December 25, 2025
ନୂଆଦିଲ୍ଲୀ– କୋଭିଡ୍‌-୧୯ର ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ ସରକାର ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ୍ ଘୋଷଣା କରିଥିଲେ । ଏବେ ଏହାର ଅବଧି ଏପ୍ରିଲ ୧୪ରେ ଶେଷ ହେବାକୁ ଯାଉଛି । ଲକଡାଉନ୍ ଅବଧି ବଢିବ କି ନାହିଁ ତାକୁ ନେଇ ସମଗ୍ର ଦେଶରେ କଳ୍ପନା ଜଳ୍ପନା ଜାରି ରହିଛି । ଏହି ତାଲାବନ୍ଦୀକୁ ଆଗକୁ ବଢାଇବେ କି ନାହିଁ ତାକୁ ନେଇ ସରକାର ବିଚାର ବିମର୍ଶ ଚଳାଇଛନ୍ତି । ଏହି କ୍ରମରେ କେନ୍ଦ୍ରର ମୋଦୀ ସରକାର ରାଜ୍ୟ ଓ ବିଶେଷଜ୍ଞଙ୍କ ରାୟ ଉପରେ ମଧ୍ୟ ବିଚାର କରୁଛନ୍ତି । ଏହା ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ ଲକଡାଉନକୁ ନେଇ କହିଛନ୍ତି ଯେ ଏହାର ନିର୍ଣ୍ଣୟ  ଭାଇରସର ପଜିଟିଭ୍ ମାମଲା ବୃଦ୍ଧି ହାରକୁ ଦେଖି ନେବା ଭଲ ହେବ । ଏହା ସହିତ ସେ ଲକଡାଉନ ଉପରେ ନିର୍ଣ୍ଣୟ ନେବା ସହ ପ୍ରଭାବିତ ଲୋକଙ୍କୁ ପର୍ଯ୍ୟାପ୍ତ ସହାୟତା ପହଁଚାଇବାକୁ ଦାବି କରିଛନ୍ତି । କଂଗ୍ରେସ ନେତା ବୁଧବାର ଟୁଇଟ୍ କରି କହିଛନ୍ତି ଯେ, ମୁଁ ଲକଡାଉନକୁ ସମର୍ଥନ କରେ । ଏହି ଲକଡାଉନ୍ ଜାରି ରହିବ କି ନାହିଁ ରାଜ୍ୟ ସରକାରଙ୍କ ସହିତ କେନ୍ଦ୍ର ବିଚାର ବିମର୍ଶ କରିବାକୁ ମଧ୍ୟ ମୁଁ ସ୍ୱାଗତ କରୁଛି । ଲକଡାଉନ୍ ହଟିବ କି ନାହିଁ ଏହି ପ୍ରଶ୍ନର ଉତର ବ୍ୟକ୍ତିଗତ କିମ୍ବା କ୍ଷେତ୍ରୀୟ ହିତ ଉପର ଆଧାରିତ ନୁହଁ । ଏହର ନିର୍ଦ୍ଧାରଣ କେବଳ ଦୁଇଟି ସଂଖ୍ୟା ଉପରେ ହେବା ଉଚିତ୍‌,  ପ୍ରତ୍ୟେକ ଦିନ ପଜିଟିଭ୍ ମାମଲା କେତେ ବଢୁଛି ଏବଂ ଦେଶରେ ମୋଟ୍ ବୃଦ୍ଧି  ହାର କେତେ ରହିଛି । ପୂର୍ବତନ ଅର୍ଥ ମନ୍ତ୍ରୀ ଲକଡାଉନ୍‌ରେ ପ୍ରଭାବିତ ଲୋକ ପର୍ଯ୍ୟନ୍ତ ସହାୟତା ପହଁଚାଇବା ଉପରେ ଜୋର ଦେଇ କହିଛନ୍ତି ଯେ, ଲକଡାଉନର ରଣନୀତି ମଧ୍ୟରେ ଯେଉଁ ଜିନିଷ ଗାଏବ ରହିଛି ତାହା ଗରିବଙ୍କ ହାତରେ ନଗଦି । ଗରିବଙ୍କ ଅନେକ ବର୍ଗ ମଧ୍ୟରେ ଏମିତି