କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ସ୍ଵାଧୀନତା ଦିବସ ଉପଲକ୍ଷେ ଦି ବେଲ୍ ଓମେନ୍ସ କ୍ଲବ ପକ୍ଷରୁ ମହିଳା ଓ କିଶୋରୀ ମାନଙ୍କ ନିଜସ୍ଵ ସ୍ୱଚ୍ଛତା ସମ୍ପର୍କିତ କାର୍ଯ୍ୟକ୍ରମ ଉଡାନ ଆୟୋଜିତ ହୋଇଛି।ପୁରୀ ସମୁଦ୍ର କୂଳ ବାଲି ନୋଳିଆ ସାହି ବସ୍ତିର ୫୦ ଜଣ ମହିଳା ଓ କିଶୋରୀ ମାନଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା।ଏଥିରେ ମହିଳା ଓ କିଶୋରୀ ମାନଙ୍କ ଋତୁସ୍ରାବ ଜନିତ ସମସ୍ୟା ଓ ନିଜସ୍ଵ ସ୍ୱଚ୍ଛତା ଉପରେ କିପରି ଧ୍ୟାନ ଦେବେ ସେ ସମ୍ପର୍କରେ ସଚେତନ କରାଯାଇଥିଲା।ଏହି କାର୍ଯ୍ୟ କ୍ରମରେ ପୁରୀ ଇନର ହୁଇଲ କ୍ଲବର ସମ୍ପାଦିକା ରାଜଲକ୍ଷ୍ମୀ ଦାସ, ସଦସ୍ୟା ରୁଚିମିତ୍ରା ଜଗଦେବ ,ଦି ବେଲ୍ ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ ଅତିଥି ଭାବରେ ଯୋଗ ଦେଇଥିଲେ।
ସ୍ବାଧୀନତାର ୭୭ବର୍ଷ ପରେ ମଧ୍ୟ ମହିଳା ମାନେ ନିଜ ପରିବାର ମଧ୍ୟରେ ଯେତିକି ସ୍ୱାଧୀନତା ପାଇବା କଥା ସେତିକି ପାଇ ନାହାନ୍ତି ଏବଂ ନିଜର ବ୍ୟକ୍ତି ଗତ ଅଭାବ ଅସୁବିଧା କୁ ମଧ୍ୟ ପରିବାର ସଦସ୍ୟଙ୍କୁ ଜଣାଇବାକୁ କୁଣ୍ଠା ବୋଧ କରିଥାଆନ୍ତି ଓ ଋତସ୍ରାବ ଏକ ବାୟୋଲୋଜିକାଲ ପ୍ରସେସ ହେଲେ ମଧ୍ୟ ଏ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ସମସ୍ତେ ସଚେତନ ନୁହନ୍ତି | ଯାହା ଫଳରେ ମହିଳା ମାନେ ସାମାଜିକ ଓ ଶାରୀରିକ ସ୍ତରରେ ଅନେକ ଅସୁବିଧା ଭୋଗନ୍ତି ବୋଲି ବକ୍ତା ମାନେ ମତପ୍ରକାଶ କରିଥିଲେ।ଏହି ଅବସରରେ କାର୍ଯ୍ୟକ୍ରମରେ ଭାଗ ନେଇ ଥିବା ସମସ୍ତ ମହିଳା ଓ କିଶୋରୀ ମାନଙ୍କୁ ଅନୁଷ୍ଠାନ ତରଫରୁ ସାନିଟାରୀ ନାପକିନ ଓ ନିଜସ୍ଵ ସ୍ୱଚ୍ଛତା ସମ୍ପର୍କିତ ଉପକରଣ ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ବନିତା ଦୀକ୍ଷିତ ସଂଯୋଜନା କରିଥିବା ବେଳେ କେ.ସୁଭାଷିନୀ,ଶାନ୍ତିଲତା ପ୍ରଧାନ,ବିନୋଦିନୀ ଜ୍ଞାନସିଂ, ଶୁଭ୍ରାଂଶୁ ବାଳା ଦାସ,ସାଗରିକା ବେହେରା, ପାର୍ବତୀ ରାଭା, ଟିକିନ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ।ସେହିପରି ସକାଳେ ଦି ବେଲ୍ ୟୁଥ୍ ଫୋରମ୍ ପକ୍ଷରୁ ମଧୁସୂଦନ ପାର୍କ ଠାରେ ଜାତୀୟପତକା ଉତ୍ତୋଳନ ସହିତ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।
Related Stories
November 23, 2024