ନୂଆପଡ଼ା – ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଏହି ପର୍ବକୁ ସମସ୍ତେ ଆଡମ୍ବରରେ ନୂଆଁଖାଇ ପାଳନ ପାଇଁ ଲାଗି ପଡିଛନ୍ତି । ପ୍ରତ୍ୱେକ ପରିବାରର ସଦସ୍ୟ ପାଇଁ ନୂଆ ଡ୍ରେସ, କପଡା, ନୂଆଁଖାଇ ପାଇଁ ବିଭିନ୍ନ ଆବଶ୍ୟକୀୟ ସରଞ୍ଜାନ କିଣିବା ପାଇଁ ଲାଗି ପଡିଛନ୍ତି । ନବାନ୍ନ ଭକ୍ଷଣ ପାଇଁ ଘର ଚାଳିଚଳନ ପାଇଁ ସପ୍ତାହେ ଆଗରୁ ବିଭିନ୍ନ ସାମଗ୍ରୀ ସମେତ ଅନ୍ୟାନ୍ୟ ଜିନିଷ କିଣା ହୋଇଥାଏ । ହେଲେ ସମସ୍ତଙ୍କ ପାଇଁ ଏବେ ଏଟିଏମ ଦାଉ ସାଧିଛି । ଜିଲ୍ଲାର ପ୍ରମୁଖ ସହର ଖଡିଆଳ, ନୂଆପଡା ଠାରେ ଥିବା ବିଭିନ୍ନ ବ୍ୟାଙ୍କର ଏଟିଏମ ମାନଙ୍କରେ ପର୍ଯ୍ୟାପ୍ତ ଟଙ୍କା ଭରୁ ନଥିବାରୁ ଏଟିଏମକୁ ଯାଇ କାର୍ଡଧାରୀ ହଟହଟା ହେଉଛନ୍ତି । ଖଡିଆଳ ଠାରେ ଷ୍ଟେଟ ବ୍ୟାଙ୍କର ୮ ଗୋଟି, ଏକ୍ସିସ ବ୍ୟାଙ୍କର ୨ ଗୋଟି, ଆନ୍ଧ୍ର ବ୍ୟାଙ୍କର ୨ ଗୋଟି ମୋଟ ୧୩ ଗୋଟି ଏଟିଏମ ରହିଛି । କିନ୍ତୁ ଦିର୍ଘ ୧ ମାସରୁ ଅଧିକ ହେବ ଏଟିଏମ ମାନଙ୍କରେ ଟଙ୍କା ନଥିବା ଯୋଗୁଁ ଲୋକଙ୍କ ସମସ୍ୟା ଦ୍ୱିଗୁଣିତ ହୋଇଯାଇଛି । କାଁ ଭାଁ ଏଟିଏମ ମାନଙ୍କରେ ଟଙ୍କା ଭରିଲେ ଏକ ଦୁଇ ଘଣ୍ଟା ମଧ୍ୟରେ ସରିଯାଉଛି । ପୁଣି ଏଟିଏମ ଖାଲି ହୋଇଯାଉଛି । ଫଳରେ ଲୋକଙ୍କ ଏଟିଏମରେ ଟଙ୍କା ଥାଇ ମଧ୍ୟ ହଇରାଣ ହରକତରେ ପଡୁଛନ୍ତି । ଉଚ୍ଚ କତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଏଟିଏମ ମାନଙ୍କରେ ପର୍ଯ୍ୟାପ୍ତ ଟଙ୍କା ଭରିବାର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବୀ ହେଉଛି । ଏନେଇ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାର ମ୍ୟାନେଜରଙ୍କୁ ଯୋଗାଯୋଗ କରିବାରୁ ଏଟିଏମରେ ଦିନକୁ ୬୦ ଲକ୍ଷରୁ ଏକ କୋଟି ଟଙ୍କା ଭରିଲେ ମଧ୍ୟ ସରିଯାଉଛି ଏବଂ ପ୍ରତିଦିନ ଟଙ୍କା ଭରୁଥିବା ପ୍ରକାଶ କରିଥିଲେ । ସେ ଯାହା ବି ହେଉନା କାହିଁକି ନବାନ୍ନ ଭକ୍ଷଣ ସମୟରେ ହିତାଧିକାରୀ ମାନଙ୍କ ଚାହିଦା ମୁତାବକ ଏଟିଏମ ମାନଙ୍କରେ ଟଙ୍କା ଭରିବା ପାଇଁ ହିତାଧିକାରୀ ମାନେ ଦାବୀ କରିଛନ୍ତି ।
Related Stories
October 25, 2024