October 18, 2024

lock down end in wuhan city

ଉହାନ– ଚୀନର ଉହାନ ସହରରେ ଦୀର୍ଘ ଦୁଇ ମାସ ଧରି ଲାଗୁ ଲକଡାନ ବୁଧବାର ସମାପ୍ତ ହୋଇଛି । ଏହି ସହରରେ କରୋନା ଭାଇରସ ମହାମାରୀ ଉତ୍ପନ ହୋଇଥିଲା । ଜାନୁଆରୀ ଶେଷ ଆଡକୁ କରୋନା ଭାଇରସର ପ୍ରକୋପକୁ ରୋକିବା ପାଇଁ ୧୧ ମିଲିୟନ ଜନସଂଖ୍ୟା ବିଶିଷ୍ଟ ଉହାନ ସହରରେ ଲକଡାଉନ୍ ଲାଗୁ କରାଯାଇଥିଲା । ସରକାରୀ ସୂଚନା ଅନୁସାରେ ଉହାନରେ ୫୦ ହଜାରରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ୨୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଚୀନରେ କରୋନା ଭାଇରସରେ ହୋଇଥିବା ମୃତ୍ୟୁର ପ୍ରାୟ ୮୦ ପ୍ରତିଶତ ଉହାନରେ ଘଟିଛି । ନିକଟରେ ଉହାନରେ ଲକଡାଉନରେ କିଛିଟା କୋହଳ କରାଯାଇଥିଲା । ହୁବେଇ ପ୍ରାନ୍ତର ରାଜଧାନୀରେ ଗତ ୨୧ ଦିନରେ ମାତ୍ର ତିିନି କରୋନା ରୋଗୀ ଚିହ୍ନଟ ହୋଇଥିଲେ । ଏବେ ସ୍ଥିତି ସମୀକ୍ଷା ପରେ ଉହାନ ସହରରୁ ଦୀର୍ଘ ଦୁଇ ମାସ ଧରି ଲାଗୁ ଲକଡାଉନ୍ ହଟାଇ ଦିଆଯାଇଛି । ବୁଧବାର ପ୍ରାୟ ୫୫ ହଜାର ଲୋକଙ୍କୁ ଟ୍ରେନରେ ଉହାନ ଛାଡିବାର ଆଶା ରହିଛି । ଉହାନର ତିୟାନହେ ବିମାନ ବନ୍ଦରରୁ ୧୦ ହଜାରରୁ ଅଧିକ ଯାତ୍ରୀଙ୍କୁ ବିମାନରେ ସହର ଛାଡିବାର ସମ୍ଭାବନା ରହିଛି । ରାଜଧାନୀ ବେଜିଂ ଓ ଅନ୍ୟ ସ୍ଥାନ ପାଇଁ ଉଡାଣ ଏବେ ଆରମ୍ଭ କରାଯାଇ ନାହିଁ । ଉହାନର ବାସିନ୍ଦାଙ୍କୁ ଅନୁରୋଧ କରାଯାଇଛି ଯେ, ସେମାନେ ନିଜର ପଡୋଶୀ, ନିଜର ସହର ଏବଂ ଏପରିକି ପ୍ରାନ୍ତକୁ ସେ ପର୍ଯ୍ୟନ୍ତ ଛାଡିବେ ନାହିଁ ଯେ ପର୍ଯ୍ୟନ୍ତ ଅତି ଜରୁରୀ ନ ହୋଇଛି । ଚୀନର ରାଜଧାନୀ ବେଜିଂକୁ ଆସିବାକୁ ଥିବା ଉହାନର ଲୋକଙ୍କୁ ପୁଣି ଥରେ ଭାଇରସର ପରୀକ୍ଷଣ ଦେବାକୁ ପଡିବ ।
error

Enjoy this blog? Please spread the word :)

Follow by Email
Instagram
Telegram