July 24, 2024

Khelo India

ନୂଆଦିଲ୍ଲୀ,ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ 26,2021 ପୂର୍ବାହ୍ନ 11:50ରେ ଦ୍ୱିତୀୟ ଖେଲୋ ଇଣ୍ଡିଆ ଜାତୀୟ ଶୀତକାଳୀନ କ୍ରୀଡାରେ ଉଦଘାଟନୀ ଅଭିଭାଷଣ ପ୍ରଦାନ କରିବେ ।ଏହି କାର୍ଯ୍ୟକ୍ରମ ଫେବୃଆରୀ 26ରୁ ମାର୍ଚ୍ଚ 02, 2021 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଜମ୍ମୁ ଓ କଶ୍ମୀର କ୍ରୀଡା ପରିଷଦ ଏବଂ ଜମ୍ମୁ ଓ କଶ୍ମୀର ଶୀତକାଳୀନ କ୍ରୀଡା ସଂଘର ମିଳିତ ସହଯୋଗରେ କେନ୍ଦ୍ର ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଏହି କାର୍ଯ୍ୟକ୍ରମକୁ ଆୟୋଜନ କରାଯାଇଛି । ଏହି କ୍ରୀଡା କାର୍ଯ୍ୟକ୍ରମରେ ଆଲପାଇନ୍ ସ୍କିଙ୍ଗ୍, ନର୍ଡିକ୍ ସ୍କି, ସ୍ନୋବୋର୍ଡିଂ, ସ୍କି ପର୍ବତାରୋହଣ, ଆଇସ୍ ହକି, ଆଇସ୍ ସ୍କେଟିଂ, ଆଇସ୍ ଷ୍ଟକ୍ ଇତ୍ୟାଦି ଅନ୍ତର୍ଭୁକ୍ତ ହେବ । ଏହି ଖେଳଗୁଡିକରେ ଅଂଶଗ୍ରହଣ କରିବା ପାଇଁ 27ଟି ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ ବୋର୍ଡମାନେ ସେମାନଙ୍କ ଦଳ ପଠାଉଛନ୍ତି ।
error

Enjoy this blog? Please spread the word :)

Follow by Email
Instagram
Telegram