କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୨୧/୦୮/୨୦୨୦,ଗତବର୍ଷ ଭୟଙ୍କର ସାମୁଦ୍ରିକ ବାତ୍ୟା ଫନୀ ପୁରୀ ଜିଲ୍ଲାର ବୀର ଜମାର ସୁଆଁ ଗ୍ରାମ ପଞ୍ଚାୟତର ସମସ୍ତ ଗାଁ କୁ ମାଟିରେ ମିଶାଇ ଦେଇଥିଲା । କୃଷିଜୀବୀ ଭାଇମାନେ ଅଣ୍ଟାରେ ଗାମୁଛା ଭିଡି ଦେଢବର୍ଷ ବିତେଇ ସାରିଲେଣି । ହେଲେ ଆଜି ଯଦି ଆପଣମାନେ ଯିବେ ଏହି ପଞ୍ଚାୟତ ର ନୂଆ ଗାଁ,ବାଘ ପଡ଼ା ଗାଁ ମାନଙ୍କରେ ଦେଖିବେ ଅଧାରୁ ଭାଙ୍ଗି ଯାଇଥିବା ଶହ ଶହ ନଡ଼ିଆ ଗଛ କିପରି ଫନୀ ସ୍ମୃତି କୁ ସଜାଡି ରଖିଛି । ଏହି ଚାଷୀ ଭାଇ ମାନଙ୍କ ବାଡି ନଡ଼ିଆ ବର୍ଷ ତମାମ ରୋଜଗାରର ଏକ ଅଂଶ । ଆଜି ଭାରତ ବିକାଶ ପରିଷଦ ର ଗୋଟିଏ ଛୋଟିଆ ପ୍ରୟାସରେ ପ୍ରତି ପରିବାର କୁ ଦୁଇ ଦୁଇ ଟି ଲେଖାଏଁ ନଡ଼ିଆ ଗଛ ପ୍ରଦାନ କରାଯାଇଛି । ୨୦୦ ପରିବାର ଓ କୋଠ ମୁଖିଆମାନଙ୍କୁ ନଡ଼ିଆ ଚାରା ପ୍ରଦାନ କରାଯିବା ସହିତ ଚାର ରୋପଣ କରାଯାଇଛି । କୃଷି ଉପରେ ଆତ୍ମନିର୍ଭରଶୀଳ ଚାଷୀ ଭାଇ ମାନେ ଏହି ନଡ଼ିଆ ଚାରା ଗୁଡ଼ିକର ଜୀବନ ଦାତା ଭାବେ ଗ୍ରହଣ କରନ୍ତୁ ଓ ମହାପ୍ରଭୁ ତାଙ୍କୁ ସଦୟ ହୁଅନ୍ତୁ।
ବରିଷ୍ଠ ସଦସ୍ୟ ପ୍ରଫୁଲ୍ଲ କୁମାର ମିଶ୍ର ଙ୍କ ନେତୃତ୍ବ ଓ ସୈାମେନ୍ଦ୍ର ଦାସ ସଂଯୋଜନା ରେ ଆଜିର ଏ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିବା ରାମଚନ୍ଦ୍ର ଦଳାଇ, ଗୈାରାଙ୍ଗ ମିଶ୍ର ଓ ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ ଙ୍କୁ ସହଯୋଗ କରିଥିବା ବିଜୟ କୁମାର ପଟନାୟକ, ପଞ୍ଚୁ ପ୍ରଧାନ, ସଚି ନନ୍ଦନ ଦାଶ, ଦୁଖୀଶ୍ୟାମ ଦାସ,ଶ୍ରୀକୁମାର ଦାସ,ଗଗନ ବିହାରୀ ପଟନାୟକ,କାଙ୍ଗାଳୀ ବାରିକ ଙ୍କ ସହଯୋଗ ଅବିସ୍ମରଣୀୟ । ସଚିବ ସୁପ୍ରୀତି ରଥ ଏହି ସୂଚନା ଗଣମାଧ୍ୟମକୁ ପ୍ରଦାନ କରିଛନ୍ତି |