ଲୋକ ଅଛନ୍ତି ଯାହାଙ୍କୁ ସରକାରଙ୍କ ଏକ ଟଙ୍କା ମଧ୍ୟ ମିଳିନାହିଁ । ଲକଡାଉନର ଏହି  ଜାରି ପ୍ରକ୍ରିୟାରେ ଦେଶରେ ବେରୋଜଗାରୀ ବୃଦ୍ଧି ଘଟିଛି ଏବଂ ଦିନ ମଜୁରିଆଙ୍କ ଆୟ ଉପରେ ବହୁତ ପ୍ରଭାବ ପଡିଛି । ତେଣୁ ସରକାର ଗରିବଙ୍କୁ ସମ୍ବଳ ଓ ନଗଦ ଉପଲବ୍ଧ କରାନ୍ତୁ ।
ବାରିପଦା– ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅବକାରୀ ବିଭାଗ ପକ୍ଷରୁ ରସମତଳା ଗ୍ରାମରେ ଚଢ଼ଉ କରାଯାଇ ମଦ ପ୍ରସ୍ତୁତି ନିମନ୍ତେ ରଖାଯାଇଥିବା ୨୨ କ୍ୱିଂଟାଲ...
ମୁମ୍ବାଇ– ମହାରାଷ୍ଟ୍ରର ବିଭିନ୍ନ ଇଲାକାରେ ୫୦ରୁ ଅଧିକ ତବଲିଗି ମରକଜର ଜମାତି ଛପି ରହିଥିବା ସୂଚନା ପୋଲିସକୁ ମିଳିଛି । ସ୍ୱରାଷ୍ଟ୍ର ମନ୍ତ୍ରୀ ଅନିଲ୍ ଦେଶମୁଖ କହିଛନ୍ତି ଯେ, ସମସ୍ତ ତବଲିଗି ଜମାତି ନିଜକୁ ପୋଲିସ ହାତରେ ହସ୍ତାନ୍ତର କରାନ୍ତୁ । ଯଦି ଏହି ଜମାତିଙ୍କୁ ପୋଲିସ୍ ଖୋଜି ବାହାର କରେ ତେବେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଦିଲ୍ଲୀର ନିଜାମୁଦ୍ଦିନରେ ତବଲିଗି ଜମାତରେ ମହାରାଷ୍ଟ୍ରର ୧୪୦୦ ଜମାତି ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୩୫୦ ଜମାତିଙ୍କୁ ଧରି କ୍ୱାରେନଟାଇନରେ ରଖାଯାଇଛି । ଏବେ ସୁଦ୍ଧା ୫୦ ତବଲିଗି ଜମାତ ରାଜ୍ୟରେ ଛପି ରହିଛନ୍ତି । ଏହି ସବୁ ଜମାତି କେଉଁଠି ଛପି ରହି ମୋବାଇଲ ମଧ୍ୟ ସୁଇଚ୍ ଅଫ କରି ଦେଇଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରୀ ଅନିଲ୍ ଦେଶମୁଖ କହିଛନ୍ତି ଏହି ସବୁ ତବଲିଗିଙ୍କ ତଲାସି ଜାରି ରହିଛି । ଖୁବ୍ ଶୀଘ୍ର ଏମାନଙ୍କୁ ଧରି ପୃଥକ ବାସରେ ରଖାଯିବ । ଏହା ପରେ ଏହି ସବୁ ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।
