କେନ୍ଦୁଝର – କେନ୍ଦୁଝର ସହରରେ ସାତୋଟି ପୂଜା ମଣ୍ଡପରେ ମାଙ୍କ ମୂଣ୍ମୟୀ ମୂର୍ତି ସମ୍ମୁଖରେ ଦଶମୀ ପୂଜା କାର୍ଯ୍ୟ ଚାଲିଛି । କେନ୍ଦୁଝର ସହରରେ ମାଇନିଂ ନିୟୁ କଲୋନୀ, ପୁରୁଣା ବଜାର, ଆଟୋ ପୁର, ଗାନ୍ଧୀ ଛକ, ରିଜର୍ଭ ଆଦି ସ୍ଥାନରେ ଏସବୁ ମଣ୍ଡପ ରହିଛି । କୋଭିଡ଼୍ କଟକଣାକୁ ପାଳନ କରି ସୀମିତ ସଂଖ୍ୟକ ବ୍ରାହ୍ମଣ ଓ ପୂଜାରୀଙ୍କୁ ନେଇ ପୂଜା କାର୍ଯ୍ୟ ଚାଲିଛି । ହେଲେ ପ୍ରଶାସନର ଏହି କଟକଣା ପାଇଁ ଭକ୍ତ ମାନେ ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ଦର୍ଶନରୁ ବଂଚିତ ହୋଇଛନ୍ତି ।
କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ମା’ ତାରିଣୀଙ୍କ ପୀଠରେ ଆଜି ଦଶହରା ପୂଜା ଅନୁଷ୍ଠିତ ହେଉଥିବା ବେଳେ ସପ୍ତମୀ ଠାରୁ ମାଙ୍କ ସୁନାବେଶ ଚାଲିଛି । ପ୍ରଶାସନ ପକ୍ଷରୁ ସେଠାରେ ବ୍ୟାପକ ପୋଲିସ ବ୍ୟବସ୍ଥା ଗ୍ରହଣ କରାଯାଇଛି । କୋଭିଡ଼୍ କଟକଣା ଯୋଗୁଁ କେତେକ ଭକ୍ତ ଦର୍ଶନ ପାଇଁ ଆସୁଥିଲେ ମଧ୍ୟ ମାଙ୍କ ଦର୍ଶନ ନପାଇ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି ।