ମାଲକାନଗିରି –
ମାଲକାନଗିରି ବ୍ଲକ ଅନ୍ତର୍ଗତ ପେଦାୱାଡ଼ା, ଗଂଗଲା, ବୀର ଲକ୍ଷ୍ମଣପୁର, ମାର୍କାପାଲ୍ଲୀ, ପାଣ୍ଡ୍ରିପାଣି ଓ ସେରପାଲୀ ଗ୍ରାମ ପଂଚାୟତରେ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ବିଘ୍ନ ନାଶକ ଗଣେଶଙ୍କ ପୂଜାର୍ଚ୍ଚନା ଚାଲିଥିବା ସମୟରେ ବିଭିନ୍ନ ଗ୍ରାମର ଯୁବକ ସଂଘ ଗୁଡ଼ିକ ମଧ୍ୟ ବହୁ ଆଡ଼ମ୍ବର ସହକାରେପୂଜା କରିଛନ୍ତି । ଲଘୁଚାପ ବର୍ଷା ଲାଗି ରହିଥିବା ସତ୍ୱେ ଛାତ୍ରଛାତ୍ରୀଙ୍କ ମନୋବଳକୁ ଦୁର୍ବଳ କରି ପାରିନଥିବା ପରଲକ୍ଷିତ ହୋଇଛି । ଛାତ୍ରଛାତ୍ରୀମାନେ ନୂତନ ବସ୍ତ୍ର ପରିଧାନ କରି ଭୋଗ ପାଇଁ ଶ୍ରୀଫଳ ସହ ବିଭିନ୍ନ ଫଳମୂଳ ଧରି ପୂଜା ମଣ୍ଡପକୁ ଆସିଥିବା ଦେଖିବାକୁ ମିଳିଛି । ଛାତ୍ରଛାତ୍ରୀମାନେ ରାସାୟନିକ ପଦାର୍ଥ ବ୍ୟବହାର ନକରି ବହୁତ ସୁନ୍ଦର ଭାବରେ ପୂଜା ମଣ୍ଡପ ସଜାଇଛନ୍ତି । ବୀର ଲକ୍ଷ୍ମଣପୁର ଓ ଗଞ୍ଜେଇବାହାଲର ଯୁବକ ସଂଘର ସଭ୍ୟମାନେ ମଧ୍ୟ ରାସାୟନିକ ରଙ୍ଗ ଗଣେଶଙ୍କ ମୂର୍ତିରେନ ଦେଇ ପ୍ରାକୃତିକ ରଙ୍ଗ ଦେବା ସହ ପୂଜା ମଣ୍ଡପକୁ ସଜାଇଛନ୍ତି । ଉଭୟ ଯୁବକ ସଂଘର ସଭାପତି କହିଛନ୍ତି ଆମର ପୂଜା ସାତଦିନ ଧରି ଚାଲିବ । ପ୍ରତ୍ୟେକ ଦିନ ମନୋରଂଜନ କାର୍ଯ୍ୟକ୍ରମ ରହିଥିବା ପ୍ରକାଶ କରିଛନ୍ତି । ବିସର୍ଜନ ଗୋଟିଏ ଦିନରେ ହେବ ଓ ବ୍ୟବହାର ହେଉନଥିବାର ପୋଖରୀରେ ବିସର୍ଜନ କରାଯିବ ବୋଲି କହିଛନ୍ତି । ପାଣ୍ଡ୍ରିପାଣି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପୂର୍ବତନ ସଭାପତି ନୀଳମାଧବ ସିଂହ ଓ ଛାତ୍ରଛାତ୍ରୀମାନେ ନିଜ ପାଖରେ ଫଟୋ ଓ ଥାଳିରେ ପୂଜା ସାମଗ୍ରୀ ରଖି ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣରେ ପୂଜା କରିଛନ୍ତି । ସେହିପରି ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଉଚ୍ଚ ବିଦ୍ୟାଳୟ ଓ ଆଶ୍ରମ ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀମାନେ ପୂଜାର୍ଚ୍ଚନା ଓ ପୂଜାମଣ୍ଡପ ସଜାଇଛନ୍ତି । ଏଥିରେ ଶିକ୍ଷକ ଓ ଶିକ୍ଷକମାନେ ସହଯୋଗ କରିଛନ୍ତି ।