ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ବରଗଡ ଜିଲ୍ଲାରୁ ସର୍ବାଧିକ ୧୩ଜଣ ଥିବା ବେଳେ କଟକ ଜିଲ୍ଲାରୁ ୧୧ ଜଣ ମୃତ୍ୟୁବରଣ କରିଛନ୍ତି । ବଲାଙ୍ଗୀର ଜିଲ୍ଲାରୁ ୬ ଜଣ ମୃତ୍ୟୁବରଣ କରିଛନ୍ତି । ଅନୁଗୁଳ, ଜଗତସିଂହପୁର ଓ ସମ୍ବଲପୁର ଜିଲ୍ଲାରୁ ୫-୫ ଜଣ ମୃତ୍ୟୁବରଣ କରିଛନ୍ତିା ଦେବଗଡ ଜିଲ୍ଲାରୁ ୪ ଜଣ ମୃତ୍ୟୁବରଣ କରିଛନ୍ତିି । ଢେଂକାନାଳ ଓ ଯାଜପୁର ଜିଲ୍ଲାରୁ ୩-୩ ଜଣ ମୃତ୍ୟୁବରଣ କରିଛନ୍ତି । ବାଲେଶ୍ୱର ଓ ଝାରସୁଗୁଡା ଜିଲ୍ଲାରୁ ୨-୨ ଜଣ ମୃତ୍ୟୁବରଣ କରିଛନ୍ତି । ଭଦ୍ରକ ଜିଲ୍ଲାରେ ଜଣେ ଲେଖାଏ ମୃତ୍ୟୁବରଣ କରିଛନ୍ତି ।
ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ଯେ ପ୍ରତ୍ୟେକ ଦିନ ଆସୁଥିବା ମୃତ୍ୟୁ ସଂଖ୍ୟା ସେହି ନିର୍ଦିଷ୍ଟ ଦିନର ନୁହେଁ । ବିଭିନ୍ନ ସ୍ତରରେ ଅଡିଟ କରା ଯାଇ ମୃତ୍ୟୁ ସଂଖ୍ୟା ଘୋଷଣା କରା ଯାଉଥିବା ବିଭାଗ ପକ୍ଷରୁ କୁହା ଯାଇଛି ।