ବାରାମୁଲା– ବାରାମୁଲା ଜିଲ୍ଲାର ସୋପୋର କ୍ଷେତ୍ରର ଗୁଲାବାଦ ଇଲାକାରେ ଆତଙ୍କବାଦୀ ଓ ସୁରକ୍ଷାବଳ ମଧ୍ୟରେ ବୁଧବାର ସକାଳେ ହୋଇଥିବା ଗୁଳିବିନିମୟରେ ଏକ ଆତଙ୍କବାଦୀ ନିହତ ହୋଇଛି । ଏବେ ମଧ୍ୟ ସୁରକ୍ଷାବଳ ଘେରରେ ଦୁଇରୁ ତିିନି ଆତଙ୍କବାଦୀ ରହିଥିବା କୁହାଯାଉଛି । ସେନା ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଉଲ୍ଲେଖନୀୟ ମଙ୍ଗଳବାର ବିଳମ୍ବିତ ରାତ୍ରିରେ କ୍ଷେତ୍ରରେ ଆତଙ୍କବାଦୀଙ୍କ ଉପସ୍ଥିତିର ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷାବଳ ତଲାସି ଅଭିଯାନ ଚଳାଇଥିଲେ । ଏହା ପରେ ବୁଧବାର ସକାଳେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ସ୍ଥିତିକୁ ଦୃଷ୍ଟିରେ ରଖି  ବାରାମୁଲା ଜିଲ୍ଲାରେ ମୋବାଇଲ ଓ ଇଂଟରନେଟ୍ ସେବା ବନ୍ଦ କରାଯାଇଛି ।
ଅହମଦାବାଦ– ଗୁଜରାଟର ଜାମନଗରରେ ୧୪ ମାସର କରୋନା ପଜିଟିଭ୍ ଶିଶୁର ମୃତ୍ୟୁ ଘଟିଛି । ବହୁବିଧ ଅଙ୍ଗ ଫେଲ୍‌, ହାର୍ଟ ଓ କିଡନୀ ଫେଲ୍ ହେବାରୁ ଶିଶୁଟିର ମୃତ୍ୟୁ ଘଟିଛି । ଜାମନଗରର ଦରେଡ ଇଲାକାରେ ଏକ ଶ୍ରମିକ ପରିବାରରର ୧୪ ମାସର ଶିଶୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା । ଏହା ଜାମନଗରରେ ପ୍ରଥମ କରୋନା ପଜିଟିଭ୍  ମାମଲା ଥିଲା । ଚାରି ଦିନ ପୂର୍ବେ ମାତା-ପିତା ଜ୍ୱର, ଥଣ୍ଡା ଓ କାଶର ଲକ୍ଷଣ ମିଳିବା ପରେ ଶିଶୁକୁ ସରକାରୀ  ହସ୍ପିଟାଲ ନେଇଥିଲେ । ଡାକ୍ତର ଔଷଧ ଦେଇ ଘରକୁ ପଠାଇ ଦେଇଥିଲେ । ଏହା ଶିଶୁଟିର ସ୍ଥିତି ବିଗିଡିବା ପରେ ହସ୍ପିଟାଲରେ ଭର୍ତି ହେବା ପରଠୁ ଭେଂଟିଲେଟରରେ ରଖାଯାଇଥିଲା ।  ଡାକ୍ତର ଶିଶୁକୁ ବଂଚାଇବାକୁ ବହୁତ ପ୍ରୟାସ କରିଥିଲେ । ମାତ୍ର କିଡନୀ ଓ ହାର୍ଟ ଫେଲ୍ ହେବାରୁ ଶିଶୁଟିର ମୃତ୍ୟୁ ଘଟିଛି । ଅନ୍ୟ ରାଜ୍ୟର ହିନ୍ଦୀ ଭାଷୀ ଲୋକ ମଧ୍ୟ ସେହି ଅଂଚଳରେ ରହୁଛନ୍ତି, ଯେଉଁଠି ଶିଶୁ ରହୁଥିଲା । କୁହାଯାଉଛି ସେଠାରୁ ହିଁ ଶିଶୁଟି କରୋନା ସଂକ୍ରମିତ ହୋଇଛି । ଅନ୍ୟପଟେ ଭଦୋଦରାରେ ଆଉ ଏକ କରୋନା ପଜିଟିଭ୍ ମାମଲା ସାମ୍ନାକୁ ଆସିଛି । ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୬ରେ ପହଁଚିଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା  ୧୬ ରହିଛି । ଏଥିରୁ ସୁଟରରେ ୨ ଓ ପାଟନାରେ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି । ଏ ପର୍ଯ୍ୟନ୍ତ ରାଜ୍ୟର ୩୩ ଜିଲ୍ଲା ମଧ୍ୟରୁ ୧୭ ଜିଲ୍ଲାରେ କରୋନା ରୋଗୀ ପଞ୍ଜିକୃତ ହୋଇଛନ୍ତି । ରାଜ୍ୟରେ ଛଅ ନୂତନ ମାମଲାରେ ଅହମଦାବାଦ ଓ ରାଜକୋଟରେ ଗୋଟିଏ ଲେଖାଏଁ, ସୁରଟରେ ୩ ଓ ଭଦୋଦରାରେ ୧ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ପ୍ରକାର ରାଜ୍ୟରେ ମୋଟ୍ କୋଭିଡ୍‌-୧୯ ପଜିଟିଭ୍ ସଂଖ୍ୟା ୧୭୬ ରହିଛି ଏବଂ ଏ ଯାବତ ୧୬ ଜଣଙ୍କ ମୃତ୍ୟୁ ଘଟିଛି । ସ୍ଥିତିକୁ ଦୃଷ୍ଟିରେ ରଖି ଗୁଜାରଟରେ ମଙ୍ଗଳବାରଠୁ ରାପିଡ୍ ପରୀକ୍ଷଣ ଆରମ୍ଭ ହୋଇ ଯାଇଛି । ଏହି ଆଧାରରେ ୧୦୦୦ରୁ ଅଧିକ ନମୂନା ପରୀକ୍ଷା କରାଯାଇଛି ।  ମାତ୍ର ରିପୋର୍ଟ ବୁଧବାର ଆସିବ । ଏହି ପରି ରାପିଡ୍ ପରୀକ୍ଷଣରେ ଜଣା ପଡୁଛି ଯେ, ଶରୀର ଦ୍ୱାରା ଉତ୍ପାଦିତ କୌଣସି  ବ୍ୟକ୍ତିଙ୍କ ଆଂଟିବଡି ବାହ୍ୟ ଜୀବାଣୁ ଉପସ୍ଥିତିରେ କରୋନା ସଂକ୍ରମଣ ରହିଛି ନା ନାହିଁ । ଅହମଦାବାଦରେ ୭୦୦ କର୍ମଚାରୀଙ୍କ ଥର୍ମାଲ ସ୍କେନ କରାଯାଇଛି । ହଟସ୍ପଟ ଏରିଆରେ ଏହି ପରୀକ୍ଷଣ ଦ୍ୱାରା କରୋନା ପଜିଟିଭର ବ୍ୟାପକ ଯାଂଚ କରାଯାଉଛି ।
ଉହାନ– ଚୀନର ଉହାନ ସହରରେ ଦୀର୍ଘ ଦୁଇ ମାସ ଧରି ଲାଗୁ ଲକଡାନ ବୁଧବାର ସମାପ୍ତ ହୋଇଛି । ଏହି ସହରରେ କରୋନା ଭାଇରସ ମହାମାରୀ ଉତ୍ପନ ହୋଇଥିଲା । ଜାନୁଆରୀ ଶେଷ ଆଡକୁ କରୋନା ଭାଇରସର ପ୍ରକୋପକୁ ରୋକିବା ପାଇଁ ୧୧ ମିଲିୟନ ଜନସଂଖ୍ୟା ବିଶିଷ୍ଟ ଉହାନ ସହରରେ ଲକଡାଉନ୍ ଲାଗୁ କରାଯାଇଥିଲା । ସରକାରୀ ସୂଚନା ଅନୁସାରେ ଉହାନରେ ୫୦ ହଜାରରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ୨୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଚୀନରେ କରୋନା ଭାଇରସରେ ହୋଇଥିବା ମୃତ୍ୟୁର ପ୍ରାୟ ୮୦ ପ୍ରତିଶତ ଉହାନରେ ଘଟିଛି । ନିକଟରେ ଉହାନରେ ଲକଡାଉନରେ କିଛିଟା କୋହଳ କରାଯାଇଥିଲା । ହୁବେଇ ପ୍ରାନ୍ତର ରାଜଧାନୀରେ ଗତ ୨୧ ଦିନରେ ମାତ୍ର ତିିନି କରୋନା ରୋଗୀ ଚିହ୍ନଟ ହୋଇଥିଲେ । ଏବେ ସ୍ଥିତି ସମୀକ୍ଷା ପରେ ଉହାନ ସହରରୁ ଦୀର୍ଘ ଦୁଇ ମାସ ଧରି ଲାଗୁ ଲକଡାଉନ୍ ହଟାଇ ଦିଆଯାଇଛି । ବୁଧବାର ପ୍ରାୟ ୫୫ ହଜାର ଲୋକଙ୍କୁ ଟ୍ରେନରେ ଉହାନ ଛାଡିବାର ଆଶା ରହିଛି । ଉହାନର ତିୟାନହେ ବିମାନ ବନ୍ଦରରୁ ୧୦ ହଜାରରୁ ଅଧିକ ଯାତ୍ରୀଙ୍କୁ ବିମାନରେ ସହର ଛାଡିବାର ସମ୍ଭାବନା ରହିଛି । ରାଜଧାନୀ ବେଜିଂ ଓ ଅନ୍ୟ ସ୍ଥାନ ପାଇଁ ଉଡାଣ ଏବେ ଆରମ୍ଭ କରାଯାଇ ନାହିଁ । ଉହାନର ବାସିନ୍ଦାଙ୍କୁ ଅନୁରୋଧ କରାଯାଇଛି ଯେ, ସେମାନେ ନିଜର ପଡୋଶୀ, ନିଜର ସହର ଏବଂ ଏପରିକି ପ୍ରାନ୍ତକୁ ସେ ପର୍ଯ୍ୟନ୍ତ ଛାଡିବେ ନାହିଁ ଯେ ପର୍ଯ୍ୟନ୍ତ ଅତି ଜରୁରୀ ନ ହୋଇଛି । ଚୀନର ରାଜଧାନୀ ବେଜିଂକୁ ଆସିବାକୁ ଥିବା ଉହାନର ଲୋକଙ୍କୁ ପୁଣି ଥରେ ଭାଇରସର ପରୀକ୍ଷଣ ଦେବାକୁ ପଡିବ ।
ଧର୍ମଶାଳା– ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିରୋଧ କରିବା ନିମନ୍ତେ ସରକାରଙ୍କ ତରଫରୁ ଲକ୍ ଡାଉନ ଭଳି କଠୋର ନିଷ୍ପତି ନିଆଯିବା ସହିତ...
ଧର୍ମଶାଳା–  ସମ୍ପ୍ରତି କରୋନା ମୁକାବିଲା ନିମନ୍ତେ ଦେଶ ତଥା ଆମ ରାଜ୍ୟକୁ ବହୁ ଅର୍ଥର ଆବଶ୍ୟକତା ରହିଛି । ଏନେଇ ସହଯୋଗର ହାତ...
ଧର୍ମଶାଳା – ଜିଲା ପ୍ରଶାସନର ଘୋଷଣା ପରେ ମଧ୍ୟ ନିଷିଦ୍ଧାଚଂଳକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପଂହଚି ନ ଥିବାରୁ ଅନେକ ଗ୍ରାମରେ ଅସନ୍ତୋଷ ପ୍ରକାଶ...
ଧର୍ମଶାଳା– ଯାଜପୁର ଜିଲା ରସୁଲପୁର ବ୍ଳକ ବ୍ରହ୍ମବରଦାରେ ଚଳିତ ମାସ ୪ ତାରିଖ ଶନିବାର ଦିନ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ...
error

Enjoy this blog? Please spread the word :)

Follow by Email
Instagram
Telegram