରୀ ଅନୀତା କିଡୋଙ୍କ ସୂତ୍ରରୁ ଜଣାପଡିଛି ।
Related Stories
November 24, 2024