December 25, 2025
ଭୁବନେଶ୍ୱର– ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ଅଧୀନରେ କଳାକାର ଭତା ପାଉଥିବା ରାଜ୍ୟର ୩୪,୬୫୩ ଜଣ କଳାକାରଙ୍କୁ ଚଳିତ ମାସ ମାର୍ଚ୍ଚଠାରୁ ଜୁନ୍...
ବଲାଙ୍ଗିର– ବଲାଙ୍ଗିର ଟାଉନ୍ ଥାନା ଅନ୍ତର୍ଗତ ତାଲପାଲିପଡ଼ାର ଏକ ପୋଖରୀ ମଧ୍ୟରୁ ଶିଶୁକନ୍ୟାର କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି । ପାରିବାରିକ କହଳକୁ...
 ଦେହରାଦୂନ । ଉତରାଖଣ୍‌ଜରେ ବିଧାୟକ ମାନଙ୍କର ଦରମାକୁ ଆଗାମୀ ଆଦେଶ ଯାଏ ୩୦ ପ୍ରତିଶତ କମ କରିବା ଓ ବିଧାୟକ ହାତପାଣ୍ଠିରୁ ଏକ...
ଭୁବନେଶ୍ୱର – ୧୯ ମୁକାବିଲା ପାଇଁ ନିୟୋଜିତ ହେବେ ଆୟୁଷ ଡାକ୍ତର ।  ରାଜ୍ୟର ପ୍ରତି ଜିଲ୍ଲାରେ ଆୟୁଷ ଡାକ୍ତରଙ୍କ ମୁତୟନ ପାଇଁ...
ଭୁବନେଶ୍ୱର–  ଦେଶରେ କରୋନା ସଂକ୍ରମଣକୁ ପ୍ରୋତ୍ସାହିତ କରିଥିବା ତବଲିଗି ଜମାତର ମୁଖ୍ୟ ମୌଲାନା ସାଦକୁ ଏବେ ପର୍ଯ୍ୟନ୍ତ ଗିରଫ କରାଯାଇ ନଥିବାରୁ କେନ୍ଦ୍ର...
ଭୋପାଳ ।ମଧ୍ୟ ପ୍ରଦେଶର ଇନ୍ଦୋର ଠାରେ ଶ୍ରୀ ଅରବିନ୍ଦ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସରେ ଜଣେ ୪୯ ବର୍ଷୀୟ କରୋନା ରୋଗୀଙ୍କର ମୃତ୍ୟୁ...
ନୂଆଦିଲ୍ଲୀ। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୧୯୪ ରେ ପହଂଚିଛି । ଏଥି ମଧ୍ୟରୁ ୪୬୪୩ ମାମଲା ସକ୍ରିୟ ରହଛି । ଦେଶରେ...
ନୂଆଦିଲ୍ଲୀ । ଆବଶ୍ୟକ ସାମଗ୍ରୀର ଉପଲବ୍ଧତାକୁ ସୁନିଶ୍ଚିତ କରିବାକୁ ସମସ୍ତ ରାଜ୍ୟକୁ ପତ୍ର ଲେଖିଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ।...
ନୂଆଦିଲ୍ଲୀ । ହନୁମାନ ଜୟନ୍ତୀରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭକାମନା ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ ହନୁମାନ ଜୟନ୍ତୀର...
ଓ୍ଵାଶିଂଟନ– ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଆମେରିକା ଦ୍ୱାରା ଦିଆଯାଉଥିବା ଆର୍ଥିକ ସହାୟତାକୁ ସମାପ୍ତ କରିବାର ଘୋଷଣା କରିଛନ୍ତି । ଡବ୍ଲ୍ୟୁଏଚଓର କଡା ସମାଲୋଚନା କରି ଟ୍ରମ୍ପ ଆରୋପ ଲଗାଇଛନ୍ତି ଯେ, ଏହି ସଂସ୍ଥା ଚୀନ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରୁଛି ଏବଂ କରୋନା ଭାଇରସ୍ ପ୍ରକୋପ ସମୟରେ ଭୁଲ ପରାମର୍ଶ ଦେଉଛି । ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯଦି ଏମିତି ଚାଲେ ତେବେ ଡବ୍ଲ୍ୟୁଏଚଓ ପାଇଁ ୟୁଏସର ଫଣ୍ଡିଂ ରୋକି ଦିଆଯିବ । ଟ୍ରମ୍ପ ଟୁଇଟ୍ ମାଧ୍ୟମରେ  ଜଣାଇଛନ୍ତି ଯେ, ଡବ୍ଲ୍ୟୁଏଚଓ ବାସ୍ତବରେ ଏହି ପ୍ରସଙ୍ଗକୁ ହିଁ ଶେଷ କରି ଦେଇଛି । ଡବ୍ଲ୍ୟୁଏଚଓକୁ ସବୁଠୁ ଅଧିକ ଆର୍ଥିକ ସହାୟତା ଆମେରିକା ହିଁ ଦେଇଥାଏ । ମାତ୍ର ଏବେ କୌଣସି କାରଣବଶତଃ ଆବଶ୍ୟକତାଠୁ ଅଧିକ ଚୀନ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି ଡବ୍ଲ୍ୟୁଏଚଓ । ତଥାପି ଆମେ ଏହାକୁ ଏକ ସକରାତ୍ମକ ଦିଗରେ ନେବୁ । ମାତ୍ର ଡବ୍ଲ୍ୟୁଏଚଓ ଆମେରିକାକୁ ଏହା କଣ ପାଇଁ କହିଲା ଯେ, ଚୀନ ପାଇଁ ତାଙ୍କର ଓ୍‌ାର୍ଡ ଖୋଲା ରହିଛି ବୋଲି ଟ୍ରମ୍ପ କହିଛନ୍ତି । ଟ୍ରମ୍ପ ହ୍ୱାଇଟ୍  ହାଉସର ଏକ ସାମ୍ବାଦିକ ସମ୍ମିଳନୀରେ ୟୁଏନ ସ୍ୱାସ୍ଥ୍ୟ ସଂଗଠନ ବିରୋଧରେ ଅନେକ ଆରୋପ ଲଗାଇଛନ୍ତି । ସେ କହିଛନ୍ତି ଏହା ବହୁତ ବଡ ଭୁଲ କଥା । ସାଂପ୍ରତିକ ସ୍ଥିତିରେ ଡବ୍ଲ୍ୟୁଏଚଓ ବହୁତ ବଡ ସୁଯୋଗ ହାତ ଛଡା କରିଛି । କାରଣ ଏବେ ଆମେ ଡବ୍ଲ୍ୟୁଏଚଓକୁ ଦେଉଥିବା ଆର୍ଥିକ ସହାୟତା ବନ୍ଦ କରିବାକୁ ଯାଉଛୁ । ଟ୍ରମ୍ପ ଦ୍ୱାରା ଡବ୍ଲ୍ୟୁଏଚଓର ସମାଲୋଚନାକୁ ୟୁଏନର ମୁଖପାତ୍ର ଷ୍ଟିଫନ ଦୁଜାରିକ ଖଣ୍ଡନ କରିଛନ୍ତି । ସେ ଗଣମାଧ୍ୟମକୁ କହିଛନ୍ତି ଯେ, ଏଥିରେ କୌଣସି ସନ୍ଦେହ ନାହିଁ ଯେ, ମହାନିର୍ଦ୍ଦେଶକ ଟ୍ରେଡୋସ୍ ଅଧନୋମ ଘେବ୍ରେୟସସଙ୍କ ନେତୃତ୍ୱରେ ଡବ୍ଲ୍ୟୁଏଚଓ କୋଭିଡ୍‌-୧୯ ମୁକାବିଲାରେ ବହୁତ ଭଲ କାମ କରିଛି । ଏଥିରେ ପୂରା ବିଶ୍ୱରେ ବହୁତ ଦେଶକୁ ସହଯୋଗ କରିବା, ଲକ୍ଷାଧିକ ମାତ୍ରାରେ ଉପକରଣ ଦେବା, ବିଭିନ୍ନ ଦେଶକୁ ପ୍ରଶିକ୍ଷଣ ଦେବା ଯେଉଁଥିରେ ବିଶ୍ୱ ସୁସ୍ଥ ରହୁ । ଦୁଜାରିକ କହିଛନ୍ତି ଯେ, ଡବ୍ଲ୍ୟୁଏଚଓ ନିକଟରେ କଙ୍ଗୋ ଲୋକତାନ୍ତ୍ରିକ ଗଣରାଜ୍ୟରେ ଇବୋଲାର ପ୍ରତିରୋଧ ପାଇଁ ବହୁତ ଭଲ କାମ କରିଛି । ଟ୍ରମ୍ପଙ୍କ ନିକଟତମ ସହଯୋଗୀ ରିପବ୍ଲିକାନ ସିନେଟର ଲିଣ୍ଡେସ୍ ଗ୍ରାହମ କହିଛନ୍ତି ଯେ, ଆଗାମୀ ସିନେଟ ବିନିଯୋଗ ବିଲରେ ଡଲ୍ଲ୍ୟୁଏଚଓ ପାଇଁ କୌଣସି ଫଣ୍ଡିଂ ହେବ ନାହିଁ । ଉୁଁ ଉପସମିତିର ବିନିଯୋଗର ପ୍ରଭାରୀ ଅଟେ । ମୁଁ ଡବ୍ଲ୍ୟୁଏଚଓକୁ ତାର ସଂପ୍ରତି ନେତୃତ୍ୱରେ ଆର୍ଥିକ ପୋଷଣର ସମର୍ଥନ କରୁନାହିଁ । ଏହି ସଂସ୍ଥା ଧୋକାବାଜ ଏବଂ ଚୀନ ସମର୍ଥକ ଅଟେ ବୋଲି ଗ୍ରାହମ କହିଛନ୍ତି ।
error

Enjoy this blog? Please spread the word :)

Follow by Email
Instagram
Telegram