ଭୁବନେଶ୍ୱର– ଓଡିଶା ବିଧାନସଭାର ମୌସୂମୀ ଅଧେିବେଶନ ସଂସଦ ଢାଂଚାରେ ବସିବ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ସଂସଦରେ ଯେପରି ପ୍ରଶ୍ନକାଳ ଛାଡ଼ି ଶୂନ୍ୟକାଳ, ମୂଲତବୀ ପ୍ରସ୍ତାବ, ମୋସନ ରହୁଛି ସେହିଭଳି ଓଡିଶା ବିଧାନସଭାରେ ମଧ୍ୟ ରହିବ ।
ବସିବା ବେଳେ ବିଧାୟକମାନେ ୪ ଫୁଟ୍ ଦୂରତା ବଜାୟ ରଖିବେ ବୋଲି ସେ ସୂଚନା ଦେଇଛନ୍ତିା
ସେ କହିଛନ୍ତି ଯେ ଦର୍ଶକ ଗ୍ୟାଲେରିରେ ମଧ୍ୟ ବିଧାୟକ ବସିବେ । ୧୪୫ ଟି ସିଟ୍ ପ୍ରସ୍ତୁତ ରଖାଯାଇଥିବା ସେ କହିଛନ୍ତି ।
ସଂସଦ ଭଳି ବିଧାୟକଙ୍କ ସିଟ୍ ସମ୍ମୁଖରେ ର ସିଲଡ କାଚ ଲଗାଯାଇଛି । ଯେଉଁ ବରିଷ୍ଠ ବିଧାୟକ ଆସିବେନି ଆଗରୁ ସୂଚନା ଦେବେ ବୋଲି ସେ କହିଛନ୍ତି । । ନିଜ ଘର, ଜିଲ୍ଲା ମୁଖ୍ୟାଳୟରେ ଭିସିରେ ବସିପାରିବେ ବୋଲି ସେ କହିଛନ୍ତି ।